Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପଞ୍ଚାୟତ ନିର୍ବାଚନ ଲାଗି ଏଥର EVMରେ ହେବ ଭୋଟ ଗ୍ରହଣ, ପ୍ରସ୍ତାବକୁ ପଞ୍ଚାୟତିରାଜ ବିଭାଗଙ୍କ ମଞ୍ଜୁରି

17/01/2021 at 8:21 PM

ପାଟନା ୧୭।୧: ବିହାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପଯୋଗ ନେଇ ଥିବା ପ୍ରତିବନ୍ଧକ ଦୂର ହୋଇଛି। ଏଥିଲାଗି ପ୍ରସ୍ତାବକୁ ପଞ୍ଚାୟତିରାଜ ବିଭାଗଙ୍କ ମଞ୍ଜୁରି ମିଳିଥିବା ବେଳେ ମଲ୍ଟି ପୋଷ୍ଟ ଇଭିଏମ ଜରିଆରେ ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଯାହା ଏବେ ମଞ୍ଜୁର ହୋଇଥିବା ଜଣାପଡିଛି।

ମାର୍ଚ୍ଚ-ମଇ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ବିହାରରେ ଇଭିଏମ ଦ୍ୱାରା ମତଦାନ ହେବ। ପଞ୍ଚାୟତିରାଜ ବିଭାଗଙ୍କ ମଞ୍ଜୁରି ପରେ ରାଜ୍ୟ ନିର୍ବାଚନ ଆୟୋଗ ଇଭିଏମ କ୍ରୟ ଲାଗି ପ୍ରସ୍ତାବ ବିଭାଗଙ୍କୁ ପ୍ରଦାନ କରିବେ। ବିହାରରେ ପଞ୍ଚାୟତ ନିର୍ବାଚନ କରାଇବାକୁ ୨୦ ହଜାର ବୁଥ ସ୍ଥାପିତ ହେବ। ଏଥିଲାଗି ୯ଟି ପର୍ଯ୍ୟାୟରେ  ଭୋଟ ଗ୍ରହଣ ହେବ। ଏହି ନିର୍ବାଚନରେ ମଲ୍ଟି ପୋଷ୍ଟ ଇଭିଏମ ସହ ସିକ୍ୟୋର ଡେଟଚେବଲ ମେମୋରି କାର୍ଡ ବ୍ୟବହାର ହେବ।

ଗୋଟିଏ ପର୍ଯ୍ୟାୟ ମତଦାନ ପରେ ଇଭିଏମର ପୁନଃ ଉପଯୋଗ ଲାଗି ଏଥିରୁ ମେମୋରି କାର୍ଡ କାଢି ନିଆଯିବ। ଏହି ଇଭିଏମରେ ଭୋଟର ୱାର୍ଡମେମ୍ବରଙ୍କଠାରୁ ଆରମ୍ଭ କରି ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ଓ ଜିଲ୍ଲା ପରିଷଦଙ୍କ ଲାଗି ଭୋଟଦାନ କରିବେ। ଭୋଟ ଗ୍ରହଣ ପରେ ପରେ ତୁରନ୍ତ ଗଣନା ହେବ। ଯାହା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ୱରିତ ହେବ ବୋଲି କୁହାଯାଇଛି।

ବିହାରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ରାଜ୍ୟର ୨ଲକ୍ଷ ୫୮ ହଜାର ପଞ୍ଚାୟତ ପଦବୀ ଲାଗି ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ। ପୁରା ରାଜ୍ୟରେ ୯ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଛି।

   Related Posts