Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

୫ବର୍ଷର ଶିଶୁକୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର : ପୀଡ଼ିତା ଶିଶୁ ଗୁରୁତର , ଅଭିଯୁକ୍ତ ଗିରଫ

7/12/2019 at 4:28 PM

ଦରଭଙ୍ଗା ୭/୧୨: ବିହାରର ଦରଭଙ୍ଗା ଜିଲ୍ଲାର ସଦର ଥାନା ଅଞ୍ଚଳର ୫ବର୍ଷର ଶିଶୁକୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଛି। ଶିଶୁକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି। ଶିଶୁର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ପୋଲିସ୍ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି। ସୂଚନା ଅନୁଯାୟୀ ଘଟଣାଟି ଗତକାଲି ଘଟିଛି। ଡ୍ରାଇଭର ଶିଶୁଟିକୁ ବଗିଚାକୁ ନେଇ ଆସିଥିଲା ଏବଂ ଏହାପରେ ତାଙ୍କୁ ଦୁଷ୍କର୍ମ କରିଥିଲା।

ପୋଲିସର କହିବା ଅନୁସାରେ ଶିଶୁଟି  ଅନ୍ୟ ଶିଶୁଙ୍କ ସହ ଘର ବାହାରେ ବଗିଚାରେ ଖେଳୁଥିବାବେଳେ ଜଣେ ଅଟୋ ଡ୍ରାଇଭର ଶିଶୁଟିକୁ ଅଟୋରେ ବସାଇ ନେଇଯାଇଥିଲା। ଶିଶୁକୁ ପାଖାପାଖି ୧କିଲୋମିଟର ଦୁର ଶୁନଶାନ ସ୍ଥାନରେ ନେଇ ଦୁଷ୍କର୍ମ କରିଥିଲା।

ଶିଶୁକୁ ନ ପାଇ ଘର ଲୋକେ ନିଖୋଜ ଶିଶୁକୁ ଖୋଜିବା ଆରମ୍ଭ କରି ଦେଇଥିଲେ। ପରିବାର ଲୋକେ ଖଡୁଆ ଏବଂ ଲକ୍ଷ୍ମୀପୁର ଗାଁ ମଝିରେ ଏକ ବଗିଚା ପାଖରେ ପହଞ୍ଚିବା ପରେ ଏକ ଅଟୋ ଥିବା ଦେଖିଥିଲେ ଏବଂ ସେଠାରେ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଣିଥିଲେ। ପରିବାର ଲୋକେ ରକ୍ତ ଜୁଡ଼ୁବୁଡ଼ୁ ଝିଅକୁ ଦେଖି ତୁରନ୍ତ ତାକୁ ହସ୍ପିଟାଲକୁ ନେଇଯାଇଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ।

ଏହା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଅଟୋ ଡ୍ରାଇଭର ଭଗବାନପୁରର ବାସିନ୍ଦା ବୋଲି ଜଣାପଡ଼ିଛି। ପୀଡ଼ିତା ଶିଶୁକୁ ଦରଭଙ୍ଗା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

   Related Posts