ଭାଇରାଲ୍ ହେଲା ବିହାରର ଶିକ୍ଷୟିତ୍ରୀଙ୍କ ଯାଦୁର କାଲକୁଲେଟର : ଶାହରୁଖ ଖାନ୍ କହିଲେ ଏକଥା

Published By : Prameya-News7 Bureau | January 24, 2020 IST

ପାଟନା ୨୪/୧: ବିହାରର ଜଣେ ଶିକ୍ଷୟିତ୍ରୀଙ୍କ ଚମତ୍କାର ଗଣନା ସୋସିଆଲ ମିଡିଆରେ ଏବେ ଜବରଦସ୍ତଭାବେ ଭାଇରାଲ୍ ହେଉଛି। ଭିଡିଓରେ ଏହି ଶିକ୍ଷୟିତ୍ରୀ ନିଜ ହାତକୁ କାଲକୁଲେଟର ଭାବେ ବ୍ୟବହାର କରି ଅତ୍ୟନ୍ତ ସହଜ ଉପାୟରେ ‘ନଅ’କ ପଣିକିଆ ବୁଝାଉଛନ୍ତି।

wp:core-embed/twitter {"url":"https://twitter.com/iamsrk/status/1219924980051218432","type":"rich","providerNameSlug":"twitter","className":""}
https://twitter.com/iamsrk/status/1219924980051218432
/wp:core-embed/twitter

ହାତ ଆଙ୍ଗୁଠିରେ ଏତେ ସହଜ ଏବଂ କଷ୍ଟ ଗଣିତର ଫର୍ମୁଲାକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ସୁପରଷ୍ଟାର ଶାହରୁଖ ଖାନ୍ ଏହି ଶିକ୍ଷୟିତ୍ରୀଙ୍କ ବୁଦ୍ଧିକୁ ଖୁବ୍ ପ୍ରଶଂସା କରିଛନ୍ତି ଏବଂ ସେ ଏହି ଭିଡିଓକୁ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କ ପ୍ରଶଂସା କରିଛନ୍ତି।

wp:core-embed/twitter {"url":"https://twitter.com/anandmahindra/status/1219906831302189057?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1219906831302189057\u0026ref_url=https%3A%2F%2Fwww.indiatv.in%2Fviral%2Fnews-bihar-teacher-innovative-math-teaching-goes-viral-on-social-media-shahrukh-khan-and-anand-mahindra-appreciate-685681","type":"rich","providerNameSlug":"twitter","className":""}
https://twitter.com/anandmahindra/status/1219906831302189057?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1219906831302189057&ref_url=https%3A%2F%2Fwww.indiatv.in%2Fviral%2Fnews-bihar-teacher-innovative-math-teaching-goes-viral-on-social-media-shahrukh-khan-and-anand-mahindra-appreciate-685681
/wp:core-embed/twitter

ଆନନ୍ଦ ମହିନ୍ଦ୍ରା ଏହି ଭିଡିଓକୁ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି ଯେ ଏତେ ସୁନ୍ଦର ସର୍ଟକର୍ଟ ଦେଖିନାହିଁ। ଯଦି ସେ ତାଙ୍କ ଗଣିତ ଶିକ୍ଷକ ହୋଇଥାଆନ୍ତେ ସେ ମଧ୍ୟ ସେତିକି ପୋଖତ ହୋଇଥାଆନ୍ତେ।

{"id":215303,"sizeSlug":"large"}

ବଲିଉଡର ବାଦଶାହ ଶାହରୁଖ ଖାନଙ୍କୁ ମଧ୍ୟ ଗଣିତର ଏହି ଫର୍ମୁଲା ଏତେ ପସନ୍ଦ ଆସିଥିଲା ଯେ ସେ ଏହାକୁ ପିଲାଙ୍କ ଶିକ୍ଷା କାର୍ଯ୍ୟକ୍ରମ ଆପ୍ ‘ ବାୟଜୁ’ରେ ପଠାଇବା କଥା କହିଛନ୍ତି।

wp:core-embed/twitter {"url":"https://twitter.com/teachersofbihar/status/1220030025392459782","type":"rich","providerNameSlug":"twitter","className":""}
https://twitter.com/teachersofbihar/status/1220030025392459782
/wp:core-embed/twitter

ଶାହରୁଖ ଖାନଙ୍କଠୁ ପ୍ରଶଂସା ମିଳିବା ପରେ ମହିଳା ଶିକ୍ଷୟିତ୍ରୀ ମଧ୍ୟ ଟ୍ବିଟର ଜରିଆରେ ସାମନାକୁ ଆସିଛନ୍ତି ଏବଂ ନିଜ ବିଷୟରେ କହିଛନ୍ତି। ଏହି ଶିକ୍ଷୟିତ୍ରୀଙ୍କ ନାଁ ରୁବି କୁମାରୀ ଏବଂ ସେ ବିହାରର ବାଙ୍କା ଜିଲ୍ଲାରେ ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ସହାୟକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ରୁବି କୁମାରୀ ନବାଚାର ମାଧ୍ୟମରେ ପିଲାଙ୍କୁ ପ୍ରତିଦିନ ପଢ଼ାଇବାର ନୂଆ ନୂଆ ଉପାୟ କରିଥାଆନ୍ତି ଯାହା ଦ୍ବାରା ବିନା ବସ୍ତା ବୋଝରେ ପିଲାମାନେ କିଛି ନୂଆ ଶିଖି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.