Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଫୋନ ବିବାଦ: ଲାଲୁ ଯାଦବଙ୍କ ବିରୋଧରେ FIR ଦେଲେ ବିଜେପି ବିଧାୟକ, RJD ସୁପ୍ରିମୋ ଜେଲରୁ କରୁଥିଲେ ଷଡଯନ୍ତ୍ର

26/11/2020 at 7:23 PM

ପାଟଣା ୨୬/୧୧ : ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ଜେଲରେ ଥାଇକି ମଧ୍ୟ ବିଧାୟକଙ୍କୁ ଫୋନ କରି ଫସିଛନ୍ତି ଲାଲୁ । ତେବେ ଏହାକୁ ନେଇ ବର୍ତ୍ତମାନ ଲାଲୁଙ୍କ ନାଁରେ ପାଟଣାରେ ଏକ ମାମଲା ରୁଜୁ ହୋଇଛି । ଭ୍ରଷ୍ଟାଚାର ଅଭିଯୋଗ କରି ଲାଲୁଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ବିଜେପି ବିଧାୟକ ଲଲନ ପାସୱାନ । ସେ କହିଛନ୍ତି ଲାଲୁ ପ୍ରସାଦ ଯାଦବ ଜେଲରେ ଥାଇ ମଧ୍ୟ ତାଙ୍କୁ ଫୋନ କରିଛନ୍ତି ।

ଚାରା ଘୋଟାଲା ମାମଲାରେ ଜେଲରେ ସଜା କାଟୁଛନ୍ତି ଲାଲୁ ପ୍ରସାଦ ଯାଦବ । ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ୧-କେଲି ବଙ୍ଗଳାରେ ରହୁଛନ୍ତି । ତେବେ ବିଜେପି ଅଭିଯୋଗ କରିଛି ଯେ, ଲାଲୁ ଯାଦବ ଜେଲରେ ନାହାଁନ୍ତି, ବରଂ ବଙ୍ଗଳାରେ ଆରାମରେ ଜୀବନ ବିତାଉଛନ୍ତି । ଅନ୍ୟପକ୍ଷରେ, ଜେଲରୁ ଫୋନ ମାଧ୍ୟମରେ ଲଲନ ପାସୱାନଙ୍କୁ ପ୍ରଲୋଭନ ଦେଖାଇବା ମାମଲାକୁ ନେଇ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ) ସଭାପତି ଜିତନ୍ ରାମ ମାନଝୀ କହିଛନ୍ତି ଯେ ମୋତେ କୁହାଯାଇଛି ଯେ ଲାଲୁ ଯାଦବ ଅନେକ ଲୋକଙ୍କୁ ଫୋନ କରିଛନ୍ତି । ସେ ମଧ୍ୟ ମୋ ସହ କଥା ହେବାକୁ ଚାହୁଁଥିଲେ, କିନ୍ତୁ ମୁଁ କଥାବାର୍ତ୍ତା କରିନଥିଲି। ଜିତନ ରାମ ମାନଝୀ କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବଙ୍କ ଉଦ୍ଦେଶ୍ୟ ଖରାପ ଏବଂ ସେ ପ୍ରଲୋଭିତ କରି ବିଧାୟକମାନଙ୍କୁ ଦଳ ବଦଳାଇବା ପାଇଁ କହୁଛନ୍ତି ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କ ଅଭିଯୋଗ ପରେ ବିହାର ରାଜନୀତିରେ ହାଲଚାଲ ତୀବ୍ର ହେବାରେ ଲାଗିଛି ।  ସୁଶୀଲ କୁମାର ମୋଦୀ ଅଭିଯୋଗ କରିଛନ୍ତି ଯେ ଲାଲୁ ଯାଦବ ୧-କେଲି ବଙ୍ଗଳାରୁ ଏନଡିଏ ବିଧାୟକଙ୍କୁ ପ୍ରଲୋଭିତ କରୁଛନ୍ତି ଏବଂ ନୀତୀଶ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରୁଛନ୍ତି। ଲାଲୁ ଯାଦବ ଏବଂ ବିଧାୟକ ଲାଲାନ ପାସୱାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓକୁ ବିଜେପି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛି । ବିଜେପି ବିଧାୟକ ଲଲନ ପାସୱାନ କହିଛନ୍ତି ଯେ ଲାଲୁ ଯାଦବ ତାଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିବା ବିଷୟରେ କହିଥିଲେ ଏବଂ ବିହାର ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ ପ୍ରକ୍ରିୟାରେ ଜଡିତ ନହେବାକୁ କହିଥିଲେ।

   Related Posts