ନେପାଳ ରାସ୍ତା ଦେଇ ଦେଶରେ ପ୍ରବେଶ କରିଛନ୍ତି ଜୈସର ୬ ଆତଙ୍କବାଦୀ : ବିହାର ପୋଲିସର ସ୍ପେଶାଲ ବ୍ରାଞ୍ଚ ଜାରି କଲା ଆଲର୍ଟ

Published By : Prameya-News7 Bureau | June 29, 2020 IST

ପାଟଣା ୨୯/୦୬ : ନେପାଳ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ନେପାଳ ଦେଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୬ରୁ ଅଧିକ ଆତଙ୍କବାଦୀ ଦେଶରେ ପ୍ରବେଶ କରିଥିବା ସୂଚନା ମିଳିଛି | ପୋଲିସ ମୁଖ୍ୟାଳୟ ସୂତ୍ର ଅନୁଯାୟୀ, ସ୍ପେଶାଲ ବ୍ରାଞ୍ଚ ଏସପି ମୁଜାଫରପୁର ସହିତ ଉତ୍ତର ବିହାରର ସମସ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି | ନେପାଳ ରାସ୍ତା ଦେଇ ଜୈସର ୬ରୁ ଅଧିକ ଆତଙ୍କବାଦୀ ବିହାରରେ ପ୍ରବେଶ କରିଥିବା ଆଲର୍ଟରେ ଉଲ୍ଲେଖ ରହିଛି | ଏହି ସମସ୍ତ ଆତଙ୍କବାଦୀ ପାକିସ୍ତାନ ସେନା ଦ୍ୱାରା ପ୍ରଶିକ୍ଷିତ | ଏହି ଆଲର୍ଟ ସହିତ ସ୍ପେଶାଲ ବ୍ରାଞ୍ଚ ଏସପି ଉତ୍ତର ବିହାରର ସମସ୍ତ ଏସପିଙ୍କୁ ଗାଇଡଲାଇନ ଜାରି କରିଛନ୍ତି | ସୂଚନା ଅନୁଯାୟୀ, ଆତଙ୍କବାଦୀଙ୍କ ଟାର୍ଗେଟରେ ବିହାର ସମେତ ଦେଶର ଅନେକ ରାଜନେତା ଓ ପ୍ରମୁଖ ସାର୍ବଜନିକ ସ୍ଥଳ ରହିଛି |

ପୂର୍ବରୁ ମାର୍ଚ୍ଚ ମାସରେ ଏହିଭଳି ଏକ ଆଲର୍ଟ ଏସଏସବି ଦ୍ୱାରା ଜାରି କରାଯାଇଥିଲା | ସେହି ଆଲର୍ଟରେ ମଧ୍ୟ ନେପାଳ ଦେଇ ବିହାରରେ ୧୫୦ରୁ ଅଧିକ ଲୋକେ ବିହାରରେ ପ୍ରବେଶ କରିଥିବା ସୂଚନା ଦିଆଯାଇଥିଲା ଯେଉଁମାନେ ବିହାର ଲୋକଙ୍କୁ କରୋନା ସଂକ୍ରମିତ କରିପାରନ୍ତି | ସୂଚନାକୁ ଦୃଷ୍ଟିରେ ରଖି ବିହାର ପୋଲିସ ବିହାର-ନେପାଳ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବ ସହ ସିସିଟିଭି ଜରିଆରେ ନଜର ରଖାଯାଉଥିଲା | ଏପରିକି ସିମବର୍ତ୍ତୀ ଅଞ୍ଚଳରେ ATS ନିୟୋଜିତ କରାଯାଇଥିଲା |

ସୂଚନାଯୋଗ୍ୟ ଯେ, ୨୦୧୩ ଅକ୍ଟୋବର ୨୭ ତାରିଖରେ ପାଟଣା ଗାନ୍ଧୀ ମୈଦାନରେ ଏକ ବ୍ଲାଷ୍ଟ ହୋଇଥିଲା | ସେତେବେଳେ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ବୋଧିତ କରୁଥିଲେ | ଆତଙ୍କବାଦୀ ପାଟଣା ସହରର ମଝିରେ ଅବସ୍ଥିତ ଗାନ୍ଧୀ ମୈଦାନରେ ଏକାଥରେ ୫ଟି ସିରିଏଲ ବ୍ଲାଷ୍ଟ କରି ସାରା ଦେଶରେ ଆତଙ୍କୀ ପରିସ୍ଥିତି ସୃଷ୍ଟି କରିଥିଲେ | କିନ୍ତୁ କିଛି ଦିନ ମଧ୍ୟରେ ବିହାର ପୋଲିସ ଓ NIA ଏହି ବିସ୍ଫୋରଣ ଘଟଣାର ପର୍ଦାଫାଶ କରିଥିଲେ | ଏହାପରେ ବଢାଗୟ ସ୍ଥିତ ମହାବଧି ମନ୍ଦିରକୁ ମଧ୍ୟ ଆତଙ୍କବାଦୀ ଟାର୍ଗେଟ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.