ସହିଦ ସିଆରପିଏଫ ଯବାନଙ୍କ ଝିଅଙ୍କୁ ପୋଷ୍ୟକନ୍ୟାଭାବେ ଗ୍ରହଣ କଲେ ଜିଲ୍ଲାପାଳ

Published By : Prameya-News7 Bureau | February 19, 2019 IST

ଶେଖପୁରା ୧୯/୨: ଗୁରୁବାର ପୁଲଓ୍ବାମାରେ ସିଆରପିଏଫ ବାହିନୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପାଇଁ ପୂରା ଦେଶ ଶୋକ ବ୍ୟକ୍ତ କରୁଛି। କେତେକ ଲୋକ ଯବାନଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି। ଏପରି ଏକ ମାମଲା ବିହାରର ଶେଖପୁରାରୁ ଆସିଛି। ଏଠାରେ ଜିଲ୍ଲାପାଳ ଇନାୟତ ଖାନ୍ ଏପରି ଏକ କାମ କରିଛନ୍ତି,  ଯାହା ଜାଣି ଆପଣ ତାଙ୍କୁ ପ୍ରଶଂସା କରିବାକୁ ଆଦୈା କୁଣ୍ଠାବୋଧ କରିବେ ନାହିଁ। ଡିଏମ୍ ଇନାୟତ ଖାନ୍ ଶନିବାର ରାଜ୍ୟରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ଝିଅଙ୍କୁ ପୋଷ୍ୟକନ୍ୟାଭାବେ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି।

{"id":86707,"width":596,"height":441}

ଇନାୟତ ଖାନ୍ ଘୋଷଣା କରିଛନ୍ତି ଯେ ସେ ରତନ କୁମାର ଠାକୁର ଏବଂ ସଞ୍ଜୟ କୁମାର ସିହ୍ନାଙ୍କ ଝିଅଙ୍କୁ ପୋଷ୍ୟପୁତ୍ରୀଭାବେ ଗ୍ରହଣ କରିବେ। ସେ କହିଛନ୍ତି ଯେ ସେ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବା ସହ ଅନ୍ୟ ଖର୍ଚ୍ଚ ମଧ୍ୟ ବହନ କରିବେ। ସେ ଦୁଇ ଜଣ ସହିଦଙ୍କ ପରିବାରକୁ ମଧ୍ୟ ନିଜର ଦୁଇ ଦିନର ଆୟ ଦେବାକୁ ଘୋଷଣା କରିଛନ୍ତି।

{"id":86709,"width":593,"height":395}

ଏହା ସହିତ ଇନାୟତ ଖାନ୍ କହିଛନ୍ତି ଯେ ‘ମୁଁ ନିଜ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କଠୁ ଆଶା କରୁଛି ଯେ ସେମାନେ ମଧ୍ୟ ସହିଦଙ୍କ ପରିବାରକୁ ଗୋଟିଏ ଦିନର ବେତନ ପ୍ରଦାନ କରନ୍ତୁ’। ଇନାୟତଙ୍କ କହିବାନୁସାରେ ସହିଦ ସିଆରପିଏଫ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଲୋକଙ୍କ ପାଇଁ ଶେଖପୁରାରେ ଏକ ବ୍ୟାଙ୍କ ଖାତା ଖୋଲାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.