ଷ୍ଟେସନ୍‌ରୁ ଉଠାଇ ନେଇ ନାବାଳିକାକୁ ଗଣଦୁଷ୍କର୍ମ : ୪ଦିନ ପରେ ଚାଲିବାକୁ ସମର୍ଥ ହେଲେ ପୀଡିତା, ପୋଲିସରେ ମାମଲା

Published By : Prameya-News7 Bureau | February 25, 2020 IST

ମହାରାଜଗଞ୍ଜ ୨୫।୦୨: ଦେଶରେ ଦୁଷ୍କର୍ମ ନେଇ ବହୁ କଡା ଆଇନ ରହିଛି । ଭିନ୍ନ ଭିନ୍ନ ସମୟରେ ଦୁଷ୍କର୍ମକାରୀଙ୍କୁ କଡା ଦଣ୍ଡ ମଧ୍ୟ ଦିଆଯାଉଛି । କିନ୍ତୁ ଦେଶରେ ଥମୁନାହିଁ ଦୁଷ୍କର୍ମ ଘଟଣା । ଏପରି ଏକ ଘଟଣା ଘଟିଛି ବିହାର  ରାଜ୍ୟ କୋଠିଭାର ଥାନା ସିସଭା ରେଳ ଷ୍ଟେସନରେ । ଟ୍ରେନକୁ ଅପେକ୍ଷା କରି ଛିଡା ହୋଇଥିବା ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି ।

ଗତ ୨୦ ତାରିଖ ଦିନ ସିସଭା ବଜାର ରେଳ ଷ୍ଟେସନରେ ନିଜ ସମ୍ପର୍କୀୟଙ୍କ ଗାଁକୁ ଯିବା ପାଇଁ ଜଣେ ୧୭ବର୍ଷୀୟ ନାବାଳିକା ଅପେକ୍ଷା କରିଥିଲେ । ତେବେ ଷ୍ଟେସନରେ ଯୁବତୀ ଜଣଙ୍କ ଠିଆ ହୋଇଥିବାର ଦେଖି ତିନିଜଣ ଯୁବକ ତାଙ୍କ ପାଖକୁ ଆସିଥିଲେ । ନାବାଳିକାକୁ ବିଭିନ୍ନ ପ୍ରକାର କଥା କହି ନିଜ ଜାଲରେ ପକାଇଦେଇଥିଲେ । ପରେ ଯୁବତୀ ଚା ପିଇବାକୁ କହିଥିଲେ । ଏବଂ ଚାରେ ଅଭିଯୁକ୍ତମାନେ ନିଶା ବଟିକା ଦେଇଥିବାର ଯୁବତୀ ଜଣଙ୍କ ଅଜଣା ଥିଲେ । ତେବେ ଦେଇଥିବା ଚା’କୁ ଯୁବତୀଜଣଙ୍କ ପିଇଦେଇଥିଲେ । ଚା’ ପିଇବା ମାତ୍ର ନାବାଳିକା ବେହୋସ ହୋଇଯାଇଥିଲେ । ନାବାଳିକା ବେହୋସ ହେବାର ସୁଯୋଗ ନେଇ ଯୁବକମାନେ ତାଙ୍କୁ ଟେକିନେଇଯାଇଥିଲେ । ଷ୍ଟେସନ ନିକଟରେ ଥିବା ଏକ ଶୁନ୍‌ଶାନ୍‌ ସ୍ଥାନକୁ ନେଇଯାଇଥିଲେ । ସେଠାରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ ।

ପୀଡିତା ବହୋସ ହୋଇଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର କିଛି ଦିନ ପରେ ଯୁବତୀଙ୍କ ହୋସ୍‌ ଆସିଥିଲେ । ଗତ ସୋମବାର ଦିନ ପୀଡିତାଜଣଙ୍କ କୌଶଳ କ୍ରମେ ନିଜ ଘରକୁ ଆସିଥିଲେ । ଏବଂ ସମସ୍ତ ଘଟଣାସମ୍ପର୍କରେ ଜଣାଇଥିଲେ । ପରିବାର ଲୋକ ନିଜ ଝିଅ ଠାରୁ ଘଟଣାସମ୍ପର୍କରେ ଜାଣିବା ପରେ ପିତା କୋଠିଭରା ଥାନାରେ ତିନି ଜଣ ଅଜଣା ଯୁବକଙ୍କ ନାଁରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ଆଧାରରେ ୨ଜଣଙ୍କୁ ଅଟକ ରଖି ପଚାରଉଚରା ଜାରି ରଖିଛି । ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଟିମ୍‌ ଗଠନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.