୨୬ ଜାନୁୟାରୀରେ ପୁଣି ନିରାଶ ହେବ ବିହାର! ଏଥର ବି ଦିଲ୍ଲୀ ରାଜପଥରେ ଲୋକେ ଦେଖିବେନି ରାଜ୍ୟର ପ୍ରଜ୍ଞାପନ ମେଢ଼

Published By : Prameya-News7 Bureau | January 18, 2022 IST

ପାଟନା ୧୮।୧: କେନ୍ଦ୍ରରେ ସରକାର  ରାଜ୍ୟରେ ମେଣ୍ଟ, ହେଲେବି ଲଗାତାର ଷଷ୍ଠ ବର୍ଷ ୨୬ ଜାନୁୟାରୀ ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ବିହାରର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବନି। ବିହାର ବିଜେପି ମୁଖପାତ୍ର ରାମସାଗର ସିଂହ ମଙ୍ଗଳବାର ଏହା କହିଛନ୍ତି। ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ବାହାରୁଥିବା ପ୍ରଜ୍ଞାପନ ମେଢ଼କୁ ସାରା ଦେଶ ଦୁନିଆ ଦେଖେ। ରାଜ୍ୟର କଳା, ସଂସ୍କୃତି ଓ ବିକାଶକୁ ପ୍ରଦର୍ଶିତ କରିଥାଏ ପ୍ରଜ୍ଞାପନ ମେଢ଼। ହେଲେ ନିକ୍କମା ଅଧିକାରୀ ଓ ସରକାରଙ୍କ ବେପରୁଆ ମନଭାବ ଗତ ୬ ବର୍ଷ ହେଲା ଏଥିରୁ ରାଜ୍ୟ ବଞ୍ଚିତ ହେଉଥିବା ରାମସାଗର  ଅଭିଯୋଗ କରିଛନ୍ତି।

{"id":576160,"sizeSlug":"full","linkDestination":"none"}

ବିହାର ରାଜନୀତିର ଦୁଇ ମୁଖ୍ୟ କାର୍ପଟଦାର ଜେଡି(ୟୁ) ଓ ବିଜେପି ମଧ୍ୟରେ ଆଜିକାଲି ଏତେଟା ଭଲ ଚାଲୁନି। ଏଣୁ ପରସ୍ପର ବିରୋଧରେ ଖୁବ୍ ବୟାନବାଜୀ କରିବାରେ ଲାଗିଛନ୍ତି। ପ୍ରଥମେ ସମ୍ରାଟ ଅଶୋକଙ୍କ ସମ୍ପର୍କରେ ବୟାନକୁ ନେଇ ଉଭୟ ଦଳ ତୁ-ତୁ ମେଁ-ମେଁ ହୋଇଥିବା ବେଳେ ନାଳନ୍ଦା ବିଷାକ୍ତ ମଦ ମାମଲା ଉଭୟଙ୍କୁ ପୁଣି ମୁହାଁମୁହିଁ କରିଥିଲା। ଏଥିରେ ଏବେ ବିଜେପି ପୁଣି ଥରେ ସରକାର ଓ ତାଙ୍କ ଅଧିକାରୀଙ୍କ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

ରାମସାଗର ସିଂହ ଏହାକୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି।  ଗତ ବର୍ଷ ବି ରାଜପଥରେ ବିହାରର ପ୍ରଜ୍ଞାପନ ମେଢ଼ ବାହାରିନଥିଲା ଏଥର ବି ସରକାରଙ୍କ ପ୍ରସ୍ତାବ କଟି ଯାଇଛି। ଯେଉଁ ଅଧିକାରୀ ପ୍ରଜ୍ଞାପନ ମେଢ଼ର ଡ୍ରାଫ୍ଟ ତିଆରି କରି କେନ୍ଦ୍ରକୁ ପଠାନ୍ତି ତାଙ୍କର ଡ୍ରାଫ୍ଟ ଯଦି ସବୁ ଦୃଷ୍ଟିରୁ ଉତ୍କୃଷ୍ଟ ହୋଇ ନ ପାରୁଛି ସେପରି ଅଧିକାରୀଙ୍କୁ ସେହି କାମ କାହିଁକି ଦିଆଯାଇଛି ବୋଲି ରାମସାଗର ପ୍ରଶ୍ନ କରିଛନ୍ତି। କର୍ମଚାରୀଙ୍କ ଅପାରଗତା ଲାଗି ସରକାର କାହିଁକି ବଦନାମ ହେବେ ବୋଲି ସେ କହିଛନ୍ତି। ଏପରି ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ସରକାର କାର୍ଯ୍ୟାନୁଷ୍ଠାନ ନ କରିବା ନୀତିଶଙ୍କ ପାରିବା ପଣିଆ ଉପରେ ସେ ପ୍ରଶ୍ନ କରିଛନ୍ତି।   

{"id":576161,"width":839,"height":629,"sizeSlug":"full","linkDestination":"none"}

୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ପରେଡରେ ଏଥର ମଧ୍ୟ ବିହାରର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଉନଥିବାରୁ ବିରୋଧୀ ଆରଜେଡି ଓ କଂଗ୍ରେସ  ଏବେ ସରକାରଙ୍କୁ ଘେରିଛନ୍ତି।  ଏଥିପାଇଁ ସେମାନେ ସିଧା ଶଳଖ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦାୟୀ କରୁଛନ୍ତି। ପାର୍ଟିର ନେତା ଶକ୍ତି ଯାଦବ ଦେଶରେ ଓ ପ୍ରଦେଶରେ ବିଜେପି ଓ ସହଯୋଗୀଙ୍କ ସରକାର ଥାଇ ମଧ୍ୟ ଜାତୀୟ କାର୍ଯ୍ୟକ୍ରମରୁ ବିହାର ବଞ୍ଚିତ ହେବା ହାସ୍ୟସ୍ପଦ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗାନ୍ଧିଙ୍କ ନୀତିର କଥା କହୁଛନ୍ତି ହେଲେ ଦିଲ୍ଲୀରେ ପ୍ରଜ୍ଞାପନ ମେଢ଼ରେ ଗାନ୍ଧିଙ୍କ ବିଚାର ଉକୁଟାଇ ପାରିଲେନି।  ତେବେ ସବୁଠୁ ଯାହା ଦୁଃଖର କଥା ତାହା ହେଉଛି ମାମଲାରେ ମୁଖ୍ୟମନ୍ତ୍ରୀ ନିଜର ବିରୋଧ ମଧ୍ୟ କରିପାରୁନାହାନ୍ତି।  ଏପରି ଏକ ସରକାରରେ ଆମେ ବିରୋଧ କରିବାରର ଅଧିକାର ବି ହରାଇ ସାରିଛେ ବୋଲି ସେ କହିଛନ୍ତି। ଏଥିରେ କଂଗ୍ରେସ ମୁଖପାତ୍ର କର୍ମବୀର କଟା ଘାରେ ଚୁନ ଲଗାଇଛନ୍ତି। 

{"id":576162,"width":838,"height":559,"sizeSlug":"full","linkDestination":"none"}

ଆଗରୁ ନୀତିଶି ବିହାର ଲାଗି ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରୁଥିଲେ ବୋଲି କର୍ମବୀର କହିଛନ୍ତି, ହେଲେ ଏବେ ଦିଲ୍ଲୀ ରାଜପଥରେ ବିହାର ଭାଗ୍ୟକୁ ତାର ପ୍ରଜ୍ଞାପନ ମେଢ଼ବି ମଞ୍ଜୁର ହେଉନି। ଏହାଠୁ ବଳି ଅପମାନ ବିହାର ଲାଗି ଆଉ କଣ ହୋଇପାରେ ବୋଲି କର୍ମବୀର କହିଛନ୍ତି। ରାଜ୍ୟରେ ମେଣ୍ଟ ସରକାର କେବଳ ନାମକୁ ରହିଛି ହେଲେ ବାସ୍ତବରେ ଚାଲିଛି ଅଫିସରଙ୍କ ସରକାର ବୋଲି ସେ ଅଭିଯୋଗ କରିଛନ୍ତି, ଯାହାଙ୍କୁ ସରକାର ବି ଏବେ ଡରୁଥିବା ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.