ରାସ୍ତା କଡ଼ରେ ଭିକ ମାଗୁଥିବା ଏହି ବ୍ୟକ୍ତିଙ୍କ ଇଂରାଜୀ ଶୁଣି ଆପଣ ମଧ୍ୟ ହେବେ ଚକିତ : କରୋନା ଭାଇରସଠୁ ଅଧିକ ଭାଇରାଲ୍ ହେଉଛି ସନି ବାବାଙ୍କ ଭିଡିଓ

Published By : Prameya-News7 Bureau | April 25, 2020 IST

ପାଟନା ୨୫/୪: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓଟି ପାଟନାର ଏକ ଭିକାରୀର। ବନ୍ଦନା ଜୟରାଜନ୍ ୨ମିନିଟ୍ ୨୦ସେକେଣ୍ଡର ଏହି ଭିଡିଓଟିକୁ ସେୟାର କରିଛନ୍ତି। ଅନ୍ୟ ଲୋକେ ମଧ୍ୟ ଟ୍ବିଟ୍,ରିଟ୍ବିଟ୍ ଏବଂ ସେୟାର କରୁଛନ୍ତି। ଭିଡିଓରେ ଚାଦର ଘୋଡ଼ାଇଥିବା ବ୍ୟକ୍ତି ଇଂରାଜୀରେ କଥା କହୁଛି। ଇଂରାଜୀ ଗୀତ ଗାଇଛି। ଯାହା ଫଳରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।

wp:core-embed/twitter {"url":"https://twitter.com/VandanaJayrajan/status/1252283109388750849","type":"rich","providerNameSlug":"twitter","className":""}
https://twitter.com/VandanaJayrajan/status/1252283109388750849
/wp:core-embed/twitter

ଏହି ଭିକାରୀର ନାଁ ସନି ବାବା। ସେ ଭିକ ମାଗି ନିଜ ପେଟ ପୋଷିଥାଏ। ସେ ୬୦ ଦଶକର ପ୍ରସିଦ୍ଧ ଗାୟକ Jim Reeves ଙ୍କ ଗୀତ He’ll Have to Go ଗାଇ ଶୁଣାଇଥିଲା।

{"id":259897,"sizeSlug":"large"}

ଆମେରିକାର ପ୍ରସିଦ୍ଧ ମ୍ୟୁଜିକ୍ ଗାୟକ ଏବଂ ସଙ୍ଗ୍ ରାଇଟର ଥିଲେ ଜିମ୍ ରିଭ୍ସ। ତାଙ୍କର ଜନ୍ମ ଗୈଲୋଓ୍ବେ ଟେକ୍ସାସରେ ହୋଇଥିଲା। ସେ ବେସବଲ୍ ଖେଳାଳି ଥିଲେ କିନ୍ତୁ ଏହାକୁ ନିଜ କ୍ୟାରିୟର କରି ପାରିନଥିଲେ। ଏହା ପରେ ସେ ରେଡିଓ ଆନାଉନ୍ସର ହୋଇଯାଇଥିଲେ। ଏହା ପରେ ସିଙ୍ଗର ଏବଂ ସଙ୍ଗ୍ ରାଇଟର। ୫୦ଦଶକରେ ଆମେରିକାରେ ତାଙ୍କ ଗୀତ ପ୍ରସିଦ୍ଧ ହୋଇଥିଲା। ଆମେରିକାର ଟିଭି ଦର୍ଶକ ତାଙ୍କ ଗୀତକୁ ପସନ୍ଦ କରିଥିଲେ। ୧୯୬୪ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ଗୀତର ଲୋକପ୍ରିୟତା କମିନଥିଲା।

{"id":259898,"sizeSlug":"large"}

ଗତ ବର୍ଷ ପଶ୍ଚିମ ବଙ୍ଗର ରାନାଘାଟର ରେଲଓ୍ବେ ଷ୍ଟେସନରେ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା’ ଗାଉଥିବା ରାନୁ ମଣ୍ଡଲଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ ସେ ଇର୍ଟରନେଟ୍ ସେନସେସନ୍ ହୋଇଯାଇଥିଲେ। ଏହା ପରେ ତାଙ୍କୁ ସିଙ୍ଗର ହିମେଶ ରେଶମିୟାଁଙ୍କ ସହ ଗୀତ ଗାଇବାର ସୁଯୋଗ ମଧ୍ୟ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.