Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଘୋଷଣା ହେଲା ବିହାର ପଞ୍ଚାୟତ ନିର୍ବାଚନ ତାରିଖ, ୧୦ଟି ପର୍ଯ୍ୟାୟରେ ହେବ ଭୋଟିଂ

5/08/2021 at 10:19 PM

ପାଟନା ୫/୦୮: ବିହାରରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି। ପଞ୍ଚାୟତ ନିର୍ବାଚନ ୨୦୨୧ର ଆରମ୍ଭ ୨୦ ସେପ୍ଟମ୍ବରରୁ ହେବ। ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି । ନିର୍ବଚନ ପାଇଁ  ବିଜ୍ଞପ୍ତି ୨୦ ଅଗଷ୍ଟରେ ଜାରି କରିବାକୁ ଅନୁରୋଧ କରାଯାଇଛି।

ଆୟୋଗ ଅନୁସାରେ ବିହାରରେ ପଞ୍ଚାୟତ ନିର୍ବାଚନ ୧୦ଟି ପର୍ଯ୍ୟାୟରେ ହେବ। ପ୍ରଥମ ଚରଣରେ ମତଦାନ ୨୦ ସେପ୍ଟେମ୍ବରରେ ହେବ। ଦ୍ବିତୀୟ ଚରଣ ୨୪ ସେପ୍ଟେମ୍ବର, ତୃତୀୟ ଚରଣ ୪ ଅକ୍ଟୋବର, ଚତୁର୍ଥ ପର୍ଯ୍ୟାୟ ମତଦାନ ୮ ଅକ୍ଟୋବରରେ ହେବାକୁ ଥିବା ବେଳେ ପଞ୍ଚମ ଚରଣ  ଭୋଟିଂ ୧୮ ଅକ୍ଟୋବରରେ ହେବ।

ଏହା ସହ ଷଷ୍ଠ ଚରଣର ମତଦାନ ୨୨ ଅକ୍ଟୋବର, ସପ୍ତମ ଚରଣ ଭୋଟିଂ ୩୧  ଅକ୍ଟୋବର, ଅଷ୍ଟମ ଚରଣ  ୭ ନଭେମ୍ବର, ନବମ ଚରଣର ଭୋଟିଂ ୧୫ ନଭେମ୍ବରରେ ହେବାକୁ ଥିବା ବେଳେ ଦଶମ ଚରଣ ମତଦାନ ୨୫ ନଭେମ୍ବରରେ ହେବ।

   Related Posts