କେନ୍ଦ୍ର ପରେ ବିହାର ସରକାରଙ୍କ ବଡ଼ ଘୋଷଣା, କରୋନାରେ ଅନାଥ ପିଲାମାନଙ୍କୁ ମିଳିବ ମାସିକ ୧୫୦୦ ଟଙ୍କା

Published By : Prameya-News7 Bureau | May 30, 2021 IST

ପଟନା ୩୦/୫: କରୋନା ମହାମାରୀ ଯୋଗୁ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ମୋଦୀ ସରକାର ସହାୟତାର ହାତ ବଢ଼ାଇଛନ୍ତି। ମାଗଣା ଶିକ୍ଷା ସାଙ୍ଗକୁ ସ୍ବାସ୍ଥ୍ୟ ବୀମା ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋଗାଇବାକୁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏବେ ରାଜ୍ୟ ସରକାର ମଧ୍ୟ ଆଗକୁ ଆସିଛନ୍ତି। ବିହାରର ନୀତିଶ କୁମାର ସରକାର ଅନାଥ ପିଲାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

କରୋନାରେ ପିତାମାତାଙ୍କ ମୃତ୍ୟୁ ହୋଇଥିଲେ କିମ୍ବା ଅତିକମରେ ଜଣଙ୍କର ମୃତ୍ୟୁ କରୋନାରେ ହୋଇଥିଲେ ସେମିତି ପିଲାମାନଙ୍କୁ ‘ଶିଶୁ ସହାୟତା ଯୋଜନା’ ମାଧ୍ୟମରେ ୧୮ ବର୍ଷ ହେବା ଯାଏ ୧୫୦୦ ଟଙ୍କା ପ୍ରତି ମାସ ଦେବେ ସରକାର । ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଯେଉଁ ପିଲାମାନଙ୍କ ପିତାମାତଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ଯତ୍ନ ବାଳଗୃହ ନେବ ।

ଅନାଥ ଶିଶୁଙ୍କୁ କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟରେ ପ୍ରାଥମିକତା ଭିତ୍ତିରେ ଆଡମିସନ କରାଯିବ। ସେପଟେ ବିହାରରେ ଏବେ କରୋନା ସଂକ୍ରମଣ ଦେଢ଼ ହଜାର ତଳକୁ ଖସିଛି। ଶନିବାର ରାଜ୍ୟରେ ୧୪୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର ୧.୮୦ ପ୍ରତିଶତକୁ ଖସିଆସିଛି । ଗୋଟିଏ ଦିନ ପୂର୍ବରୁ ବିହାରରେ ସଂକ୍ରମଣ ହାର ୧.୯୩ ପ୍ରତିଶତ ଥିଲା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧୬୯ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ଏହା ସହ ୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବିହାରରେ ସୁସ୍ଥ ହାର ୯୫.୭୬ ପ୍ରତିଶତରେ ପହଞ୍ଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.