Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହାଇ ପ୍ରୋଫାଇଲ ଚୋର: ପିପିଇ କିଟ୍‌ ପିନ୍ଧି ପଶିଲେ, ଘରେ କଳାକନା ବୁଲାଇଲେ, ସିସିଟିଭିରେ କଏଦ ହେଲା ପୁରା ଘଟଣା

20/04/2021 at 10:07 PM

ମୁଜାଫରପୁର ୨୦/୦୪ : ଅଭିନବ ଉପାୟରେ ଚୋରି କରୁଛନ୍ତି ଚୋର । ନୂଆ ଫଣ୍ଡା ପିପିଇ କିଟ୍‌ । ଚୋରି କରିବା ପାଇଁ ଏଭଳି ନୂଆ ନୂଆ ପନ୍ଥା ଆପଣାଉଛନ୍ତି ଡକାୟତ । ବିହାରର ମୁଜାଫରପୁରରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଡକାୟତ ଦଳ ପିପିଇ କିଟ୍‌ ପିନ୍ଧି ଜଣେ ଓକିଲଙ୍କ ଘରୁ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଡକାୟତମାନଙ୍କ ଏହି କାରନାମା ପାଖରେ ଲାଗିଥିବା​‌ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଜାରି ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୁଜାଫରପୁରର ମହମ୍ମଦପୁର ଥାନା ସାଦପୁରାର ପ୍ରକାଶ ଚନ୍ଦ୍ରଙ୍କ ଘରୁ ଚୋରି ହୋଇେଥିଲା । ଦୁବୃର୍ତ୍ତମାନେ ପିପିଇ କିଟ୍ ପିନ୍ଧି ଜଣେ ଓକିଲଙ୍କ ଘରେ ପଶି କଳାକନା ବୁଲାଇଛନ୍ତି । ଓକିଲଙ୍କ ଘରୁ ପ୍ରାୟ ୩୭ ଲକ୍ଷ ଟଙ୍କାର ଜିନିଷ ପତ୍ର, ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଚୋରି ସମୟରେ ଘରେ କେହି ନଥିଲେ ।

ପ୍ରକାଶ ଚନ୍ଦ୍ର କହିଛନ୍ତି ଯେ, ‘ଏପ୍ରିଲ ୩୦ ତାରିଖରେ ସାନ ଭାଇର ବାହାଘର ଥିଲା । ବାହାଘର ପାଇଁ କିଣାଯାଇଥିବା ଜିନିଷ ପତ୍ର ଘରେ ରଖାଯାଇଥିଲା । ନଗଦ ଟଙ୍କା, ସୁନା ଗହଣା ଏବଂ ଜିନିଷ ପତ୍ର ଘରେ ରଖାଯାଇଥିଲା । ସମସ୍ତ ଟଙ୍କା, ଗହଣା ଏବଂ ଘରର ଅନ୍ୟ ସଦସ୍ୟଙ୍କ ଗହଣା ସବୁ ମଧ୍ୟ ଲୁଟ୍‌ କରି ନେଇଛନ୍ତି ଡକାୟତ’ ।

ତେବେ ମହମ୍ମଦପୁର ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘରେ ଲାଗିଥିବା ସିସିଟିଭି ଆଧାରରେ ଡକାୟତଙ୍କୁ କାବୁ କରିବା ନେଇ ସୂଚନା ଦେଇଛି ପୋଲିସ ।

   Related Posts