ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା : ୧୧ମୃତ, ୪ଆହତ

Published By : Prameya-News7 Bureau | March 07, 2020 IST

ମୁଜାଫରପୁର ୦୭।୦୩ : ବିହାରର ମୁଜାଫରପୁର ସ୍ଥିତ କାଣ୍ଟିରେ ଟ୍ରାକ୍ଟର ଓ ସ୍କୁର୍ପିଓ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

wp:core-embed/twitter {"url":"https://twitter.com/ANI/status/1236109592062390274","type":"rich","providerNameSlug":"twitter","className":""}
https://twitter.com/ANI/status/1236109592062390274
/wp:core-embed/twitter

ଶନିବାର ଦିନ କାଣ୍ଟି ଥାନା ଟରମା ଚୌକ ଦେଇ ଯାଇଥିବା ଜାତୀୟ ରାଜପଥ ୨୮ରେ ଏହି ଦୁର୍ଘଟଣା ଘଟିଛି । ଜାତୀୟ ରାଜପଥରେ ସ୍କର୍ପିଓ ଯାଉଥିବା ବେଳେ ଟ୍ରାକ୍ଟର ଧକ୍କା ଦେଇଥିଲା । ଦୁଇ ଗାଡି ମଧ୍ୟରେ ବହୁ ଜୋରରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣାରେ ସମୁଦାୟ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଯାଞ୍ଚ ଜାରି ରଖିଛି । ମୃତକ ମୁଜାଫରପୁର ଜିଲ୍ଲା ହଥୋଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନାମ ମିଳିପାରିନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.