ବିହାର: ଦଳୀୟ ନିର୍ବାଚନ ଚିହ୍ନ ଥିବା ମାସ୍କ ପିନ୍ଧି ଭୋଟ ଦେବାକୁ ଆସିଥିଲେ ବିଜେପି ମନ୍ତ୍ରୀ, ଏତଲା ରୁଜୁ

Published By : Prameya-News7 Bureau | October 28, 2020 IST

ପାଟନା ୨୮।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଥମପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଶେଷ ହୋଇଛି। ତେବେ ଏହି ପର୍ଯ୍ୟାୟ ଭୋଟରେ ବିଜେପି ନେତା, ମନ୍ତ୍ରୀ ଓ କର୍ମୀ ଅନେକ ସ୍ଥାନରେ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବାର ଅଭିଯୋଗ ହୋଇଛି। ଏଥିରେ ଗୟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ରାଜ୍ୟ କୃଷିମନ୍ତ୍ରୀ ପ୍ରେମ କୁମାର ନିଜେ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ନେଇ ଥାନାରେ ଏତଲା ରୁଜୁ ହୋଇଥିବା ଜଣାପଡିଛି।

{"id":352314,"width":580,"height":326,"sizeSlug":"large"}

ମତଦାନ କେନ୍ଦ୍ରକୁ ବିଜେପି ନିର୍ବାଚନ ସଙ୍କେତ ଥିବା ମାସ୍କ ପିନ୍ଧି ଆସିବା ଯୋଗୁ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କୋତୱାଲୀ ଥାନାରେ ଏତଲା ରୁଜୁ କରିଛି।  ପ୍ରେମ କୁମାର ସାଇକଲ ଚଳାଇ ଭୋଟ ଦେବାକୁ ମତଦାନ କେନ୍ଦ୍ରକୁ ଆସିଥିଲେ। ତେବେ କରୋନା ଭାଇରସ କଟକଣା ଯୋଗୁ ସେ ମୁହଁରେ ଲଗାଇଥିବା ଫେସ୍ ମାସ୍କରେ ତାଙ୍କ ଦଳର ନିର୍ବାଚନ ଚିହ୍ନ ପଦ୍ମ ଚିତ୍ର ଥିଲା। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ମନ୍ତ୍ରୀଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଧରିଥିଲେ।

{"id":352315,"sizeSlug":"large"}

ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ.ଆର. ଶ୍ରୀନିବାସଙ୍କ ଅନୁସାରେ ମାମଲାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। କୃଷିମନ୍ତ୍ରୀ କେବଳ ପାର୍ଟିର ନିର୍ବାଚନ ସଙ୍କେତ ଥିବା ମାସ୍କ ପିନ୍ଧି ମତଦାନ କେନ୍ଦ୍ରକୁ ଆସିନଥିଲେ, ସେଠାରେ ସେ ନିଜର ବିଜୟ ନିଶ୍ଚିତ ବୋଲି ମଧ୍ୟ ଘୋଷଣା କରିଥିଲେ। ଏଣୁ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କ ବିରୋଧରେ ଏତଲା ରୁଜୁ ଲାଗି ନିର୍ଦ୍ଦେଶ ଦେଇଥିଲେ।

{"id":352317,"sizeSlug":"large"}

ତେବେ ଜାଣିଶୁଣି ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିନଥିବା କହିଛନ୍ତି । ଭୋଟ ଦେବାକୁ ଆସିବା ବେଳେ ମୁହଁରେ ମାସ୍କ ଲଗାଇଥିବା କଥା ଭୁଲିଯାଇଥିଲେ। ତେବେ  ମତଦାନ କେନ୍ଦ୍ରରେ ଦଳୀୟ ନିର୍ବାଚନୀ ସଙ୍କେତ ପଦ୍ମଫୁଲ ଚିହ୍ନ ଥିଲା ବୋଲି କହିଥିଲେ। ତେବେ ଜାଣିବା ମାତ୍ରେ ସେ ମାସ୍କକୁ ବାହାର କରିଦେଇଥିଲେ ବୋଲି କହିଛନ୍ତି। ଗୟା ୨୩୦ ସେକ୍ଟର ମାଜିଷ୍ଟ୍ରେଟ୍ ବିପିନ କୁମାର ତାଙ୍କ ବିରୋଧରେ କୋତୱାଲୀ ଥାନାରେ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ବେଳେ ପୋଲିସ ମାମଲା ସଂଖ୍ୟା ୪୦୮/୨୦ରେ ଆଇପିସିର ଧାରା ୧୭୧(ଏଫ), ୧୮୮, ୧୨୮ ଓ ଆରପି ଆକ୍ଟ ୧୯୫୧ର ୧୩୦ ଧାରାରେ ମୋକଦ୍ଦମା ରୁଜୁ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.