Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଇସକ୍ରିମ ଷ୍ଟିକ କଣ୍ଟେନର ଭିତରେ ବିଦେଶୀ ମଦ : ପୋଲିସ ହାବୁଡରେ ପଡିଗଲା ଲକ୍ଷ ଲକ୍ଷ ଟଙ୍କାର ମଦ, ୨ ମାଫିଆ ଗିରଫ

19/05/2021 at 9:47 AM

ବିହାର ୧୯/୫ : ବିହାର ବୈଶାଲୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ହାଜିପୁର-ମୁଜାଫରପୁର ଏନଏଚରେ ଗାଡି ଯାଞ୍ଚ ଅଭିଯାନ ସମୟରେ ହରିୟାଣାରୁ ଲକ୍ଷ ଲକ୍ଷ ଟଙ୍କା ମଦ ଜବତ କରିଛି ପୋଲିସ । ଏହାସହ ଦୁଇ ଚୋରା ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ମଦ ଚୋରା ଚାଲାଣକାରୀମାନେ ଆଇସ୍କ୍ରିମ କାଠି ନେଇଯାଉଥିବା ଗାଡିରେ ୧୦୦୦ କାର୍ଟୁନ ଇଂରାଜୀ ମଦ ଚାଲିଣ କରୁଥିଲେ ।

ଏହି ସମୟରେ ହାଜିପୁର-ମୁଜାଫରପୁର ଏନଏଚରେ ଥିବା ହୋଟେଲ ନିକଟରେ ପୋଲିସ ହରିୟାଣା ନମ୍ବର ଦେଖି ଗାଡିଟିକୁ ଅଟକାଇଥିଲା । କାଗଜପତ୍ର ଯାଞ୍ଚ କରିବାକୁ ସନ୍ଦେହ ହୋଇଥିଲା । ପରେ ଗାଡି ଚେକିଂ କରିବାରୁ ବିପୁଳ ପରିମାଣ ମଦ ଥିବା ଜାଣଇବାକୁ ପାଇଥିଲା । ବେଆଇନ ମଦ ଜବତ କରିବା ସହ ୨ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ପୋଲିସ କହିବା ମୁତାବକ ଜବତ ହୋଇଥିବା ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ।

ଏହି କାର୍ଯ୍ୟ ସମ୍ପର୍କରେ ହାଜିପୁର ସଦର ଏସଡିପିଓ ରାଘବ ଦିନଲ କହିଛନ୍ତି ଯେ ଟୋଲ ପ୍ଲାଜା ନିକଟରେ ଥିବା ସନ୍ଦେହ ଆଧାରରେ କାର ଯାଞ୍ଚ କରି ହରିୟାଣା ନମ୍ବରକୁ ଅଟକାଇ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ବେଆଇନ ମଦ କାରବାର ଅଭିଯୋଗ ହୋଇଥିଲା । ଚୋରା ଚାଲାଣକାରୀମାନେ ହରିୟାଣାର ସୋନେପାଟରୁ ମଦ ଆଣିଥିଲେ । ଏହି ମାମଲାରେ କଣ୍ଟେନର ଡ୍ରାଇଭର ଏବଂ ଖଲାସିଙ୍କୁ ଗିରଫ କରାଯାଇଛି । ତେବେ ଏହି ଚୋରା କାରବାରରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ଅନୁସନ୍ଧାନ କରୁଛି ।

   Related Posts