ପୁରା ହେଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସ୍ବପ୍ନ : ୮୬ ବର୍ଷ ପରେ କୋସି ନଦୀ ରେଳ ବ୍ରିଜ ପ୍ରସ୍ତୁତ, ଶୀଘ୍ର ଚାଲିବ ଟ୍ରେନ୍

Published By : Prameya-News7 Bureau | July 01, 2020 IST

ପାଟଣା ୦୧/୦୭ : ବିହାରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ସମ୍ପୂର୍ଣ ହୋଇଛି | କୋସି ନଦୀ ଉପରେ ରେଳ ଧାରଣା ପାଖାପାଖି ପୁରା ହୋଇଯାଇଛି | ଉତ୍ତର ବିହାରର ସୁଦୂର ପ୍ରାନ୍ତର ଲୋକଙ୍କ ୮୬ ବର୍ଷ ପୁରୁଣା ସ୍ବପ୍ନ ପୁରା ହେବାକୁ ଯାଉଛି | ଉତ୍ତର ବିହାରର କୋସି ନଦୀ ଉପରେ ତିଆରି ହେଉଥିବା ରେଳ ବ୍ରିଜ ଖୁବ ଶୀଘ୍ର ରାଷ୍ଟ୍ରକୁ ସମର୍ପିତ କରାଯିବ | ବ୍ରିଜ କାମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି | ଜୁନ ୨୩ ତାରିଖରେ ଏହି ନବନିର୍ମିତ ପୋଲ ଉପରେ ପ୍ରଥମଥର ପାଇଁ ସଫଳତା ପୂର୍ବକ ଟ୍ରେନ ପରିଚାଳନା କରାଯାଇଥିଲା |

ପାଖାପାଖି ୧.୯ କିମି ଲମ୍ବ କୋସି ସେତୁ ସହିତ ୨୨ କିମି ଲମ୍ବ ନିର୍ମଲି ସରାୟଗଡ଼ ରେଳଖଣ୍ଡ ନିର୍ମାଣ ୨୦୦୩-୦୪ ମସିହାରେ ଆରମ୍ଭ ହୋଇଥିଲା | ଏଥିପାଇଁ ୩୨୩.୪୧ କୋଟି ଟଙ୍କା ସ୍ୱୀକୃତି ହୋଇଥିଲା | ୨୦୦୩ ମସିହା ଜୁନ ୬ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ଯୋଜନାର ଶିଳାନ୍ୟାସ କରିଥିଲେ | ପରିଯୋଜନାର ସଂଶୋଧିତ ଆନୁମାନିକ ଖର୍ଚ୍ଚ ୫୧୬.୦୨ କୋଟି ଟଙ୍କା କୁହାଯାଇଥିଲା | 

ରେଳବାଇ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କୋଭିଡ-୧୯ ମହାମାରୀ ସମୟରେ ପୂର୍ବ-ମଧ୍ୟ ରେଳବାଇ ସମସ୍ତ ସ୍ୱାସ୍ଥ୍ୟ ସୁରକ୍ଷା ପାଳନ କରି ପରିଯୋଜନାକୁ ସମ୍ପୂର୍ଣ କରିବାକୁ ଲଗାତାର କାର୍ଯ୍ୟରତ ଥିଲେ | କାର୍ଯ୍ୟ ସମ୍ପୂର୍ଣ ହେବାପରେ କୋସି ମହାଶ୍ୱେତୁ ସହିତ ସରାୟଗଡ଼ ରେଳଖଣ୍ଡକୁ ରାଷ୍ଟ୍ର ସେବା ପାଇଁ ସମର୍ପିତ କରାଯିବ | କୋସି ନଦୀ କେବଳ ବିହାର ନୁହେଁ ବରଂ ସମଗ୍ର ଭାରତ ଓ ନେପାଳର ପ୍ରମୁଖ ନଦୀମାନଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଏ |

ନିର୍ମଲିରୁ ସରାୟଗଡ଼ ପର୍ଯ୍ୟନ୍ତ ଯାତ୍ରା ବର୍ତ୍ତମାନ ଦରଭଙ୍ଗା, ସମସ୍ତିପୁର, ଖଗଡିଆ, ମାନସୀ, ସହରସା ଦେଇ ୨୯୮ କିମି ପର୍ଯ୍ୟନ୍ତ ରହିବ | ପୋଲ ନିର୍ମାଣ ପରେ ୨୯୮ କିମି ଦୂର ରାସ୍ତା ହ୍ରାସ ପାଇ ମାତ୍ର ୨୨ କିମି ହୋଇଯିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.