Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ଚୀନ ସହ ଯୁଦ୍ଧ ହେଲେ ବିହାରରୁ ହିଁ ଲଢୁଆ ବିମାନ ଓ ମିଲିଟାରୀ ଦେଖାଇ ପାରିବେ ନିଜର ଦମ୍, ଜାଣନ୍ତୁ କେମିତି

29/05/2020 at 4:38 PM

ପାଟନା ୨୯।୦୫: ଚୀନ ସହିତ ୧୯୬୨ର ଯୁଦ୍ଧକୁ ନା ଭାରତ ଭୁଲିଛି ନା ଡ୍ରାଗନ ନିଜେ ଭୁଲିଛି। ହେଲେ ଉଭୟ ପକ୍ଷ ଯୁଦ୍ଧକୁ ନେଇ ଦଶନ୍ଧି ଧରି ଶାନ୍ତି ବଜାୟ ରଖିବାକୁ କ୍ରମାଗତ ଉପାୟ କରି ଆସିଛନ୍ତି। ତଥାପି  ବାସ୍ତବ ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ କ୍ରମାଗତ ସଂଘର୍ଷ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ୨୦୧୭ରେ ଡୋକଲାମ୍‌ ପରେ ଏବେ ଲଦାଖରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ଯେ, ଯଦି ଚୀନ ପକ୍ଷରୁ ଯୁଦ୍ଧ ହେବାର ଆଶଙ୍କା ବଢେ ତେବେ କଣ ହେବ ? ଯୁଦ୍ଧ ପରିସ୍ଥିତିରେ ପ୍ରଥମେ ଲଢୁଆ ବିମାନର ଶକ୍ତି କଥା ଉଠେ। ଯଦି ଚୀନ ସହ ଯୁଦ୍ଧ ହୁଏ ତେବେ ଭାରତର ରଣନୀତି କଣ ରହିବ। ଏମିତି ସ୍ଥିତିରେ ବିହାର ବାୟୁସେନା ଘାଟିର ଭୂମିକା ମହତ୍ଵପୂର୍ଣ୍ଣ ରହିଛି।

ଅବସରପ୍ରାପ୍ତ ଓ୍ଵିଙ୍ଗ କମାଣ୍ଡର ପ୍ରଫୁଲ ବକ୍ସି କହିଛନ୍ତି, ବିହାରରେ ବିହଟା, ପୂର୍ଣ୍ଣିମାର ଚୁନାପୁର ଓ ଦରଭଙ୍ଗା କେୟାର ଆଣ୍ଡ ମେଣ୍ଟନାନ୍ସ ଏୟାରବେସ୍‌ ଚୀନ ସହ  ଲଢେଇ ପରିସ୍ଥିତିରେ ଲଢୁଆ ବିମାନ ଲାଗି ବ୍ୟାକଅପ୍‌ ଷ୍ଟେସନ୍‌ର ଭୂମିକା ନିର୍ବାହ କରିବେ। ଏହି ଏୟାରବେସ୍‌କୁ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମୟରେ ନିର୍ମାଣ କରାଯାଇଥିଲା। ଏହାର ବ୍ୟବହାର ପ୍ରଥମେ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହୋଇଥିଲା।

ସଦ୍ୟତମ ଘଟଣାକ୍ରମକୁ ନେଇ ପ୍ରଫୁଲ ବକ୍ସି କହିଛନ୍ତି, ବିହାରର ଏହି ଏୟାରବେସ୍‌ର ବ୍ୟବହାର ବ୍ୟାକ୍ଅପ୍‌ ସହିତ ଫ୍ରଣ୍ଟ ଓ୍ଵାର ପାଇଁ ମଧ୍ୟ କରାଯାଇ ପାରିବ। କାରଣ ଏହି ବେସ୍‌ ଚୀନର ନିକଟବର୍ତ୍ତୀ ସୀମା ଅର୍ଥାତ ଉତ୍ତର ପୂର୍ବ ଭାରତରୁ ନିକଟରେ ରହିଛି। ଏମିତିରେ ଏଠାରୁ ପାରା ମିଲିଟାରୀ କିମ୍ବା ମିଲିଟାରୀ ଯବାନଙ୍କୁ ସିଧାସଳଖ ନେଇ ଯୁଦ୍ଧ ମଇଦାନରେ ଅବତରଣ କରାଯାଇ ପାରିବ। ଯବାନ ଏବଂ ସେମାନଙ୍କର ସୈନ୍ୟ ଉପକରଣ ନେବା ପାଇଁ ସି-୧୭ ଗ୍ଲୋବମାଷ୍ଟର ପରି ଜାହାଜର  ବ୍ୟବହାର କରାଯାଇ ପାରିବ। ଏହି ବିମାନ ଥରକରେ ୭୦ ଟନ୍ ପର୍ଯ୍ୟନ୍ତ ଏୟାରଲିଫ୍ଟ କରିପାରେ।

ଏଥିରୁ ବୁଝି ପାରୁଥିବେ ଯେ, ମିଲିଟାରୀର ଏକ ପୂରା ଟିମ୍‌କୁ ବିହାରରୁ ସିଧାସଳଖ ଯୁଦ୍ଧ ମଇଦାନକୁ ନେବାରେ ବେଶୀ  ସମୟ ଲାଗି ନାହିଁ। ଉଲ୍ଲେଖନୀୟ ଏମିତି ସ୍ଥିତିରେ ଦାନାପୁର ମିଲିଟାରୀ କ୍ୟାଣ୍ଟର ଯବାନଙ୍କୁ ସିଧାସଳଖ ବିହଟା ନେଇ ସେଠାରୁ ଯୁଦ୍ଧ କ୍ଷେତ୍ରରେ ଓହ୍ଲା ଯାଇପାରିବ। ୧୯୬୫, ୧୯୭୧ ଓ କାରଗିଲ ଯୁଦ୍ଧରେ ମଧ୍ୟ ଦାନାପୁର ମିଲିଟାରୀ ବେସ୍‌ର ଯବାନ ନିଜର ଶୌର୍ଯ୍ୟ ଓ ସାମର୍ଥ୍ୟର ପରିଚୟ ଦେଇ ସାରିଛନ୍ତି।

ଏହା ସହିତ ଆହୁରି ଦୁଇଟି ବିମାନ ଅବତରଣ ଓ ଉଡାଣ ଲାଗି ପୋର୍ଟ ରହିଛି। ଗୋଟିଏ ହେଉଛି ଗୋପାଳଗଞ୍ଜର ହଥୁଆ ଏବଂ ଅନ୍ୟଟି ଛପରା ପୋଲିସ ନିକଟରେ ରହିଛି। ଏଠାରେ ଜରୁରୀକାଳୀନ ସ୍ଥିତିରେ ବି ଜାହାଜ ଅବତରଣ କରାଯାଇପାରିବ। କ୍ଷେପଣାସ୍ତ୍ର ପୃଥ୍ଵୀ ଓ ଅଗ୍ନିକୁ ମଧ୍ୟ ବିହାରରୁ ପ୍ରକ୍ଷେପଣ କରାଯାଇ ପାରିବ।

ଚୀନ ସହ ଲଢେଇ ସ୍ଥିତିରେ କେଉଁ ବିମାନ ଘାଟି ଅଧିକ କାମରେ ଲାଗିବ। ଏହା ପରେ ପ୍ରଫୁଲ ବକ୍ସି କହିଛନ୍ତି, ଉତ୍ତର ପୂର୍ବ ଭାରତର ତେଜପୁର, ଛାବୁଆ ଓ ବାଗଡୋଗରା ଏୟାରବେସ୍‌ ଭାରତର ଅଗ୍ରଣୀ ବେସ୍‌ ହେବ। ଏହି ବେସ୍‌କୁ କେବଳ ଚୀନର ଲଢୁଆ ବିମାନକୁ ଜବାବ ଦିଆଯାଇ ପାରିବ ତା ନୁହେଁ ଏହା ସହିତ ଚୀନରୁ ହେଉଥିବା ପ୍ରତିଟି ଲଢୁଆ ବିମାନର ଉଡାଣକୁ ଅତ୍ୟାଧୁନିକ ରାଡାର ଜରିଆରେ ତୀକ୍ଷ୍ଣ ନଜର ରଖାଯାଇ ପାରିବ। ଅର୍ଥାତ ଉତ୍ତର-ପୂର୍ବ  ଭାରତର ଏହି ତିନୋଟି ଏୟାରବେସ୍‌ ମଧ୍ୟ ଚୀନକୁ ଆରାମରେ ଉଚିତ୍ ଶିକ୍ଷା ଦେଇ ପାରିବ।

   Related Posts