Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଜାନୁଆରୀ ୪ରୁ ଖୋଲିବ ସ୍କୁଲ, ଛାତ୍ରଛାତ୍ରୀଙ୍କୁ ୭୩ଲକ୍ଷ ମାସ୍କ ବାଣ୍ଟିବେ ବିହାର ସରକାର

30/12/2020 at 5:29 PM

ପାଟନା ୩୦।୧୨: ବିହାରରେ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ଆଉ ସପ୍ତାହେ ବାକି ଅଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାନୁଆରୀ ୪ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ । ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟଗୁଡିକ ଆବଶ୍ୟକୀୟ ବ୍ୟବସ୍ଥା କରିବା ଏବଂ ପାଠପଢା ପୁଣି ଥରେ ଆରମ୍ଭ କରିବାକୁ କୋଭିଡ୍-୧୯ ସୁରକ୍ଷା ପ୍ରୋଟୋକଲକୁ କଡାକଡି କରାଯାଇଛି ।

ରାଜ୍ୟ ଶିକ୍ଷା ବିଭାଗ ସରକାରୀ ସ୍କୁଲରେ ପଢୁଥିବା ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇଟି ମାସ୍କ ପ୍ରଦାନ କରିବାକୁ ୭୩ଲକ୍ଷରୁ ଅଧିକ ଫେସ୍ ମାସ୍କ କ୍ରୟ କରିବାକୁ ପ୍ରସ୍ତୁତ ଅଛନ୍ତି । ଶିକ୍ଷା ବିଭାଗ ଅନୁସାରେ ୯ମରୁ ଦ୍ବାଦଶ ଶ୍ରେଣୀର ପ୍ରାୟ ୩୬.୬୧ଲକ୍ଷ ଛାତ୍ର ରେଜିଷ୍ଟ୍ରେସନ କରିଛନ୍ତ । ସେଥିମଧ୍ୟରୁ ୩.୧୭ ଲକ୍ଷ ଛାତ୍ର ପାଟଣାରୁ ରହିଛନ୍ତି ।

ଶିକ୍ଷା ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ, ଆମେ ସରକାରୀ ସ୍କୁଲରେ ଆବଶ୍ୟକ ଫେସ୍ ମାସ୍କ ପ୍ରଦାନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଶ୍ରେଣୀରେ ନାମାଙ୍କନ ସୂଚୀ ପ୍ରକାଶିତ କରାଯାଇଛି । ଗତ ଶିକ୍ଷାବର୍ଷର ନାମାଙ୍କନ ଆଧାରରେ ୩୮ ଜିଲ୍ଲାରେ ୯ମରୁ ଦ୍ବାଦଶ ଶ୍ରେଣୀରେ ୩୬,୬୧୯୪୨ଛାତ୍ର ନାମାଙ୍କନ କରିବେ ବୋଲି ଆକଳନ କରାଯାଉଛି । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମାସ୍କ ପ୍ରଦାନ କରାଯିବ । ଅର୍ଥାତ୍ ଆବଶ୍ୟକତାକୁ ପୂରା କରିବା ପାଇଁ ୭୩ ଲକ୍ଷରୁ ଅଧିକ ଫେସ୍ ମାସ୍କ ଆବଶ୍ୟକ ରହିଛି ।

   Related Posts