ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ସିବିଆଇ ଯାଞ୍ଚ ପାଇଁ ସୁପାରିଶ କଲେ ବିହାର ସରକାର

Published By : Prameya-News7 Bureau | August 04, 2020 IST

ପାଟଣା ୦୪।୦୮: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ପୁଣି ଏକ ଟ୍ୱିଷ୍ଟ । ଘଟଣାର ତଦନ୍ତ ସିବିଆଇ କରିବା ପାଇଁ ସୁପାରିଶ କରିଛନ୍ତି ବିହାର ସରକାର ।    ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ଏବେ ସିବିଆଇ କରିବା ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁଶାନ୍ତଙ୍କ ବାପା ବିହାର ମୁଖ୍ୟମନ୍ତ୍ରୀ  ନୀତିଶ କୁମାରଙ୍କ ସହ ଆଲୋଚନା କରି ସିବିଆଇ ତଦନ୍ତ ପାଇଁ ଦାବି କରିଥିବା ଜଣାପଡିଛି । ସୁଶାନ୍ତଙ୍କ ପରିବାର ଦାବି କଲେ ସିବିଆଇ ତଦନ୍ତ କରାଯାଇପାରେ ବୋଲି ଆଗରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ ।

wp:html /wp:html

ମଙ୍ଗଳବାର ଦିନ ଜେଡିୟୁ ନେତା ସଞ୍ଜୟ ସିଂ କହିଛନ୍ତି ଯେ, ବିହାର ସରକାର ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ବିହାର ପୋଲିସ ଏହି ଘଟଣାର ତଦନ୍ତ କରିବାରେ ସକ୍ଷମ । କିନ୍ତୁ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ ପୋଲିସ ସେମାନଙ୍କୁ କାମ କରିବାକୁ ଦେଉନାହାଁନ୍ତି। ବର୍ତ୍ତମାନ ସିବିଆଇ ତଦନ୍ତ ଦ୍ୱାରା ହିଁ ସତ ପଦାକୁ ଆସିବ ବୋଲି କୁହାଯାଉଛି ।

ସେପଟେ ଆଜି ମୁମ୍ବାଇ ହାଇକୋର୍ଟରେ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ରହିଛି । ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକ ଜନସ୍ବାର୍ଥ ମାମଲା କରାଯାଇଛି । ଏହା ଉପରେ ଆଜି ଶୁଣାଣି ହେବ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.