Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଦୁର୍ଗାପୂଜା ପାଇଁ ବିହାର ସରକାର ଜାରି କଲେ ଗାଇଡଲାଇନ୍ସ

9/10/2020 at 4:38 PM

ପାଟନା ୦୯/୧୦: ବିହାର ସରକାର ଦୁର୍ଗା ପୂଜା ପାଇଁ ଆଜି ଗାଇଡଲାଇନ୍ସ ଜାରି କରିଛନ୍ତି। ସରକାରଙ୍କ ନିର୍ଦେଶ ଅନୁସାରେ କରୋନା ମହାମାରୀ କାଳରେ କୌଣସି ମେଳା ଲାଗିବ ନାହିଁ। ଏହା ବାଦ୍ ଲାଉଡସ୍ପିକର ବ୍ୟବହାର ଉପରେ ମଧ୍ୟ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏହା ସହ ସାମୂହିକ ପ୍ରସାଦ ବିତରଣ ଉପରେ ମଧ୍ୟ ରୋକ ଲାଗିବ। କେବଳ ଏତିକି ନୁହେଁ କୌଣସି ବିଶେଷ ଥିମ୍ ଉପରେ ମଧ୍ୟ ପେଣ୍ଡାଲ ଲାଗିବ ନାହିଁ। ପେଣ୍ଡାଲ ଉପରେ ରୋକ ଲାଗିବାରୁ ପେଣ୍ଡାଲ ନିର୍ମାଣ କାରିଗର ଦୁଃଖିତ। ଏ ପାଇଁ ପେଣ୍ଡାଲ ବ୍ୟବସାୟୀଙ୍କୁ କ୍ଷତି ବି ସହିବାକୁ ପଡ଼ିବ।

ପୂର୍ବରୁ ପୂଜା ପେଣ୍ଡାଲ କାରିଗର ୬ ମାସ ପୂର୍ବରୁ ଏହାର କାମ ଆରମ୍ଭ କରୁଥିଲେ। ଏହା ସହ ଝାଡଖଣ୍ଡ ସରକାର ମଧ୍ୟ ପୂର୍ବରୁ ପୂଜା ପାଇଁ ଗାଇଡଲାଇନ ଜାରି କରିଥିଲେ। ହେମନ୍ତ ସରକାର ନିର୍ଦେଶ ଦେଇଛନ୍ତି ଯେ ନବରାତ୍ରିରେ ମା ଦୁର୍ଗା ମୂର୍ତିଙ୍କ ଉଚ୍ଚତା ୪ ଫୁଟରୁ ଅଧିକ ଉଚ୍ଚ ହେବ ନାହିଁ। ପ୍ରତିବର୍ଷ ୮ ଫୁଟରୁ ୧୫ ଫୁଟ ଉଚ୍ଚତାର ମୂର୍ତି ନିର୍ମାଣ ହୋଇଥାଏ। ଯାହାର ଦାମ ୧୫ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ। ଏବେ ଏହାର ମୂଲ୍ୟ ୪ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ରହିବ। ସରକାରଙ୍କ ଏଭଳି ନିଷ୍ପତିରେ ମୂର୍ତି କାରିଗର ଚିନ୍ତାରେ ଅଛନ୍ତି। ମାତ୍ର ସମସ୍ତେ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଆଦେଶକୁ ସମସ୍ତେ ମାନିବାକୁ ବାଧ୍ୟ।

   Related Posts