ନେହାଙ୍କ ବାହାଘର ନିମନ୍ତ୍ରଣ ପତ୍ର ସ୍ୱୀକାର କଲେ ସୋନୁ ସୁଦ୍: କିଛି ଦିନ ପୂର୍ବରୁ ଅପରେସନ୍ ପାଇଁ କରିଥିଲେ ସାହାଯ୍ୟ

Published By : Prameya-News7 Bureau | November 18, 2020 IST

ମୁମ୍ବାଇ ୧୮/୧୧ : କରୋନା ମହାମାରୀ ସମୟରୁ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କୁ ନେଇ ସବୁବେଳେ ଚର୍ଚ୍ଚା। ଟ୍ୱିଟରରେ ସେ ଜଣେ ଯୁବତୀଙ୍କ ବିବାହ ନିମନ୍ତ୍ରଣ ପତ୍ର ସ୍ୱୀକାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନେହାଙ୍କ ଘର ବିହାର ଭୋଜପୁର ଜିଲ୍ଲା ଟୋଲାରେ। ସୋନୁ ସୁଦଙ୍କୁ ସେ ନିଜ ବିବାହ ନିମନ୍ତ୍ରଣ ପତ୍ର ଟ୍ୱିଟରରେ ପଠାଇଛନ୍ତି। ତେବେ ସବୁଠାରୁ ଖାସ୍ କଥା ହେଲା ସୋନୁ ସୁଦ୍ ଜବାବ୍ ମଧ୍ୟ ଦେଇଛନ୍ତି। ନେହାଙ୍କ ନିମନ୍ତ୍ରଣ ପତ୍ର ପାଇବା ପରେ ସୋନୁ ସୁଦ୍ ଜବାବ୍ ଦେଇଛନ୍ତି ଯେ, 'ଯିବା, ବିହାରର ବାହାଘର ଦେଖିବା' ସୋନୁଙ୍କ ଟ୍ୱିଟରେ ନେହା ପୁଣି ଜବାବ ଦେଇଛନ୍ତି ଯେ 'ସାର୍, ଆପଣଙ୍କ ଅପେକ୍ଷା ରହିବ'

{"id":363607,"sizeSlug":"large"}

କରୋନା ମହାମାରୀ ସମୟରୁ ଏବେ ସୁଦ୍ଧା ଯେଉଁମାନେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି ସେ ସମସ୍ତଙ୍କୁ ସାହାଯ୍ୟ କରିଛନ୍ତି। ହଜାର ହଜାର ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରକୁ ଯିବାରେ ସାହାଯ୍ୟ କରିବା ସହ ଛାତ୍ରଛାତ୍ରୀଙ୍କୁ ବିଦେଶରୁ ଦେଶକୁ ଫେରାଇ ଆଣିଛନ୍ତି। ସେ ଅନେକ ଲୋକଙ୍କୁ ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିଛନ୍ତି।

wp:core-embed/twitter {"url":"https://twitter.com/SonuSood/status/1328642475628535808","type":"rich","providerNameSlug":"twitter","className":""}
https://twitter.com/SonuSood/status/1328642475628535808
/wp:core-embed/twitter

ନେହା ସେପ୍ଟେମ୍ବର ୧ ତାରିଖରେ ଟ୍ୱିଟ୍ କରିଥିଲେ ଯେ ଦିଲ୍ଲୀ ଏମ୍ସରେ ତାଙ୍କ ଭଉଣୀର ଅପରେସନ୍ ଯେଉଁ ତାରିଖରେ ହେବାର ଥିଲା ସେହିଦିନ ହୋଇପାରିଲାନି। ସେଥିପାଇଁ ସେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ। କୌଣସି ପ୍ରକାର ଅପରେସନ ପାଇଁ ଗୋଟେ ତାରିଖ ପାଇଁ ସେ ସୋନୁଙ୍କୁ ଅନୁରୋଧ କରିଥିଲେ। ସୋନୁ ସୁଦ୍ ଟ୍ୱିଟର ଜବାବରେ ଲେଖିଥିଲେ, 'ଆପଣଙ୍କ ଭଉଣୀ ମୋର ବି ଭଉଣୀ। ଅପରେସନ ପାଇଁ ବ୍ୟବସ୍ଥା କରିଦିଆଯାଇଛି। ତାଙ୍କୁ ଭଲ କରିବା ଦାୟିତ୍ୱ ମୋର।' ସୋନୁଙ୍କ ସାହାଯ୍ୟରେ ନେହାଙ୍କ ଭଉଣୀଙ୍କ ଅପରେସନ ହେଲା। ଅପରେସନ ପରେ ନେହାଙ୍କ ଭଉଣୀ ସୁସ୍ଥ ଅଛନ୍ତି। ଅପରେସନ ପରେ ନେହା ଓ ତାଙ୍କ ପରିବାର ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ।

ବିହାର ଟୋଲାରେ ରହୁଥିବା ଉମାଶଙ୍କର ସହାୟଙ୍କ ବଡ ଝିଅ ନେହାଙ୍କ ବାହାଘର ଡିସେମ୍ବର ୧୧ ତାରିଖରେ ଅଛି। ନିଜ ବାହାଘରରେ ସାମିଲ ହେବା ପାଇଁ ସେ ସୋନୁ ସୁଦଙ୍କୁ ଟ୍ୱିଟର ଜରିଆରେ ନିମନ୍ତ୍ରଣ ପତ୍ର ପଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.