ବିହାରରେ ବନ୍ୟା ସ୍ଥିତି ଭୟଙ୍କର : ୨୯ ଲକ୍ଷ ୬୨ ହଜାର ଲୋକ ପ୍ରଭାବିତ, ଥାନା ହସ୍ପିଟାଲ ସବୁ ପାଣି ଘେରରେ

Published By : Prameya-News7 Bureau | July 29, 2020 IST

ପାଟଣା ୨୯/୦୭ : ବିହାରର ୧୨ ଜିଲ୍ଲାର ୨୯ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି | ପ୍ରଶାସନ ଏବେ ସୁଦ୍ଧା ମାତ୍ର ୨ ଲକ୍ଷ ୬୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିଛି | ବନ୍ୟା ଯୋଗୁଁ ଏବେ ମଧ୍ୟ ଲକ୍ଷ ଲକ୍ଷ ଲୋକ ପାଣି ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି |

{"id":307070,"sizeSlug":"large"}

ପ୍ରାକୃତିକ ବିପର୍ଯ୍ୟୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୧୨ ଜିଲ୍ଲା ଯଥା ସୀତାମଢି, ଶିବହର, ସୁପୋଲ, କିଷାନଗଞ୍ଜ, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ଚମ୍ପାରଣ, ଖଗଡିଆ, ସାରଣ, ସମସ୍ତିପୁର ଜିଲ୍ଲାର ୧୦୧ ପରଖଣ୍ଡର ୮୩୭ ପଞ୍ଚାୟତର ୨୯ ଲକ୍ଷ ୬୨ ହଜାର ୬୫୩ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି |

{"id":307072,"width":575,"height":383,"sizeSlug":"large"}

୨ ଲକ୍ଷ ୬୨ ହଜାର ୮୩୭ ଲୋକଙ୍କୁ ବନ୍ୟାଞ୍ଚଳରୁ ସୁରକ୍ଷିତ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପରେ ରଖାଯାଇଛି | 

{"id":307067,"width":582,"height":437,"sizeSlug":"large"}

ବନ୍ୟା ଯୋଗୁଁ ବିସ୍ଥାପିତ ଲୋକଙ୍କୁ ଭୋଜନ ଯୋଗାଇବା ପାଇଁ ୮୦୮ ସାମୁଦାୟିକ ରୋଷେଇ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ଏବେ ସୁଦ୍ଧା ୪ ଲକ୍ଷ ୧୯ ହଜାର ୪୩୩ ଲୋକ ଭୋଜନ କରିଛନ୍ତି | ଦରଭଙ୍ଗା ଅଞ୍ଚଳରେ 162 ପଞ୍ଚାୟତର ୧୧ ଲକ୍ଷ ୭୪ ହଜାର ୩୨୦ ଲୋକ ପ୍ରଭାବିତ ହୋଇଛନ୍ତି |

{"id":307075,"width":586,"height":435,"sizeSlug":"large"}

ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଓ ଏସ୍ଡ଼ିଡି ଆରଏଫର ୨୬ ଟିମ ନିୟୋଜିତ ହୋଇଛନ୍ତି | ବନ୍ୟା ଯୋଗୁଁ ଅନେକ ନଦୀର ଜଳସ୍ଥର ବଢିଯାଇଛି | ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି |

{"id":307068,"sizeSlug":"large"}

ଜଳ ପ୍ରଶାସନ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବଗମାଟି ନଦୀ ସୀତାମଢି, ମୁଜାଫରପୁର ଏବଂ ଦରଭଙ୍ଗାରେ, ଗଙ୍ଗା ନଦୀ ଭାଗଲପୁରରେ, ମହାନଦୀ କିଷାନଗଞ୍ଜ ଓ ପୁର୍ଣିୟାରେ ମଙ୍ଗଳବାର ଦିନ ଜଳସ୍ଥର ବିପଦ ରେଖା ଉପରକୁ ବୃଦ୍ଧି ପାଉଥିଲା |

{"id":307069,"width":568,"height":425,"sizeSlug":"large"}

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଦିନ ମୁଖ୍ୟ ସଚିବ ଦୀପକ କୁମାରଙ୍କ ସହିତ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି ଏବଂ ଆବଶ୍ୟକତା ଅନୁଯାୟୀ ସାମୁଦାୟିକ ରୋଷେଇ ଏବଂ ରିଲିଫ କ୍ୟାମ୍ପ ସଂଖ୍ୟା ବଢ଼ାଇ ଦିଆଯାଉ ବୋଲି କହିଛନ୍ତି ଏବଂ ରିଲିଫ କ୍ୟାମ୍ପରେ ୨ ଫୁଟ ଦୂରତା ପାଳନ କରାଯାଉ ବୋଲି ମଧ୍ୟ କହିଛନ୍ତି |

{"id":307076,"width":579,"height":398,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.