Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିହାରରେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ବଢିଲା କରୋନା ଲକଡାଉନ, ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର

30/07/2020 at 9:10 PM

ପାଟନା ୩୦।୭: କରୋନା ଭାଇରସ ମହାମାରୀ ଯୋଗୁ ବିହାରର ସହରାଞ୍ଚଳମାନଙ୍କରେ ଜାରି ଲକଡାଉନ୍‌କୁ ସରକାର ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିଛନ୍ତି। ପୂର୍ବ ଭଳି ଲକଡାଉନ ବେଳେ ରାତ୍ରିକାଳୀନ କର୍ଫ୍ୟୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ଗୃହମନ୍ତ୍ରାଳୟ ଗୁରୁବାର ଜାରି କରିଥିବା ଲକଡାଉନ ଗାଇଡଲାଇନରେ କଡାକଡି ନିର୍ଦ୍ଦେଶ ଦେଇଛନ୍ତି।

ଏହା ଛଡା ୧ ଅଗଷ୍ଟରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ସମେତ ପୌରାଞ୍ଚଳ ଲାଗି ଅତିରିକ୍ତ କଟକଣା ମଧ୍ୟ ଜାରି କରାଯାଇଛି।  ତେବେ ଲକଡାଉନ ସମୟରେ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି ମାର୍ଗଦର୍ଶନରେ କୁହାଯାଇଛି। ସେହିପରି ଘରୋଇ କାର୍ଯ୍ୟାଳୟମାନେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିପାରିବେ ବୋଲି ଗାଇଡଲାଇନରେ  କୋହଳ କରାଯାଇଛି। ଏହି ସମୟରେ ସଡକ କଡ ଢାବା, ରେଷ୍ଟୁରାଣ୍ଟ ଆଦି କେବଳ ଡେଲିଭରୀ ସର୍ଭିସ ଲାଗି ଖୋଲି ପାରିବେ।

   Related Posts