Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ବିହାର ମହାମେଣ୍ଟରେ ଆସନ ବୁଝାମଣା ଚୂଡ଼ାନ୍ତ, ୧୪୪ ଆସନରେ ଲଢ଼ିବ ଆରଜେଡ଼ି, ୭୦ ଆସନରେ କଂଗ୍ରେସ, ବାମପନ୍ଥୀଙ୍କୁ ମିଳିଲା ୨୯

3/10/2020 at 6:05 PM

ପାଟଣା ୦୩/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟରେ ଆସନ ବୁଝାମଣା ଘୋଷଣା ହୋଇଛି। ଆଜି ପାଟଣାର ମୌର୍ଯ୍ୟା ହୋଟେଲରେ ଆ​ୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ବିହାର ବିଧାନସଭା ପାଇଁ ୨୪୩ ଆସନରୁ ୧୪୪ ଆସନରେ ଆରଜେଡ଼ି, ୭୦ରେ କଂଗ୍ରେସ ଓ ୨୯ ସିଟରେ ବାମପନ୍ଥୀ ଦଳ ନିର୍ବାଚନ ଲଢ଼ିବେ।

କଂଗ୍ରେସ ସ୍କିନିଂ କମିଟି ଚେୟାରମ୍ୟାନ ଅବିନାଶ ପାଣ୍ଡେ ଏ ଅବସରରେ କହିଛନ୍ତି ୨୦୧୫ ନିର୍ବାଚନ ସମୟରେ ବିହାର ଜନତା ମହାମେଣ୍ଟକୁ ଭାରି ବହୁମତ ଦେଇ ଥିଲେ। ମାତ୍ର ନୀତିଶ କୁମାର ଅନ୍ୟ ସହ ହାତ ମିଳାଇଲେ। ବିହାର ଜନତା ଏଥର ତାଙ୍କୁ କ୍ଷମା କରିବେ ନାହିଁ। ଏହା ସହ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ମଧ୍ୟ ଘେରିଲେ ଅବିନାଶ।

ଅବିନାଶ ଯାଦବ କିନ୍ତୁ ତେଜସ୍ବୀ ଯାଦବଙ୍କ ବେଶ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ୨୦୧୫ରେ ବିହାରବାସୀ ତେଜସ୍ବୀଙ୍କୁ ଡେପୁଟି ସିଏମ ଭାବେ କାମ କରିଥିବା ଦେଖିଛନ୍ତି। ସେ ବହୁତ ଭଲ କାମ କରିଥିଲେ। ବିହାରକୁ ତାଙ୍କ ଭଳି ଯୁବ ନେତା ଆବଶ୍ୟକ ।

ଏହି ଅବସରରେ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ବୀ ଯାଦବ, ତେଜ ପ୍ରତାପ ଯାଦବ, ଜଗଦାନନ୍ଦ ସିଂହ ଓ ମନୋଜ କୁମାର ଝା ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ଅବିନାଶ ପାଣ୍ଡେ, ସିପିଆଇ ଏମଏଲରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖଙ୍କ ଭଳି ବହୁ ନେତା ଉପସ୍ଥିତ ଥିଲେ।

ସେହିପରି ଆସନ ଫର୍ମୁଲା ଧାର୍ଯ୍ୟ କରିବା ପାଇଁ ଗତ ବୁଧବାର ରାତିରେ ପାଟଣା ପହଞ୍ଚି ବିହାର ବିଜେପି ପ୍ରଭାରି ଭୂପେନ୍ଦ୍ର ଯାଦବ ଓ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନାଭିସ୍ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଫେରିଛନ୍ତି। ଏହି ସମୟରେ ତାଙ୍କର ଆଲୋଚନା ଜେଡୟୁ ନେତୃତ୍ବରେ ହୋଇ ନାହିଁ। ପାଟଣାରେ ସେ ଦୁଇ ଦିନ ନିଜ ଦଳ ନେତାଙ୍କ ସହ ଆଲୋଚନା କଲେ। ତେବେ କୌଣସି ଫର୍ମୂଲା ବାହାରିପାରିଲା ନାହିଁ। ବିଜେପି ଓ ଜେଡୟୁ ଏ ଦୁଇ ଦଳ ତରଫରୁ ଏ ଦାବି କରାଯାଉଛି ଯେ ଏନଡିଏ ଏକଜୁଟ ଅଛି ଓ ସିଟ୍ ବୁଝାମଣା ଫର୍ମୂଲାକୁ ଶୀଘ୍ର ଅନ୍ତିମ ରୂପ ଦିଆଯିବ।

ବିଧାନସଭା ନିର୍ବାଚନ ଏନଡିଏ ତରଫରୁ ଲୋଜପା ଲଢ଼ିବ। ଆଜି ଏହାର ଘୋଷଣା ଚିରାଗ ପାସବାନ କରିବେ। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତଶାହ, ଜେପି ନଡ୍ଡାଙ୍କ ସହିତ ଗୁରୁବାର ଚିରାଗ ପାସବାନଙ୍କ ସହ ସାକ୍ଷାତ ହେବା ପରେ ଆସନ ଫର୍ମୂଲା ଉପରେ କିଛି ନିଷ୍କର୍ଷ ଏବେ ସୁଦ୍ଧା ବାହାରି ପାରି ନାହିଁ।

   Related Posts