ବିହାର ନିର୍ବାଚନ: ଭୋଟ୍‌ ଗଣତି ଚାଲିଥିବା ବେଳେ ଫଳାଫଳକୁ ନେଇ ଆରଜେଡି ନେତାଙ୍କ ବଡ଼ ବୟାନ, କହିଲେ ଏଭଳି କଥା…

Published By : Prameya-News7 Bureau | November 10, 2020 IST

ପାଟନା ୧୦/୧୧: ବିହାର ନିର୍ବାଚନ ଫଳାଫଳ ପାଇଁ ସମସ୍ତଙ୍କ ଅପେକ୍ଷା। ୨୪୩ ସିଟ୍‌ରେ ଭୋଟ ଗଣତି ଚାଲିଛି । ଯଦିଓ ଏନଡିଏ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଗରେ ଚାଲିଛି କିନ୍ତୁ ଆରଜେଡି ତଥା ମହାମେଣ୍ଟ ଆଶା ଏବେ ଉପରେ ରହିଛି। ଆରଜେଡି ପ୍ରବକ୍ତା ମନୋଜ ଝା କହିଛିନ୍ତି ଏକଜିଟ୍‌ ପୋଲ୍‌ ଆକ୍ଚୁଆଲ ପୋଲ୍‌ରେ ପରିବର୍ତ୍ତନ ହେବ। ମହାମେଣ୍ଟ ୧୨୨ ସିଟ୍‌ରୁ ଅଧିକ ସିଟ୍‌ରେ ବିଜୟ ହାସଲ କରିବ । ଏବେ ତ ଭୋଟ ଗଣତି ଆରମ୍ଭ ହୋଇଛି ବୋଲି କହିଛନ୍ତି ଆରଜେଡି ସାଂସଦ ମନୋଜ ଝା।

ବିହାରରେ ଏଥର ଯୁବ ମୁଖ୍ୟମନ୍ତ୍ରୀ ହେବେ। ରାତି ୭-୮ରେ ଫଳାଫଳ ସ୍ପଷ୍ଟ ହୋଇଯିବ। ଅପେକ୍ଷା କରନ୍ତୁ ବୋଲି ଝା କହିଛନ୍ତି। ୨୪୩ ସିଟ୍‌ରେ ମତ ଗଣନା ଚାଲିଥିବା ବେଳେ ଏବେ ଏନଡିଏ ୧୨୭ ସିଟ୍‌ରେ ଆଗୁଆ ଚାଲିଥିବା ବେଳେ ମହାମେଣ୍ଟ ୧୦୨ ସିଟ୍‌ରେ ଆଗରେ ରହିଥିବା ଦେଖିବାକୁ ମିଳିଛି।

ଅପରାହ୍ନ ୧ଟା ସୁଦ୍ଧା ମିଳିଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ୧୬୬ଟି ଆସନରେ ଭୋଟ୍ ବ୍ୟବଧାନ ୫୦୦୦ରୁ କମ୍ ରହିଥିବା ବେଳେ ୧୨୩ ଆସନରେ ଭୋଟ୍ ବ୍ୟବଧାନ ୩୦୦୦ରୁ କମ୍ ରହିଛି। ୮୦ ସିଟ୍‌ରେ ଏହି ବ୍ୟବଧାନ ୨୦୦୦ରୁ ମଧ୍ୟ କମ ରହିଛି। ୪୯ଟି ସିଟ୍‌ରେ ଭୋଟ୍ ବ୍ୟବଧାନ ୧୦୦୦ରୁ ମଧ୍ୟ କମ ରହିଛି। ଏମିତି ୨୦ଟି ଆସନ ରହିଛି ଯେଉଁଠି ଭୋଟ୍ ଅନ୍ତର ୫୦୦ରୁ କମ ରହିଛି। ସାତ ଆସନରେ ଭୋଟ୍ ମାର୍ଜିନ ୨୦୦ରୁ କମ ରହିଛି। ଏଥିରୁ ସ୍ପଷ୍ଟ ଯେ ବାଜି କେତେବେଳେ କୁଆଡେ ବି ପଲଟିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.