‘ସୁପରଓଭର’ ପର୍ଯ୍ୟନ୍ତ ଯାଇପାରେ ବିହାର ପଲିଟିକାଲ୍‌ ଲିଗ୍‌ ଫାଇନାଲ୍‌, ଏନଡିଏ-ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର

Published By : Prameya-News7 Bureau | November 10, 2020 IST

ନୂଆଦିଲ୍ଲୀ ୧୦/୧୧: ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲ୍‌-୧୩ ଫାଇନାଲ୍‌ ମ୍ୟାଚ୍‌ ଖେଳାଯାଉଛି। କିନ୍ତୁ ବିହାର ପିଚ୍‌ରେ ରିୟଲ୍‌ ଥ୍ରିଲ୍‌ ଦେଖିବାକୁ ମିଳିଛି। ଏନଡିଏ ଓ ମହାମେଣ୍ଟ ମଧ୍ୟରେ ମହାମୁକାବିଲା ଚାଲିଛି। ବିହାରରେ ଭୋଟ୍‌ ଗଣତି ଯେତିକି ଯେତିକି ଆଗେଇ ଚାଲିଛି ସେତିକି ସେତିକି ରୋମାଞ୍ଚ ବଢ଼ିବାରେ ଲାଗିଛି।

ପ୍ରଥମେ ଏନଡିଏ ଆଗକୁ ମାଡ଼ି ଚାଳୁଥିବା ଦେଖିବାକୁ ମିଳିଥିବା ବେଳେ ଏବେ ଆରଜେଡିର ମହାମେଣ୍ଟ ଆଗକୁ ବଢ଼ୁଛି। ଏନଡିଏ ୧୨୧ ଓ ମହାମେଣ୍ଟ ୧୧୪ ସଟି୍‌ରେ ଆଗୁଆ ରହିଛି। କିନ୍ତୁ ଏବେ ବି ୨୬ ସିଟ୍‌ରେ କେବଳ ଭୋଟ ଅନ୍ତର ୧୦୦୦ରୁ କମ୍‌ ରହିଛି। ତେବେ ନିର୍ବାଚନୀ ମହାମୁକାବିଲା କୌଣସି ବି ସମୟରେ କେଉଁ ଆଡ଼କୁ ଢ଼ଳିପାରେ।

ମିଳିଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା ବିଜେପି ୭୨ ସିଟ୍‌ରେ ଆଗୁଆ ଚାଲିଥିବା ବେଳେ ଆରଜେଡି ୭୬ ସିଟ୍‌ରେ ଆଗୁଆ ଚାଲିଛି। ଏହି ସମୟରେ ବିହାରରେ ଆରଜେଡି ଏକ ବଡ଼ ଦଳ ଭାବେ ନଜର ଆସିଛି।

ମତଗଣାନା ଅନୁସାରେ ଏବେ ସୁଦ୍ଧା ବିଜେପି ୭୨ ସିଟ୍‌ରେ ଆଗୁଆ ରହିଥିବା ବେଳେ ଗୋଟିଏ ସିଟ୍‌ରେ ବିଜୟ ପକା କରିଛି। ସେପଟେ ସହଯୋଗୀ ଦଳ ଜେଡିୟୁ ୪୧ ସିଟ୍‌ରେ ଆଗୁଆ ଚାଲିଥିବା ବେଳେ ଗୋଟିଏ ସିଟ୍‌ରେ ବାଜି ମାରିଛି। ମାହାମେଣ୍ଟର ଆରଜେଡି ୭୬ ସିଟରେ ଆଗୁଆ ଥିବା ବେଳେ ଗୋଟିଏ ସିଟ୍‌ରେ ଜିତିଛି। ଅନ୍ୟପଟେ କଂଗ୍ରେସ ୨୦ ସିଟ୍‌ରେ ଆଗରେ ରହିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.