ବିହାର ବିଧାନସଭା ନିର୍ବାଚନ: ସ୍ୱାମୀ ତେଜପ୍ରତାପଙ୍କ ବିରୋଧରେ ଅଣ୍ଟାଭିଡିଲେ ଐଶ୍ୱର୍ଯ୍ୟା, କରିଶ୍ମାଙ୍କୁ ଅସ୍ତ୍ର କରିବେ ତେଜସ୍ୱୀ

Published By : Prameya-News7 Bureau | August 22, 2020 IST

ପାଟନା ୨୨।୮: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡୁଛି । କେଉଁ ନେତା ଦଳ ଛାଡି ଅନ୍ୟ ଦଳକୁ ଗଲେଣି ତ କେଉଁ ନେତାଙ୍କୁ ଶାସକ ଦଳରୁ ବାହାରକୁ ରାସ୍ତା ଦେଖାଇ ଦିଆଗଲାଣି। ଏଥିରେ ପରିବାର ରାଜନୀତି ନୂଆ ସମୀକରଣ ସୃଷ୍ଟି କରିଛି। ଲାଲୁ ପ୍ରସାଦଙ୍କ ସମୁଦୀ ଚନ୍ଦ୍ରିକା ରାୟ ଜେଡିୟୁରେ ଯୋଗଦେବା ପରେ ଏବେ ତାଙ୍କ ଝିଅ ଚନ୍ଦ୍ରିକା ରାୟ ନିର୍ବାଚନ ଲଢିବେ ବୋଲି ରାଜ୍ୟରେ ଚର୍ଚ୍ଚା ହେଉଛି। ହୁଏତ ସେ ତାଙ୍କ ସ୍ୱାମୀ ତେଜ ପ୍ରତାପ ଅଥବା ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଏବେ ଆକଳନ କରାଯାଉଛି।

{"id":318446,"width":580,"height":481,"sizeSlug":"large"}

ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ସହ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ବିବାହ କରିଥିଲେ। ବାହାଘରର ଛ ମାସ ନପୁରୁଣୁ ତେଜପ୍ରତାପ ବିବାହ ବିଚ୍ଛେଦ ମୋକଦ୍ଦମା ରୁଜୁ କରିଥିବା ବେଳେ ଐଶ୍ୱର୍ଯ୍ୟା ପିତ୍ରାଳୟକୁ ଫେରିଯାଇଛନ୍ତି। ଦୁଇ ପରିବାରଙ୍କ ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ଚନ୍ଦ୍ରିକା ରାୟ ଲାଲୁଙ୍କ ଡଙ୍ଗାରୁ ଡେଇଁ ନୀତିଶଙ୍କ ଜାଲରେ ପଡିଛନ୍ତି। ଏଣୁ ଏଥର ବିହାର ବିଧାନସଭା ନିର୍ବାଚନରେ ପରିବାର ବିବାଦ ଚରମରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। 

{"id":318447,"sizeSlug":"large"}

ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ତେଜପ୍ରତାପ ମହୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ସେହିପରି ତାଙ୍କ ଭାଇ ତେଜସ୍ୱୀ ରାଧେପୁର ବିଧାୟକ ଅଛନ୍ତି। ଚନ୍ଦ୍ରିକା ରାୟ ଆରଜେଡି ମଙ୍ଗ ଧରିବା ପରେ ଏବେ ଐଶ୍ୱର୍ୟ୍ୟାଙ୍କୁ ହୁଏତ ତାଙ୍କ ସ୍ୱାମୀ ଅଥବା ଦିଅରଙ୍କ ବିରୋଧରେ ଛିଡା ହୋଇପାରନ୍ତି ବୋଲି ଅଙ୍କକଷାଯାଉଛି। ଏଣୁ ଐଶ୍ୱର୍ଯ୍ୟାଙ୍କୁ ନେଇ ଜେଡିୟୁ ଧିରେ ଧିରେ ଅସହଜ ହେବାରେ ଲାଗିଲାଣି। ହେବା ବି ସ୍ୱଭାବିକ, କାରଣ ନିଜ ପରିବାର ପରିସ୍ଥିତିକୁ ସମ୍ଭାଳିପାରୁନଥିବା ଲୋକଙ୍କ ହାତରେ ରାଜ୍ୟଭାର କେବେବି ରାଜ୍ୟବାସୀ ଦେଇ ନ ପାରନ୍ତି। ଏଣୁ ଲାଲୁଙ୍କ ଆରଜେଡିକୁ ଏଥର ମଧ୍ୟ ବିଧାନସଭାର ବିରୋଧୀ ଦଳରେ ବସିବାକୁ ପଡିପାରେ ବୋଲି ଆକଳନ କରାଯାଉଛି। 

{"id":318449,"width":590,"height":443,"sizeSlug":"large"}

ତେବେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ କିନ୍ତୁ କମ୍‌ ଧୃତ ନୁହନ୍ତି। କଣ୍ଟାକୁ କଣ୍ଟାରେ କାଢିବା ଯୋଜନାରେ ଐଶ୍ୱର୍ଯ୍ୟାଙ୍କ ସାନ ଭଉଣୀ କରିଶ୍ମାଙ୍କୁ ଏବେ ଅସ୍ତ୍ର କରିବେ ବୋଲି ଆକଳନ କରାଯାଉଛି। ଡା. କରିଶ୍ମା ରାୟ ଐଶ୍ୱର୍ଯ୍ୟାଙ୍କ କକାଝିଅ ଭଉଣୀ।  ନିକଟରେ ତେଜସ୍ୱୀ ତାଙ୍କୁ ଦଳରେ ମିସାଇଛନ୍ତି। ଏଥିରୁ ଐଶ୍ୱର୍ଯ୍ୟାଙ୍କ ଟକ୍କର ଲାଗି ହୁଏତ ଆରଜେଡି କରିଶ୍ମାଙ୍କୁ ଅସ୍ତ୍ର କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ହେଲେ ପରିବାରର ବୋହୂ ଯେତେବେଳେ ପରିବାର ବିରୋଧରେ ଛିଡା ହେଉଛି ସେଠି ଶାଳୀଙ୍କୁ ନେଇ କିପରି ନିର୍ବାଚନ ବୈତରଣୀ ପାର ହେଉଛନ୍ତି ତା ଉପରେ ଏବେ ସମସ୍ତଙ୍କ ନଜର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.