Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କ୍ଷଣିକେ ବଦଳୁଛି ଭୋଟ୍‌ ଗଣିତ: ସନ୍ଧ୍ୟା ୫ରେ ଲଣ୍ଠନ ଜଳିବା ଦାବି ଫିକା, ଜେଡିୟୁ କାର୍ଯ୍ୟାଳୟ ସାମ୍ନାରେ ଜମିଲାଣି ଭିଡ଼

10/11/2020 at 3:38 PM

ପାଟନା ୧୦/୧୧: ଆଜି ବିହାର ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଯାଉଛି। ନିର୍ବାଚନ ରେଜଲ୍ଟ ବାହାରିବା ପାଇଁ ବିଳମ୍ବ ହୋଇପାରେ କିନ୍ତୁ ବିହାରରେ ସରକାର କିଏ କରିବ ସେନେଇ ଆଜି ହିଁ ଜଣାପଡ଼ିବ। ଗୋଟିଏ ପଟେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଜଣାପଡ଼ିଛି। ଅନକେ ସିଟ୍‌ରେ ବହୁ କମ୍ ବ୍ୟବଧାନ ରହୁଥିବା ଜଣାପଡ଼ିଥିବା ବେଳେ ମହାମେଣ୍ଟ ସରକାର କରିବା ନେଇ ଆରଜେଡି ନେତା ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଛି।

ବିହାରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଥିବା ବେ​‌ଳେ ମଙ୍ଗଳବାର ୨୪୩ ସିଟ୍‌ ପାଇଁ ଭୋଟ କଣତି ଜାରି ରହିଛି। ଏବେ ସୁଦ୍ଧା ବିହାରରେ ପୁରି ନୀତିଶ ସରକାର ଦେଖିବାକୁ ମିଳୁଥିବା ବେଳେ ଏନଡିଏ ୧୨୯ ସିଟ୍‌ରେ ଆଗୁଆ ଚାଲିଛି। ଅନ୍ୟପଟେ ଆରଜେଡି ୯୯ ସିଟ୍‌ରେ ଆଗୁଆ ଚାଲିଛି।

କିଛି ସମୟ ପୂର୍ବରୁ ଏହି ଚିତ୍ର ସମ୍ପୂର୍ଣ୍ଣ ଅଲଗା ଥିଲା। ତେବେ ଗଣିତ ଓଲଟିବା ପୂର୍ବରୁ ସନ୍ଧ୍ୟାରେ ଲଣ୍ଠନ ଜଳିବା ନେଇ ଦାବି କରୁଥିବା ଆରଜେଡି ନେତାଙ୍କ ମହଲରେ ଚିନ୍ତା ଖେଳିଯାଇଥିବା ବେଳେ ଜେଡିୟୁ ନେତାଙ୍କ ଭିଡ଼ ଜମିବାରେ ଲାଗିଛି। ଜେଡିୟୁ କାର୍ଯ୍ୟାଳୟ ବାହାରେ ସମର୍ଥକ ଢ଼ୋଲ ବଜାଉଥିବା ମଧ୍ୟ ଦେଖିବାକୁ ମିଳିଛି।

   Related Posts