Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବିହାରରେ ଏନଡିଏକୁ ବହୁମତ, ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର

11/11/2020 at 11:46 AM

ପାଟନା ୧୧।୧୧: ବିହାରରେ ସରକାର ବିରୋଧୀ ହାଓ୍ବା ଏବଂ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଅତିକ୍ରମ କରି ନୀତିଶ କୁମାରଙ୍କ ନେତୃତ୍ବାଧୀନ ଦଳ ବିହାରରେ ବହୁମତ ହାସଲ କରିଛି । ବିହାର ବିଧାନସଭାର ୨୪୩ ଆସନରୁ ଏନଡିଏ ୧୨୫ଟି ଆସନରେ ବିଜୟୀ ହୋଇଛି । ଅନ୍ୟପକ୍ଷରେ ମହାମେଣ୍ଟ ଆରଜେଡି ୧୧୦ଟି ଆସନରେ ବିଜୟୀ ହୋଇଛି । ଏହାସହ ନୀତିଶ କୁମାର ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ସଫା ହୋଇଛି ।

ଜେଡିୟୁକୁ ମିଳିଛି ୪୩ ଆସନ

ଚଳିତ ଥର ତାଙ୍କ ପାର୍ଟି ଜେଡିୟୁକୁ ୨୦୧୫ ତୁଳନାରେ ସଫଳତା ମିଳିନାହିଁ । ଜେଡିୟୁକୁ ୨୦୧୫ରେ ମିଳିଥିବା ୭୧ ଆସନ ତୁଳନାରେ ଚଳିତ ଥର ୪୩ ଟି ଆସନ ମିଳଛି । ସେହି ସମୟରେ ନୀତିଶ କୁମାର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ କଂଗ୍ରେସ ସହ ମିଳିତ ଭାବେ ନିର୍ବାଚନ ଜିତିଥିଲେ । ଚଳିତ ଥର ଆରଜେଡି ୭୫ ଆସନରେ ବିଜୟୀ ହେବା ସହ ପ୍ରଥମ ସ୍ଥାନରେ ରହିଛି । ଭୋଟ୍ ଗଣତିର ପ୍ରାରମ୍ଭରେ ଆଗୁଆ ଥିବା ବିଜେପିକୁ ୧୬ ଘଣ୍ଟା ଚାଲିଥିବା ଭୋଟ୍ ଗଣତି ପରେ ୭୪ ଆସନ ସହ ଦ୍ବିତୀୟ ସ୍ଥାନ ମିଳିଛି ।

ଏଲଜେପି ଯୋଗୁଁ ଜେଡିୟୁର ହେଲା କ୍ଷତି

ଜେଡିୟୁକୁ ଚିରାଗ ପାଶଓ୍ବାନଙ୍କ ଏଲଜେପି ଯୋଗୁଁ ବହୁତ କ୍ଷତି ସହିବାକୁ ପଡିଛି । ଏଲଜେପି ଗୋଟିଏ ଆସନରେ ବିଜୟୀ ହୋଇଛି । ମାତ୍ର ଏଲଜେପି ଅତି କମ୍ ରେ ୩୦ ଟି ଆସନରେ ଜେଡିୟୁ ପାଇଁ କ୍ଷତି ପହଞ୍ଚାଇଛି । ବିଜେପିର ୭୪ ଏବଂ ଜେଡିୟୁର ୪୩ ସିଟ୍ ବ୍ୟତୀତ ଏଚଏଏମକୁ ୪ ଏବଂ ଭିଆଇପିକୁ ୪ଟି ଆସନ ମିଳିଛି । ବିରୋଧୀ ମହାମେଣ୍ଟରେ ଆରଜେଡିକୁ ୭୫, କଂଗ୍ରେସକୁ ୧୯, ସିପିଆଇ(ଏମଏଲ)କୁ ୧୨, ସିପିଆଇକୁ ୨, ସିପିଆଇ(ଏମ)କୁ ୨ଟି ଆସନ ମିଳିଛି । ଏହି ନିର୍ବାଚନ ଏଆଇଏମଆଇଏମକୁ ୫ଟି ଆସନ ଏବଂ ଏଲଜେପି ଓ ବିଏସପିକୁ ଗୋଟିଏ ଗୋଟିଏ ଆସନ ମିଳିଛି । ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି ।

   Related Posts