ବିହାର ନିର୍ବାଚନ ଫଳାଫଳର ଓଲଟା ଗଣତି ଆରମ୍ଭ, ସକାଳ ୮ଟାରୁ ଭୋଟ୍ ଗଣତି, କିଏ ପିନ୍ଧିବ ବିଜୟର ମୁକୁଟ ?

Published By : Prameya-News7 Bureau | November 09, 2020 IST

ପାଟନା ୦୯।୧୦: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶକୁ ଆଉ କେଇ ଘଣ୍ଟା ବାକି ରହିଛି। ସକାଳ ହେଲେ ଭୋଟ୍ ଗଣତି ଆରମ୍ଭ ହେବ। ଆସନ୍ତାକାଲି ଅପରାହ୍ନ ବେଳକୁ ଏହା ସ୍ପଷ୍ଟ ହୋଇଯିବ ଯେ, ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଢୁଛି। ଜଣା ପଡିବ ତେଜସ୍ଵୀ ଯାଦବ କି ନୀତିଶ କୁମାର କ୍ଷମତାକୁ ଫେରିବେ। ମଙ୍ଗଳବାର ବିହାର ବିଧାନସଭାର ସମସ୍ତ ୨୪୩ ଆସନରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ପରିଣାମର ପ୍ରାରମ୍ଭିକ ଟ୍ରେଣ୍ଡ ସକାଳ ସକାଳ ୯ଟାରୁ ଆସିବା ଆରମ୍ଭ ହୋଇଯିବ। ବାସ୍ତବିକ ପରିଣାମ ୨-୩ ଟାରେ ଆସିବା ଆରମ୍ଭ ହୋଇଯିବ। ନିର୍ବାଚନ ଆୟୋଗ ଦ୍ଵାରା ରାଜ୍ୟର ସମସ୍ତ ୩୮ ଜିଲ୍ଲାରେ ୫୫ ମତଗଣନା କେନ୍ଦ୍ର କରାଯାଇଛି।

ନିର୍ବାଚନ ଆୟୋଗର ଅଧିକାରୀଙ୍କ ଅନୁଯାୟୀ, ସର୍ବ ପ୍ରଥମେ ବାଲାଟ୍ ପେପରରେ ଦିଆଯାଇଥିବା ମତ ପତ୍ରର ଗଣତି କରାଯିବ। ସକାଳ ୮ଟା ୧୫ରୁ ଇଭିଏମର ଗଣନା ଆରମ୍ଭ ହୋଇଯିବ। ଅଧିକାରୀଙ୍କ ଅନୁଯାୟୀ ଗୋଟିଏ ରାଉଣ୍ଡ ଗଣନାରେ ୧୫ ରୁ ୨୦ ମିନିଟ୍‌ ସମୟ ଲାଗିବ। ଏଥିପାଇଁ ପ୍ରଥମ ଟ୍ରେଣ୍ଡ ସକାଳ ୮ଟା ୩୦ ସୁଦ୍ଧା ଆସିବାର ସମ୍ଭାବନା ରହିଛି। ଭୋଟ୍ ଗଣତିରେ ପ୍ରାୟ ୬୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ଵ ପାଳନ କରାଯିବ।

ଉଲ୍ଲେଖନୀୟ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସମାପ୍ତ ହେବା ପରେ ନ୍ୟୁଜ୍ ଚ୍ୟାନେଲ ଏବଂ ଏକଜିଟ୍ ପୋଲ୍ ଏଜେନ୍ସି ନିଜର ଏକ୍‌ଜିଟ୍ ପୋଲ୍‌ର ଫଳାଫଳ ଘୋଷଣା କରିଥିଲେ। ଏକ୍‌ଜିଟ୍‌ ପୋଲ୍‌ ବିହାରରେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ହେବ ବୋଲି ଭବିଷ୍ୟତବାଣୀ କରିଛି। ସମସ୍ତ ଏକ୍‌ଜିଟ୍‌ ପୋଲ୍ ମହାମେଣ୍ଟ ଆଗୁଆ ରହିଥିବା ସଙ୍କେତ ଦେଇଛି। ତେଜସ୍ଵୀ ଯାଦବଙ୍କ ଲୋକପ୍ରିୟତା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କଠୁ ଅଧିକ ଥିବା ପୋଲ୍‌ରୁ ଜଣା ପଡିଛି।

ରପବ୍ଲିକ୍ ଜନ କି ବାତ

ଏନଡିଏ-୯୧-୧୧୭

ମହାମେଣ୍ଟ-୧୩୮

ଏବିପି ସି ଭୋଟର-

ଏନଡିଏ-୧୦୪-୧୨୮

ମହାମେଣ୍ଟ-୧୦୮-୧୩୧

ଏଲଜେପି-୧-୩

ଅନ୍ୟ- ୪-୮

ଟାଇମ୍ସ ସି ଭୋଟର-

ବିଜେପି- ଜେଡିୟୁ ରୁ ୧୧୬

ଆରଜେଡି- କଂଗ୍ରେସ-୧୨୦

ଏଲଜେପି-୧

ଅନ୍ୟ- ୬

ଟିଭି୯ ଭାରତ ବର୍ଷ

ଏନଡିଏ- ୧୧୧୦ ରୁ ୧୨୦

ମହାମେଣ୍ଟ- ୧୧୫ରୁ ୧୨୫

ଅନ୍ୟ- ୧୩ ରୁ ୧୮

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.