ବିହାରରେ ନିର୍ବାଚନୀ ବିଗୁଲ : ଭର୍ଚୁଆଲ ମହାରାଲିରେ ସମ୍ବୋଧନ କରିବେ ଅମିତ ଶାହା, ଲାଇଭ୍ରେ ଯୋଡିହେବେ ୧୦ଲକ୍ଷ ଲୋକ
7/06/2020 at 12:00 PM

ପାଟନା ୭।୬: ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ପାଇଁ ଆଜିଠୁ ବିଜେପିର ପ୍ରସ୍ତୁତି ଆରମ୍ଭ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜନସ୍ବାଡିଙ୍କ ଦଳ ପାଇଁ ବିହାରରେ ପ୍ରଥମ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ । ଭାଜପା ଏହି ଭର୍ଚୁଆଲ ରାଲିକୁ ‘ବିହାର-ଜନସମ୍ବାଦ’ ନାମ ଦେଇଛି । ତେବେ ଏହି ରାଲି ସମ୍ପୂର୍ଣ୍ଣ ଅନଲାଇନରେ ହେବ । ଅମିତ ଶାହାଙ୍କ ସହ କାର୍ଯ୍ୟକର୍ତ୍ତାମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଯୋଗଦେବେ ।
ଦଳ ପ୍ରଦେଶ ମୁଖପାତ୍ର ଏବଂ ପୂର୍ବତନ ବିଧାୟକ ପ୍ରେମ ରଞ୍ଜନ ପଟେଲ ଦାବି କରିଛନ୍ତି ଯେ, ୨୪୩ ବିଧାନସଭା ଅଞ୍ଚଳରୁ ୨୦ ରୁ ୨୫ ହଜାର ଲୋକ ରାଲିରେ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ୭୨ ହଜାର ବୁଥ୍ ରେ ସ୍ମାର୍ଟ ଟିଭି ଏବଂ ଲାପଟପ୍ ମାଧ୍ୟମରେ ଶାହାଙ୍କ ସମ୍ବୋଧନ ଲାଇଭ୍ ଶୁଣିବା ନେଇ ବ୍ୟବସ୍ଥା କରାଯାଇଛି । ସେ ଦାବି କରିଛନ୍ତି ଯେ, ଆଜିର ଏହି ରାଲିରେ ୧୦ ଲକ୍ଷ ଲୋକ ସାମିଲ ହେବେ ।
ଚଳିତ ବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ । ଅମିତ ଶାହାଙ୍କ ଏହି ଅନଲାଇନ୍ ରାଲି ବିହାରରେ ବିଜେପିର ନିର୍ବାଚନ ପ୍ରଚାରର ଆରମ୍ଭ ବୋଲି ଦେଖାଯାଉଛି। ବିହାରରେ ରାଷ୍ଟ୍ରୀୟ ଜନତା ଦଳ କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଛି । ଏହି କ୍ରମରେ ତେଜସ୍ବୀ ଯାଦବ ନିକଟରେ ଏକ ବସ୍ ରାଲି କରିଥିଲେ । ତେବେ ଅନଲାଇନ୍ ରାଲିରେ ବିଜେପି ପ୍ରଥମେ ଏହି କାମ ଆରମ୍ଭ କରିଛି ।