Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଚାଲିଛି ଭୋଟ ଗଣତି ; କାହାର ହେବ ବିହାର ? ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର

10/11/2020 at 1:00 PM

ବିହାର ୧୦/୧୧ : କିଏ ହେବ ବିହାରର ନୂଆ ସୁପ୍ରିମୋ ? ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ କି ନୀତିଶ କୁମାର ? ନା ବାଜି ମାରି ନେବେ ତେଜସ୍ବୀ ଯାଦବ ? ଏ ତମାମ ପ୍ରସଙ୍ଗ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସେପଟେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଚାଲିଛି କଡା ଟକ୍କର ।

ବିହାର ବିଧାନସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ଦିନ ୧୨ ଟା ୩୦ ସୁଦ୍ଧା ଜେଡିୟୁ ଏବଂ ବିଜେପି ମେଣ୍ଟ ୧୨୬ଟି ଆାସନରେ ଆଗୁଆ ଅଛି । ସେହିଭଳି ଆରଜେଡି, କଂଗ୍ରେସ ଏବଂ ଅନ୍ୟ ଛୋଟ ଦଳ ମିଶି ଗଠିତ ମହାମେଣ୍ଟ ୧୦୫ ଆସନରେ ଆଗୁଆ ଅଛି । ଏଲଜେପି ୨ ଟି ଏବଂ ଅନ୍ୟମାନେ ୧୦ଟି ଆସନରେ ଆଗୁଆ ଅଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାରରେ ୨ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ତେବେ କାହାର ହେବ ବିହାର ତାହା ଆଗାମୀ କିଛି ଘଣ୍ଟା ମଧ୍ୟରେ ନିର୍ଦ୍ଧାରଣ ହେବ ।

ନିର୍ଦ୍ଧିଷ୍ଟ ଦଳ ଅନୁସାରେ ସଂଖ୍ୟା ଦେଖିବାକୁ ଗଲେ ବିଜେପି ସବୁଠାରୁ ଆଗରେ ଚାଲିଛି । ବର୍ତ୍ତମାନ ବିଜେପି ୭୫ଟି ସିଟରେ ଆଗୁଆ ଚାଲିଛି । ତେଜସ୍ବୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ୬୫ଟି ଆସନରେ ଆଗୁଆ ଚାଲିଛି । ସେହିଭଳି ନୀତିଶ କୁମାରଙ୍କ ଜେଡିୟୁ ୪୭ ଆସନରେ ଆଗୁଆ ଏବଂ କଂଗ୍ରେସ ମାତ୍ର ୨୪ଟି ସିଟରେ ଆଗୁଆ ଚାଲିଛି । ଚିରାଗ ପାଶ୍ବାନଙ୍କ ଲୋକ ଜନ ଶକ୍ତି ପାର୍ଟି (ଏଲଜେପି) ୩ ଟି ସିଟରେ ଆଗୁଆ ଚାଲିଛି ଏବଂ ଅନ୍ୟମାନେ ୧୦ ଟି ସିଟରେ ଆଗୁଆ ଚାଲିଛନ୍ତି ।

   Related Posts