Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଦାୟୀତ୍ବ ଗ୍ରହଣର କିଛି ଘଣ୍ଟା ପରେ ପଦ ଛାଡ଼ିଲେ ମେଓ୍ବାଲାଲ୍‌ ଚୌଧୁରୀ, ବିରୋଧୀ ଆଣିଥିଲେ ଦୁର୍ନୀତି ଅଭିଯୋଗ

19/11/2020 at 4:01 PM

ପାଟ୍‌ନା ୧୯/୧୧: ଇସ୍ତଫା ଦେଲେ ବିହାର ଶିକ୍ଷାମନ୍ତ୍ରୀ ମେଓ୍ବାଲାଲ୍‌ ଚୌଧୁରୀ। ଭ୍ରଷ୍ଟାଚାର ଅଭିଯୋଗ ପରେ ମେଓ୍ବାଲାଲ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ସେ ୩ ଦିନ ତଳେ ବିହାରର ନୂଆ ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ଗତ ସୋମବାର ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିରୋଧୀ ଆରଜେଡି ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲା। ୨୦୧୭ରେ ହୋଇଥିବା ଦୁର୍ନୀତିରେ ମେଓ୍ବାଲାଲଙ୍କ ହାତ ଥିବା ନେଇ ଆରଜେଡି ନେତା ତାଙ୍କ ଉପରେ ଜୋରଦାର ବର୍ଷିଥିଲେ।

ଭାଗଲପୁର କୃଷି ବିଶ୍ବବିଦ୍ୟାଳୟରେ ମେଓ୍ବାଲାଲ କୂଳପତି ଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ଓ କନିଷ୍ଠ ବୈଜ୍ଞାନିକ ନିଯୁକ୍ତିରେ ହେରଫେର କରିଥିବା ଆରଜେଡି ଅଭିଯୋଗ ଆଣିଥିଲା।

   Related Posts