Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ପିଇବୁ ନା ପିଇବାକୁ ଦେବୁ… ନିଶାମୁକ୍ତି ଦିବସରେ ଏମିତି ଶପଥ ନେଲେ ରାଜ୍ୟର ସମସ୍ତ ପୋଲିସ ଅଧିକାରୀ

26/11/2021 at 10:44 PM

ପାଟନା ୨୬/୧୧: ମଦ ବନ୍ଦ ସତ୍ତ୍ଵେ ଲୋକେ ବିଷାକ୍ତ ମଦ୍ୟ ପାନ କରି ମୃତ୍ୟୁବରଣ କରୁଛନ୍ତି। ଏହା ପରେ ପୋଲିସ୍‌ର ଚେତା ପଶିଛି। ବିହାରର ନିଶାମୁକ୍ତି ଦିବସରେ ଲୋକଙ୍କ ପୂର୍ବରୁ ଖୋଦ ପୋଲିସ ମଦ ପିଇବେ ନାହିଁ ବୋଲି ଶପଥ ନେଇଛନ୍ତି। ପୋଲିସ ମୁଖ୍ୟାଳୟରେ ପୋଲିସ ଡିଜି ଏସକେ ସିଙ୍ଘଲ ସମସ୍ତ ଅଧିକାରୀଙ୍କୁ ଏହି ଶପଥ ପାଠ କରାଇଛନ୍ତି। ଜୀବନ ଥିବା ଯାଏଁ ମଦ ନଛୁଇଁବାକୁ ଏବଂ ନିଶାମୁକ୍ତି ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଡିଜିପି।

ଏହି ସମୟରେ ସମସ୍ତ ଏସପି, ଡିଏସପିଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହା ସହ ସେ ଆହୁରି କହିଛନ୍ତି, ପାଟନା ସହରରେ ସବୁଠୁ ଅଧିକ ଗଡ଼ବଡ଼ ହେଉଛି । ପାଟନାରେ ଧରପଗଡ଼ ଜୋରଦାର ହେଲେ ବାକି ସ୍ଥାନରେ କେହି ମଦ ପିଇବାକୁ ସାହସ କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଜିପି ଏହି କଥା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମଦ ପିଇବେ ନାହିଁ ବୋଲି ସମସ୍ତଙ୍କ ପାଖରୁ ଶପଥ ନେଇଛି, ଏହାକୁ ଭୁଲିବେ ନାହିଁ। ବିହାରରେ ମଦ ବନ୍ଦ ସଫଳ ହେଲେ ବାକି ସ୍ଥାନରେ ହୋଇପାରିବ।

ଏହା ସହ ବିାହାରରେ ମଦ ବ୍ୟାନ୍‌ ହେବା ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମଦ ବନ୍ଦ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ଦାବି ବିଲକୁଲ ଭୁଲ ବୋଲି ମଧ୍ୟ ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ମଦ ମୃତ୍ୟୁକୁ ନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ମଦ ପିଇଲା ମଲା। ତାଙ୍କୁ ଖରାପ ମଦ ମିଳିଲା। ଏହାକୁ ନେଇ କିଛି ଲୋକ ବିଷାକ୍ତ ମଦ ମିଳିବାରୁ ମୃତ୍ୟୁ ହେଲା ବୋଲି କହିଲେ। ରାଜ୍ୟରେ କଣ ଭଲ ମଦ ମିଳିବ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ପ୍ରତି ବ୍ୟକ୍ତିଙ୍କୁ ବୁଝିବାକୁ ହେବ ଯେ ମଦ ପିଇବାର ନାହିଁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଂଗ୍ରେସକୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ମଦ ବନ୍ଦ ନେଇ ପ୍ରସ୍ତାବ ପ୍ରଥମେ କଂଗ୍ରେସର ମନ୍ତ୍ରୀ ଆଣିଥିଲେ। ଏବେ ସେହି ପାର୍ଟିର କିଛି ନେତା ଏହା ବିରୋଧରେ ସ୍ବର ଉଠାଉଥିବାରୁ ଆଶ୍ଚର୍ଯ୍ୟ ଲାଗୁଛି। ଏମିତି ଜମା କରିବା ଉଚିତ ନୁହେଁ ବୋଲି ନୀତିଶ କୁମାର କହିଛନ୍ତି ।  

   Related Posts