Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ଲୋକେଟ ହୋଇ ପାରୁନାହାନ୍ତି ରିୟା : ବିହାର ଡିଜିପି କହିଲେ, ‘ପ୍ରମାଣ ମିଳିଲେ ମାଟି ତଳୁ ବି ଖୋଜି ବାହାର କରିବୁ’

2/08/2020 at 6:41 PM

ପାଟନା ୦୨/୦୮ : ବିହାର ପୋଲିସ ମହାନିର୍ଦେଶକ (ଡିଜିପି) ଗୁପ୍ତେଶ୍ୱର ପାଣ୍ଡେ ଶନିବାର ଦିନ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ବିହାର ପୋଲିସ ଟିମ ମୁମ୍ବାଇରେ ରିୟା ଚକ୍ରବର୍ତ୍ତୀଙ୍କୁ ଲୋକେଟ କରିପାରୁନାହାନ୍ତି | ସେ କହିଛନ୍ତି ଯେ ବିହାର ପୋଲିସ ପ୍ରମାଣ ଆଧାରରେ କାମ କରୁଛି ଏବଂ ଆବଶ୍ୟକ ପଡିଲେ ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ପଠାଯିବ |

ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଶନିବାର ଦିନ ସାମ୍ବାଦିକଙ୍କ ସହିତ କଥାବାର୍ତ୍ତା କରିଛନ୍ତି | ସେ କହିଛନ୍ତି ଯେ ମୁମ୍ବାଇରେ ତଦନ୍ତ କରୁଥିବା ବିହାର ପୋଲିସ ଟିମ ଏବେ ପର୍ଯ୍ୟନ୍ତ ସୁଶାନ୍ତ ସିଂହଙ୍କ ବନ୍ଧୁ, ସହଯୋଗୀ ଓ ସମ୍ପର୍କୀୟଙ୍କୁ ସାକ୍ଷାତ କରି ପଚରାଉଚୁରା କରିଛି | ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ପଚାରିବାରୁ ଡିଜିପି ରିୟାଙ୍କୁ ଚେତାବନୀ ଦେଇଛନ୍ତି ଯେ ଯେଉଁଦିନ ତାଙ୍କ ବିରୋଧରେ ପୋଲିସକୁ ପ୍ରମାଣ ମିଳିଯିବ ସେଦିନ ତାଙ୍କୁ ମାଟି ତଳୁ ମଧ୍ୟ ଖୋଜିକି ବାହାର କରାଯିବ | ସେ କହିଛନ୍ତି ଯେ, ରିୟା ପ୍ରାଥମିକ ଅଭିଯୁକ୍ତ ଏବଂ ସେଥିପାଇଁ ପାଟନା ପୋଲିସ ତାଙ୍କୁ ଖୋଜୁଛି | ଯେଉଁଦିନ ରିୟାଙ୍କ ବିରୋଧରେ ପ୍ରମାଣ ମିଳିବ ସେଦିନ ମାଟି ତଳୁ ମଧ୍ୟ ରିୟାଙ୍କୁ ଖୋଜିକି ବାହାର କରାଯିବ, ସେ ଦୁନିଆର ଯେଉଁ କୋଣରେ ଥିଲେ ମଧ୍ୟ ତାଙ୍କୁ ଖୋଜି ବାହାର କରାଯିବ ବୋଲି ଡିଜିପି କହିଛନ୍ତି | 

ବିହାର ପୋଲିସ ଟିମ ମୁମ୍ବାଇରେ ସୁଶାନ୍ତ ସିଂହଙ୍କ ବନ୍ଧୁ, ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ସହ ଅଙ୍କିତ ଲୋଖଣ୍ଡେଙ୍କୁ ମଧ୍ୟ ପଚରାଉଚୁରା କରିଛି | ଟିମ ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟର ଡିଟେଲ ଚେକ କରିବା ପାଇଁ ବ୍ୟାଙ୍କ ମଧ୍ୟ ଯାଇଥିଲା |

ଡିଜିପି କହିଛନ୍ତି, ବିହାର ପୋଲିସ ସୁଶାନ୍ତ ସିଂହଙ୍କୁ ନ୍ୟାୟ ଦେବା ପାଇଁ ସକ୍ଷମ | ଯଦି ଆବଶ୍ୟକ ପଡେ ତାହେଲେ ଆଇପିଏସ ସ୍ଥରର ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇ ପଠାଯିବ | ଯେପରିକି ମୁମ୍ବାଇରେ ସେମାନେ ନିଜର ସମକ୍ଷୟଂକୁ ସାକ୍ଷାତ କରି ପରିସ୍ଥିତି ସୁଧାରି ପାରିବେ | ତେବେ ମୁମ୍ବାଇରେ ବିହାର ପୋଲିସକୁ କିଛି ସ୍ଥରରେ ସଫଳତା ମିଳିଛି ବୋଲି ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି |

   Related Posts