Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବିହାର ମୁଖ୍ୟ ଶାସନ ସଚିବଙ୍କ ପରଲୋକ, କରୋନାରେ ଜୀବନ ହାରିଲେ ବରିଷ୍ଠ ଆଇଏଏସ ଅଫିସର

30/04/2021 at 2:11 PM

ପାଟନା,୩୦/୦୪: ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଅନେକ ଚିହ୍ନା ଅଚିହ୍ନା ମୁହଁ ପ୍ରତିଦିନ ଜୀବନ ହାରୁଛନ୍ତି । ଏହାମଧ୍ୟରେ ବିହାର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅରୁଣ ସିଂ କରୋନା ସଂକ୍ରମିତ ଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିଛନ୍ତି । ଏହାପୂର୍ବରୁ ବିହାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ରବି ଶଙ୍କର ଚୌଦ୍ଧରୀ କରୋନାରେ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ, ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୪୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୭ ଲକ୍ଷ ୬୨ହଜାର ୯୭୬ରେ ପହଞ୍ଚିଛି।

ଏତତ୍ ବ୍ୟତୀତ  ମୃତ୍ୟୁସଂଖ୍ୟା ୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୫୩ ଲକ୍ଷ ୮୪ ହଜାର ୪୧୮ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୦୮୪୮୧୪।

   Related Posts