ଥମୁନି କରୋନାର ପ୍ରକୋପ: ଏହି ରାଜ୍ୟରେ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

Published By : Prameya-News7 Bureau | August 17, 2020 IST

ପାଟନା ୧୭।୦୮: ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ବିହାରର ନୀତିଶ ସରକାର ଲକ୍‌ଡାଉନ୍‌ ବୃଦ୍ଧି ଘୋଷଣା କରିଛନ୍ତି। ଅଗଷ୍ଟ ୧୭ରୁ ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ  କରାଯାଇଛି। ଏହା ପୂର୍ବରୁ ରାଜ୍ୟ ସରକାର ଜୁଲାଇ ୩୦ରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିଥିଲେ।

ଆଜି ଅର୍ଥାତ ସୋମବାର ଗୃହ ବିଭାଗର ବୈଠକରେ ବିହାର ସରକାର ଲକ୍‌ଡାଉନ୍‌ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରଖିବାକୁ ନିର୍ଣ୍ଣୟ ନିଆଯାଇଛି। ବିହାରରେ କ୍ରମାଗତ କରୋନା ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ସରକାର କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି।

{"id":315912,"sizeSlug":"large"}

ଲକ୍‌ଡାଉନ୍ ଘୋଷଣା ସହିତ ବିହାରରେ ସ୍କୁଲ, କଲେଜ୍‌ ଏବେ ବନ୍ଦ ରହିବ। ଧାର୍ମିକ ସ୍ଥଳ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ସପିଂ ମଲ, ସିନେମା ହଲ ଏବେ ଖୋଲିବ ନାହିଁ। କାରବାର ଗତିବିଧିକୁ କୋହଳ କରାଯାଇଛି। କିନ୍ତୁ ପାର୍କ ଓ ଜିମ୍ ବନ୍ଦ ରଖାଯିବ। ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ।

ମାଲବାହୀ ଗାଡିର ଯାତାୟାତ ଉପରେ ରୋକ୍ ଲାଗିବ ନାହିଁ। ଜରୁରୀ ସେବା ସମ୍ବନ୍ଧିତ ଘରୋଇ ବାହାନ ଚଳାଚଳ କରି ପାରିବ। ଟ୍ୟାକ୍ସି ଓ ଓଟୋ ପୂର୍ବ ପରି ଜାରି ରହିବ, କିନ୍ତୁ  ବସ୍ ସେବା ବନ୍ଦ ରହିବ। ପରିବହନ ବିଭାଗର ବସ୍ ମଧ୍ୟ ଚଳାଚଳ କରିବ ନାହିଁ।

ଲକ୍‌ଡାଉନ୍ ସମୟରେ ଧାର୍ମିକ ସ୍ଥଳ ଓ ପାର୍କ  ବନ୍ଦ ରହିବ। ଧାର୍ମିକ, ସାମାଜିକ, ରାଜନୈତିକ, ସାଂସ୍କୃତିକ, ମନୋରଞ୍ଜନ ଓ କ୍ରୀଡା ସମେତ ସମସ୍ତ ଜନଗହଳି ବିଶିଷ୍ଟ ଆୟୋଜନ ବନ୍ଦ ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର, ପ୍ରଶିକ୍ଷଣ ଅନୁସନ୍ଧାନ ପରି ସମସ୍ତ ସଂସ୍ଥା ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

{"id":315913,"width":569,"height":427,"sizeSlug":"large"}

ରେସ୍ତୋରାଁକୁ କେବଳ ହୋମ ଡେଲିଭରୀ ପାଇଁ ଅନୁମତି ଦିଆଯାଇଛି। ଜରୁରୀ ସାମଗ୍ରୀ ଦୋକାନକୁ କିଛି ସର୍ତ୍ତ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। ସରକାରୀ ଓ ଘରୋଇ ଅଫିସ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଜରୁରୀ ସେବାରେ ଜଡିତ ଲୋକଙ୍କୁ ଅନଲକ୍‌-୩ରୁ କୋହଳ ଦିଆଯାଇଛି।

ବ୍ୟାଙ୍କ, ଆଇଟି ଓ ସମ୍ବନ୍ଧିତ ସେବା, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ, ଇଣ୍ଟରନେଟ୍, ଦୂରସଞ୍ଚାର, ଇ-କମର୍ସଦ, ପେଟ୍ରୋଲ ପମ୍ପ ଆଦିକୁ କୋହଳ ଦିଆଯାଇଛି। ବ୍ୟବସାୟିକ ଓ ଘରୋଇ ସଂସ୍ଥା ଖୋଲିବାକୁ ଅନୁମତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.