Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ସଂସ୍କୃତରେ ଶପଥ ପାଠ କଲେ ବିହାର କଂଗ୍ରେସର ଅଳ୍ପସଂଖ୍ୟକ ବିଧାୟକ ସକିଲ ଅହମ୍ମଦ ଖାଁ

23/11/2020 at 10:08 PM

ପାଟନା ୨୩।୧୨: ବିହାର ବିଧାନସଭାର ସପ୍ତଦଶତମ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ପ୍ରୋଟେମ ସ୍ପିକର ଜୀତେନରାମ ମାଁଝୀ ନବନିର୍ବାଚିତ ବିଧାୟକଙ୍କୁ ସଦନରେ ଶପଥ ପାଠ କରାଇଛନ୍ତି। ଏହ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ  ଅଲ ଇଣ୍ଡିଆ ମଜଲିସ୍‌- ଏ- ଇତ୍ତେହାଦୁଲ ମୁସ୍ଲିମିନ୍‌(ଏଆଇଏମଆଇଏମ) ବିଧାୟକ ଅଖତରୁଲ ଇମାନ ଊର୍ଦ୍ଦୁରେ ଶପଥ ପାଠ କରିବା ଲାଗି ଗୃହରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଥିଲେ। ସେହିପରି ଶପଥ ପତ୍ରରେ ଉଲ୍ଲେଖ ଥିବା ହିନ୍ଦୁସ୍ଥାନ ଶବ୍ଦକୁ ନେଇ ମଧ୍ୟ ଆପତ୍ତି କରିଥିଲେ। ଏଥିରେ କଂଗ୍ରେସର ମୁସଲମାନ ବିଧାୟକ ଶକିଲ ଅହମ୍ମଦ ସଂସ୍କୃତରେ ଶପଥପାଠ କରି ଇତିହାସ ସୃଷ୍ଟି କରିଛନ୍ତି।

ବିଧାନସଭାର ପ୍ରଥମ ଦିନ ବାଚସ୍ପତି ବିଧାୟକଙ୍କୁ ଶପଥ ପାଠ କରାଇବା ବେଳେ ଅଧିକାଂଶ ବିଧାୟକ ହିନ୍ଦୀ,  କେତେକ ମୈଥିଳୀ  ଓ ଆଉ କେତେକ ଇଂରାଜୀରେ ଶପଥ ଗ୍ରହଣ କରିଥିଲେ। ତେବେ ଏଥିରେ ଏଆଇଏମଆଇଏମ୍ ବିଧାୟକ ଅଖତରୁଲ ଇମାନ ଊର୍ଦ୍ଦୁରେ ଶପଥ ପାଠ କରିବାକୁ ଗୃହରେ ଦାବି କରିଥିଲେ।

ତେବେ କଦମା ବିଧାନସାଭା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ସଂସ୍କୃତରେ ଶପଥ ପାଠ କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି। ଶପଥପାଠ ଉତ୍ସବ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସଂସ୍କୃତ ଭାରତର ପ୍ରାଚୀନ ଭାଷା। ମୂଳ ସଂସ୍କୃତରୁ ଅନ୍ୟ ଭାରତୀୟ ଭାଷାର ଉତ୍ପତି ହୋଇଛି ବୋଲି କହିଛନ୍ତି। ଏହା ପରେ ଯଦି କେହି ଭାଷାକୁ ନେଇ ଗୃହରେ ବିବାଦ କରୁଛି ଏହା ନିର୍ବୋଧତା ଛଡା ଅନ୍ୟ କିଛି ନୁହେଁ ବୋଲି କହିଛନ୍ତି।

ମୁଁ ମଧ୍ୟ ମୋ ମାତୃଭାଷା ଊର୍ଦ୍ଦୁର ସମ୍ମାନ କରେ। ତେବେ ବିଶ୍ୱର ସର୍ବ ପ୍ରାଚୀନ ଭାଷାରେ ଶପଥ ପାଠ କରିବାକୁ ଚାହିଁଲି ଏଥିରେ ବେଦ ଅଶୁଦ୍ଧି ହୋଇଗଲା କି ବୋଲି ସକିଲ ଓଲଟା ପ୍ରଶ୍ନ କରିଛନ୍ତି। ଏକଦା ଜେଏନୟୁ ଛାତ୍ର ସକିଲ ଅହମ୍ମଦ ଖାଁ ଶପଥ ଗ୍ରହଣ ପରେ ସେ ସଂସ୍କୃତରେ ଶପଥ ନେଇ କିଛି ଭିନ୍ନ କରିବାକୁ ଚାହୁଁଥିଲେ। ସେ ଭାରତ ବିଭିନ୍ନତା ମଧ୍ୟରେ ଏକତାର ଦେଶ ଜଣାଇ ଦେବାକୁ ଚାହୁଁଥିଲେ। ତାହା ସେ କରିପାରିଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି।

୫୫ ବର୍ଷ ବୟସ୍କ ସକିଲ ଅହମ୍ମଦ ଖାଁ ରାଜନୀତି ସହିତ କୃଷି ଓ ଅନ୍ୟ ସାମାଜିକ କାର୍ଯ୍ୟ ସହ ମଧ୍ୟ ଜଡିତ । ଯେଉଁ ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ତାହା କଟିହାର ଜିଲ୍ଲାରେ ପଡେ ଏଠାରୁ ସେ ୨୦୧୫ରେ ମଧ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥର ନିର୍ବାଚନରେ ସେ ଲୋକଜନ ଶକ୍ତି ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।  

   Related Posts