ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ଆବେଦନ ଖାରଜ୍

Published By : Prameya-News7 Bureau | July 08, 2020 IST

ପାଟଣା ୦୮/୦୭ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଦାଏର ହୋଇଥିବା ଆବେଦନକୁ ସିଜେଏମ କୋର୍ଟ ଖାରଜ କରିଦେଇଛନ୍ତି | କୋର୍ଟ ଏହି ମାମଲାକୁ ନିଜ କ୍ଷେତ୍ର ଅନ୍ତର୍ଭୁକ୍ତ ନଥିବା ଦର୍ଶାଇ ଆବେଦନକୁ ଖାରଜ କରିଛନ୍ତି | ଆଇନଜୀବୀ ସୁଧୀର ଓଝା ଅଭିନେତା ସଲମାନ ଖାନ, କରନ ଜୋହର, ଏକତା କପୁରଙ୍କ ସମେତ ୧୨ ଜଣ ଫିଲ୍ମ ହସ୍ତୀଙ୍କ ବିରୋଧରେ କୋର୍ଟରେ ମାମଲା ଦାଏର କରିଥିଲେ | ସେ କୋର୍ଟରେ ପୁନର୍ବିଚାର ଆବେଦନ ଦାଏର କରିବେ ବୋଲି କହିଛନ୍ତି |

ଆଇନଜୀବୀ ସୁଧୀର ଓଝା କଙ୍ଗନା ରାଣାୱତ ସୁଶାନ୍ତ ସିଂହଙ୍କ ପିତାଙ୍କ ବୟାନ ଆଧାରରେ କୋର୍ଟରେ ମାମଲା ଦାଏର କରିଥିଲେ | ଏହି ମାମଲାରେ ନିର୍ମାତା ମହେଶ ଭଟ୍ଟ, ମୁକେଶ ଭଟ୍ଟ, କୃତି ସେନନ, ରିୟା ଚକ୍ରବର୍ତ୍ତୀଙ୍କୁ ନମାନଙ୍କିତ କରିବାକୁ ଦାବି କରିଥିଲେ | ଜୁନ ୧୭ ତାରିଖରେ ସଲମାନ ଖାନ, ସଞ୍ଜୟ ଲୀଳା ଭନସାଲି, ଆଦିତ୍ୟ ଚୋପ୍ରା, କରନ ଜୋହର, ଏକତା କପୁର, ଭୂଷଣ କୁମାରଙ୍କ ବିରୋଧରେ ଆବେଦନ କରିଥିଲେ | ଜୁନ ୨୩ ତାରିଖରେ ମହେଶ ଭଟ୍ଟ ସମେତ ଆଉ ୪ ଜଣଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.