Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ବିହାରରେ ପୁଣି ଥରେ ଫେରିବେ କି ନୀତିଶ ସରକାର ? ଟାଇମ୍ସ ନାଓ ଓ ସି-ଭୋଟରର ପ୍ରାକ୍ ନିର୍ବାଚନୀ ସର୍ଭେରେ ଆସିଛି ଏମିତି ତଥ୍ୟ

12/10/2020 at 11:01 PM

ପାଟନା ୧୨।୧୦: ବିହାରର ନିର୍ବାଚନୀ ରଣାଙ୍ଗନ ପ୍ରସ୍ତୁତି ହୋଇ ଯାଇଛି। ଟିକେଟ୍ ବଣ୍ଟନ ପରେ ନେତା ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିଥିବା ବେଳେ ମଙ୍ଗଳବାର ତେଜସ୍ଵୀ ଯାଦବ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ମୁକାବିଲା ନୀତିଶ ବନାମ ତେଜସ୍ଵୀ ହେବାକୁ ଯାଉଛି। ଏହା ମଧ୍ୟରେ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ଟାଇମ୍ସ ନାଓ ଓ ସି ଭୋଟର ଓପିନିୟନ ପୋଲ ସାମ୍ନାକୁ ଆସିଛି।  ଏଥିରେ ପୂର୍ବାନୁମାନ କରାଯାଇଛି ଯେ ବିହାରରେ କାହାର ସରକାର ଗଠନ ହେବାକୁ ଯାଉଛି।

ଏହି ସର୍ଭେ ଅକ୍ଟୋବର ୧ ରୁ ୧୦ ମଧ୍ୟରେ କରାଯାଇଛି। ଏଥିରେ ମୋଟ୍ ୧୨, ୮୪୩ ଲୋକଙ୍କ ମତାମତ ନିଆଯାଇଛି। ସର୍ଭେ ଫୋନ୍‌ ଜରିଆରେ କରାଯାଇଛି। ଓପିନିୟନ ପୋଲ୍ ଅନୁଯାୟୀ ସମସ୍ତ ୨୪୩ ଆସନରୁ ଲୋକଙ୍କ  ରାୟ ନିଆଯାଇଛି। ସର୍ଭେ ଅନୁଯାୟୀ ଏନଡିଏ ସରକାର ଗଠନ କରୁଥିବା ଦେଖିବାକୁ ମିଳିଛି। ଏନଡିଏକୁ ୧୬୦ ଆସନ ମିଳୁଥିବା ବେଳେ ମହାମେଣ୍ଟକୁ ୧୦୨ ଏବଂ ଏଲଜେପିକୁ ୭ ଆସନ ମିଳୁଥିବା ପୂର୍ବାନୁମାନ କରାଯାଇଛି। ସର୍ଭେରୁ ସ୍ପଷ୍ଟ ଜଣା ପଡିଛି ଯେ, ବିହାରରେ ପୁଣି ଥରେ ନୀତିଶ କୁମାର କ୍ଷମତାସୀନ ହେବାକୁ ଯାଉଛନ୍ତି।

ସର୍ଭେ ଅନୁଯାୟୀ  ୪୯ ପ୍ରତିଶତ ଲୋକ ନିଯୁକ୍ତିକୁ ସବୁଠୁ ବଡ ପ୍ରସଙ୍ଗ କରିଥିଲେ। ୧୨.୯ ପ୍ରତିଶତ ଲୋକ ବିଜୁଳି, ପାଣି ଓ ସଡକ ରହିଛି। ଦୁର୍ନୀତିକୁ କେବଳ ୮.୭ ପ୍ରତିଶତ ଲୋକ ପ୍ରସଙ୍ଗ କରିଥିବା ବେଳେ ୭.୧ପ୍ରତିଶତ ଲୋକ ମହିଳା ସୁରକ୍ଷା ଓ ୬.୭ ପ୍ରତିଶତ ଲୋକ ଶିକ୍ଷାକୁ ପ୍ରସଙ୍ଗ କରିଛନ୍ତି।

ଜେଡିୟୁ ଓ ବିଜେପି ମେଣ୍ଟ ସରକାରକୁ ୪୩.୬ ପ୍ରତିଶତ ଲୋକ ଖରାପ କହିଥିବା ବେଳେ ୨୯ ପ୍ରତିଶତ ଲୋକ ଭଲ ଏବଂ ୨୭.୫ ପ୍ରତିଶତ ହାରାହାରି କହିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପ୍ରଦର୍ଶନରେ ୫୦.୫ ପ୍ରତିଶତ ଲୋକ ସନ୍ତୋଷ ବ୍ୟକ୍ତ କରିଛନ୍ତି। ୨୮.୬ ପ୍ରତିଶତ ଲୋକ ଖରାପ ଏବଂ ୨୦.୯ ପ୍ରତିଶତ ଲୋକ ହାରାହାରି ଥିବା କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାରଙ୍କ କାର୍ଯ୍ୟକୁ ୨୮.୭ ପ୍ରତିଶତ ଲୋକ ଭଲ କହିଥିବା ବେଳେ ୪୨ ପ୍ରତିଶତ ଖରାପ ଏବଂ ୨୯.୨ ପ୍ରତିଶତ ହାରାହାରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ମାମଲାରେ ୩୨ ପ୍ରତିଶତ ଲୋକ ନୀତିଶ କୁମାରଙ୍କ ଚୟନ କରିଛନ୍ତି। ଦ୍ଵିତୀୟରେ ୧୭,୬ ପ୍ରତିଶତ ଲୋକ ତେଜସ୍ଵୀଙ୍କୁ ଏବଂ ୧୨.୫ ପ୍ରତିଶତ ସୁଶୀଲ ମୋଦୀଙ୍କୁ ଚୟନ କରିଛନ୍ତି।

   Related Posts