Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଏହି ୫ଜଣ ସଫଳ ଅଭିନେତ୍ରୀଙ୍କ ଜନ୍ମ ବିହାରରେ : ଜଣେ ଫିଲ୍ମ ଛାଡ଼ି ସ୍ବାମୀଙ୍କ ସହ ସମ୍ଭାଳୁଛନ୍ତି କୋଟି କୋଟି ଟଙ୍କାର ବ୍ୟବସାୟ

9/12/2019 at 4:54 PM

ମୁମ୍ବାଇ ୯/୧୨: ବଲିଉଡ ଫିଲ୍ମ ଏବଂ ଗୀତ ସହିତ ଏବେ ଲୋକଙ୍କ ମଧ୍ୟରେ ଭୋଜପୁରୀ ଫିଲ୍ମ ଏବଂ ଗୀତକୁ ନେଇ କ୍ରେଜ୍ ବଢ଼ିଲାଣି। କିନ୍ତୁ ୟୁପି,ବିହାରରୁ ଆସୁଥିବା ଅଭିନେତ୍ରୀମାନେ ମଧ୍ୟ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିଲେ। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନଙ୍କର ଜନ୍ମ ବିହାରରେ ହୋଇଛି ଏବଂ ଏମାନେ ଆଜି ପୂରା ବିଶ୍ବରେ ସଫଳ।

୧. ନିତୁ ଚନ୍ଦ୍ରା : ବିହାରର ରାଜଧାନୀ ପାଟଣାରେ ଜନ୍ମିତ ନିତୁ ଚନ୍ଦ୍ରା ନିଜ କଲେଜ ଦିନରୁ ପାର୍ଟ ଟାଇମ୍ ମଡେଲିଂ ଆରମ୍ଭ କରି ଦେଇଥିଲେ। ଏହା ପରେ ସେ ଅନେକ ଜଣାଶୁଣା କମ୍ପାନୀର ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ନିତୁ ଚନ୍ଦ୍ରା ‘ଗରମ ମସାଲା’,‘ଓ୍ବାନ ଟୁ କା ଫୋର’,‘ଟ୍ରାଫିକ୍ ସିଗନାଲ’,‘ରଣ’,‘ନୋ ପ୍ରୋବଲେମ୍’,‘ଓଏ ଲକି ଲକି ଓଏ’,‘ଆପାର୍ଟମେଣ୍ଟ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

୨. ପ୍ରିୟଙ୍କା ଚୋପ୍ରା : ବଲିଉଡ ପରେ ହଲିଉଡରେ ନିଜର ଯାଦୁ ପ୍ରଦର୍ଶନ କରିଥିବା ପ୍ରିୟଙ୍କା ଚୋପ୍ରାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡରେ ପ୍ରିୟଙ୍କା ଅନେକ ହିଟ୍ ଫିଲ୍ମ ଦେବା ପରେ ହଲିଉଡ ଆଡ଼କୁ ମୁହାଁଇଥିଲେ। ପ୍ରିୟଙ୍କା ୧୯୮୨ମସିହା ଜୁଲାଇ ୧୮ତାରିଖରେ ବିହାରର ଜାମସେଦପୁରରେ ଜନ୍ମ ହୋଇଥିଲେ, ଯାହା ଏବେ ଝାଡ଼ଖଣ୍ଡରେ ରହିଛି।

୩.ସାନ୍ଦଲି ସିହ୍ନା : ସାନ୍ଦଲି ସିହ୍ନା ନିଜ ଦମଦାର ଆକ୍ଟିଙ୍ଗ,ନିରୀହ ଆଖି ଏବଂ ସୁନ୍ଦର ହସରେ କେବଳ ଲୋକଙ୍କ ହୃଦୟରେ ରାଜ କରି ନାହାନ୍ତି ବରଂ ଏହି ଫିଲ୍ମ ଜରିଆରେ ରାତାରାତି ତାଙ୍କ କ୍ୟାରିୟର ବଦଳି ଯାଇଥିଲା। ସାନ୍ଦଲିଙ୍କ ଜନ୍ମ ମୁଜାଫରପୁରରେ ହୋଇଥିଲା। ପ୍ରଥମ ଫିଲ୍ମ ‘ତୁମ ବିନ’ରୁ ସାନ୍ଦଲି ଯେତେ ହିଟ୍ ହୋଇଥିଲେ ଏହା ପରଠୁ ତାଙ୍କର କୌଣସି ଫିଲ୍ମରେ ଖାସ୍ ସଫଳତା ମିଳିନଥିଲା। ସାନ୍ଦଲି ସିହ୍ନା ଏବେ ସ୍ବାମୀଙ୍କ ସହ କୋଟି କୋଟି ଟଙ୍କାର ବ୍ୟବସାୟ ସମ୍ଭାଳୁଛନ୍ତି।

୪. ସୋନାକ୍ଷୀ ସିହ୍ନା : ଇଣ୍ଡଷ୍ଟ୍ରିରେ ଟ୍ରାଡିସନାଲ ଲୁକରୁ ଏଣ୍ଟ୍ରି କରିଥିବା ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ବଲିଉଡର ଗ୍ଲାମରସ୍ ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇ ସାରିଛନ୍ତି। ସୋନାକ୍ଷୀ ବିହାରରେ ଜନ୍ମ ହୋଇଛନ୍ତି। ସୋନାକ୍ଷୀ ସିହ୍ନା ହେଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କର ଝିଅ।

୫.ନେହା ଶର୍ମା : ବଲିଉଡ ଅଭିନେତ୍ରୀ ନେହା ଶର୍ମାଙ୍କ ଜନ୍ମ ଭାଗଲପୁରରେ ହୋଇଥିଲା। ତାଙ୍କ ବାପା ଜଣେ କଂଗ୍ରେସ୍ ନେତା ଏବଂ ନେହା ରାଜନୀତି ଛାଡ଼ି ଫିଲ୍ମ ଆଡ଼କୁ ମୁହାଁଇଛନ୍ତି ଏବଂ ସଫଳ ହୋଇଛନ୍ତି। ନେହା ଶର୍ମା ୨୦୦୭ମସିହାରେ ତେଲୁଗୁ ଫିଲ୍ମ ‘ଚିରୁତା’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ନେହା ମୋହିତ ସୁରୀଙ୍କ ଫିଲ୍ମ ‘କ୍ରୁକ୍’ରୁ ହିନ୍ଦୀ ଫିଲ୍ମରେ ଡେବ୍ୟୁ କରିଥିଲେ।

   Related Posts