Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମା’ ପଞ୍ଚମ ପାସ୍, ବାପା ପରିବା ବିକାଳୀ : ପୁଅ ହିମାଂଶୁ ବିହାର ବୋର୍ଡ ଟପ୍ପର

26/05/2020 at 5:16 PM

ପାଟଣା ୨୬/୦୫ : ବିହାର ଦଶମ ବୋର୍ଡର ଫଳାଫଳ ଘୋଷଣା ହୋଇଛି | ରୋହତାସ ଜନତା ହାଇସ୍କୁଲର ଛାତ୍ର ହିମାଂଶୁ ରାଜ ୯୬.୨୦ ପ୍ରତିଶତ ରଖି ଟପ୍ପର  ହୋଇଛନ୍ତି | ସମସ୍ତିପୁରର ଦୁର୍ଗେଶ କୁମାର ୪୮୦ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି | ଭୋଜପୁରର ଶୁଭମ କୁମାର ୪୭୮ ନମ୍ବର ରଖି ତୃତୀୟ ସ୍ଥାନରେ ଅଛନ୍ତି |

ହିମାଂଶୁ ଭବିଷ୍ୟତ ବିଜ୍ଞାନ ପଢିବେ ବୋଲି କହିଛନ୍ତି | ଭବିଷ୍ୟତରେ ସେ ଜଣେ ସଫ୍ଟବେୟାର ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି | ସେ ଦିନକୁ ୧୨ ଘଣ୍ଟାରୁ ୧୪ ଘଣ୍ଟା ପରିଶ୍ରମ କରନ୍ତି | କଠିନ ପରିଶ୍ରମ ଓ ମାତାପିତାଙ୍କ ଆଶୀର୍ବାଦରୁ ସେ ଟପ୍ପର ହୋଇଛନ୍ତି ବୋଲି କହିଛନ୍ତି | ହିମାଂଶୁଙ୍କ ପ୍ରଧାନ ଶିକ୍ଷକ କହିଛନ୍ତି ସେ ପିଲାଦିନୁ ହିଁ ମେଧାବୀ ଛାତ୍ର | 

ହିମାଂଶୁଙ୍କ ପିତା ସୁଭାଷ ସିଂହ ସ୍ନାତକ କରିଛନ୍ତି ଏବଂ ମାତା ମଞ୍ଜୁ ଦେବୀ ପଞ୍ଚମ ପାସ କରିଛନ୍ତି | ପଛୁଆ ବର୍ଗର ହିମାଂଶୁଙ୍କ ପିତା ଚାଷ କରନ୍ତି | ପନିପରିବା ବିକ୍ରି କରି ସେ ପରିବାର ଭରଣପୋଷଣ କରନ୍ତି | ଏହା ସହ ସେ ଗାଁରେ ପିଲାଙ୍କୁ ଟ୍ୟୁସନ ମଧ୍ୟ କରନ୍ତି | ହିମାଂଶୁ ଅନେକଥର ନିଜ ପିତାଙ୍କ ସହ ପରିବା ବିକ୍ରି କରିବାକୁ ମଧ୍ୟ ଯାଇଛନ୍ତି |

ହିମାଂଶୁଙ୍କ ପିତା ପୁଅର ସଫଳତା ପାଇଁ ଅତ୍ୟନ୍ତ ଖୁସି ହୋଇ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ପୁଅର ସଫଳତା ତାଙ୍କ ସ୍ବପ୍ନ ପୁରା ହେବା ସହ ସମାନ ବୋଲି ସେ କହିଛନ୍ତି |

   Related Posts