Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜଳ ପ୍ରଳୟ : ବିହାରର ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବୁଲିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଓଲଟିଲା ଡଙ୍ଗା

3/10/2019 at 11:48 AM

ପାଟନା ୩/୧୦: ବିହାରରେ ବନ୍ୟା କାରଣରୁ ଜନଜୀବନ ଦୁର୍ବିସହ ହୋଇ ପଡ଼ିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପାଟଳିପୁତ୍ର ଲୋକସଭା ଆସନରୁ ବିଜେପି ସାଂସଦ ରାମକୃପାଲ ଯାଦବ ବୁଧବାର ନିଜର ସଂସଦୀୟ କ୍ଷେତ୍ରରେ ବନ୍ୟାଗ୍ରସ୍ତ ଅଞ୍ଚଳ ଅଞ୍ଚଳରେ ପହଞ୍ଚିଥିଲେ।

ଏହି ସମୟରେ ଧନରୁଆର ରମଣୀ ବିଗହା କ୍ଷେତ୍ରରେ ତାଙ୍କ ଡଙ୍ଗା ଓଲଟି ପଡ଼ିଥିଲା ଏବଂ ସେ ବୁଡ଼ି ଯାଇଥିଲେ। ତତ୍କାଳ ତାଙ୍କ ପାଖରେ ଥିବା ସ୍ଥାନୀୟ ଲୋକ ତାଙ୍କୁ ବଞ୍ଚାଇ ନେଇଥିଲେ। ଏହି ଘଟଣାରେ ସାଂସଦ ସାମାନ୍ୟ ଆହତ  ହୋଇଛନ୍ତି। ସୂଚନା ମୁତାବକ ଦରଧା ନଦୀରେ ଆସିଥିବା ବନ୍ୟା ପରେ ସାଂସଦ ରାମକୃପାଲ ଯାଦବ ଧନୁଆର ବନ୍ୟା ପ୍ରଭାବିତ ଗାଁ ବୁଲି ଦେଖିଥିଲେ। ସେହି ସମୟରେ କିଛି ସମର୍ଥକ ଟାୟରରେ ନିର୍ମିତ ଏକ ଛୋଟ ଡଙ୍ଗାରେ ଯିବାକୁ ଜିଦ୍ ଧରିଥିଲେ।

ପ୍ରଥମେ ରାମକୃପାଲ ମନା କରିଥିଲେ ମାତ୍ର ସମର୍ଥକଙ୍କ ଜିଦ ଆଗରେ ତାଙ୍କୁ ନଇଁବାକୁ ପଡ଼ିଥିଲା ଏବଂ ଟାୟରରେ ନିର୍ମିତ ଡଙ୍ଗାରେ ଚଢିଥିଲେ।  କିଛି ଦୂର ଯିବା ପରେ ଅଚାନକ ଡଙ୍ଗା ଓଲଟି ପଡ଼ିଥିଲା। ଏଥିରେ ରାମକୃପାଲ ନଦୀକୁ ଖସି ପଡ଼ିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କୌଣସିମତେ ରାମକୃପାଲଙ୍କୁ ବଞ୍ଚାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

   Related Posts