ବିହାର ବିଧାନସଭା ନିର୍ବାଚନ: ଆରଜେଡି ପୋଷ୍ଟରରୁ ଲାଲୁ ଗାଏବ!

Published By : Prameya-News7 Bureau | September 13, 2020 IST

ପାଟଣା ୧୩/୦୯: ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି। ମତଦାତାଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତେ ଚେଷ୍ଟା ଚଳାଇଛନ୍ତି।< ଏ ନେଇ ପାଟଣାରେ ସବୁ ପ୍ରମୁଖ ଦଳ ଅଫିସ ଓ ବାହାରେ ବଡ଼ ବଡ଼ ହୋଡିଂ ଓ ପୋଷ୍ଟର ଲଗାଇଛନ୍ତି। ତେବେ ଆରଜେଡିରେ ଅଫିସରେ ଯେଉଁ ପୋଷ୍ଟର ଓ ହୋଡିଂ ଲାଗିଛି ସେଥିରେ ଲାଲୁ ନାହାନ୍ତି। ଅର୍ଥାଥ୍ ଲାଲୁ ପୋଷ୍ଟରୁ ଗାଏବ ଅଛନ୍ତି।

ଆରାଜେଡି ଅଫିସ ବାହାରେ ଗୋଟିଏ ବଡ଼ ହୋଡିଂ ଲାଗିଛି ଯେଉଁଥିରେ କେବଳ ତେଜସ୍ବୀ ଯାଦବଙ୍କ ଫଟୋ ରହିଛି। ସେଥିରେ ଲେଖା ଅଛି ନଇ ସୋଚ୍, ନୟା ବିହାର, ଯୁବା ସରକାର ଅବକି ବାର୍’। ଏମିତି ବି ଆହୁରି କିଛି ପୋଷ୍ଟର ଓ ଷ୍ଟିକର ରହିଛି ଯେଉଁଥିରେ ନୀତିଶ କୁମାରଙ୍କୁ ଟାର୍ଗେଟ କରାଯାଇଛି।

ଏହି କ୍ରମରେ ବିହାର ବିଧାନସଭା ନିର୍ବାଚନକୁ ନେଇ ଭାରତ ନିର୍ବାଚନ ଆୟୋଗର ଉଚ୍ଚ ସ୍ତରୀୟ ଟିମ୍ ସେପ୍ଟେମ୍ବର ୧୪ରେ ବିହାର ଆସିବେ। ଏହି ଦଳରେ ସୁଦୀପ ଜୈନ ଓ ଚନ୍ଦ୍ରଭୂଷଣ କୁମାର ସାମିଲ ହେବେ। ମୁଜାଫରପୁର, ପାଟଣା, ଭାଗଲପୁର ଓ ବୋଧଗୟାରେ ସେମାନେ ବୈଠକ କରିବେ।

କରୋନା କାଳରେ ବିହାର ବିଧାନସଭା ନିର୍ବାଚନ ରାଜନୀତି ଜୋର ଧରିଛି। ସବୁ ରାଜନୈତିକ ଦଳ ନିଜକୁ ଟେକ୍ନିକ ସହ ଯୋଡିଛନ୍ତି। ମାଧ୍ୟମ ଯାହା ବି ହେଉ ନା କାହିଁକି ସବୁ ଦଳର ଗୋଟିଏ ଲକ୍ଷ୍ୟ ନେତା କିପରି ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବେ।

wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.