Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବିହାର ଭୋଟରଙ୍କ ମୁଡ୍ କ’ଣ : ପ୍ରାକ୍ ନିର୍ବାଚନୀ ସର୍ଭେ କହିଲା କାହାକୁ ମିଳିବ କେତେ ଆସନ, କିଏସେ ହାରିବ-ଜିତିବ କିଏ ?

21/10/2020 at 1:45 PM

ନୂଆଦିଲ୍ଲୀ ୨୧।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ଲାଗିଛନ୍ତି । ଚଳିତ ବର୍ଷ ନିର୍ବାଚନରେ ଭୋଟର କାହାକୁ ବେଶୀ ପସନ୍ଦ କରୁଛନ୍ତି ତାହା ଜାଣିବା ପାଇଁ ବିଭିନ୍ନ ଗଣମାଧ୍ୟମ ଓପିନିଅନ୍ ପୋଲ୍ ଜାରି କରିଛନ୍ତି । ବିହାରରେ କିଏ ଗଢିବ ସରକାର, କାହାର ହେବ ପରାଜୟ, କିଏ ହେବ ମୁଖ୍ୟମନ୍ତ୍ରୀ ଇତ୍ୟାଦିକୁ ନେଇ ତିନୋଟି ଟିଭି ଚ୍ୟାନେଲ୍ ଜାରି କରିଥିବା ଓପିନିଅନ୍ ପୋଲରେ ପୁଣି ଥରେ ଏନଡିଏ ସରକାର ଗଠନ କରିବ ବୋଲି ଦେଖିବାକୁ ମିଳିଛି । ମାତ୍ର ଏଥର କଡା ଟକ୍କର ଦେଖିବାକୁ ମିଳିବ ।

ସିଏସଡିଏସ-ଲୋକନୀତି-ଆଜତକ୍ ଓପିନିଅନ୍ ପୋଲ୍ ଅନୁସାରେ ବିଧାନସଭା ନିର୍ବାଚନରେ ଏନଡିଏକୁ ୧୩୩ରୁ ୧୪୩ ପର୍ଯ୍ୟନ୍ତ ଆସନ ମିଳିବା ନେଇ ଆକଳନ କରାଯାଉଛି । ସେହିଭଳି ଆରଜେଡି ନେତୃତ୍ବାଧିନ ମହାମେଣ୍ଟକୁ ୮୦ରୁ ୮୯ ଆସନ ମିଳିପାରେ । ଏହାବ୍ୟତୀତ ଚିରାଗ ପାଶଓ୍ବାନଙ୍କ ଏଲଜେପି ୨ରୁ ୬ଟି ଆସନରେ ବିଜୟୀ ହୋଇପାରେ । ଅନ୍ୟଦଳ ୬ରୁ ୧୦ଟି ଆସନ ହାତେଇପାରେ ।

ଓପିନିଅନ ପୋଲ୍ ଅନୁସାରେ ବିହାରରେ ନୀତିଶ କୁମାରଙ୍କ ନେତୃତ୍ବଧିନ ଏନଡିଏ ମେଣ୍ଟକୁ ୩୮ ପ୍ରତିଶତ ଭୋଟ୍ ଏବଂ ତେଜସ୍ବୀ ଯାଦବଙ୍କ ମହାମେଣ୍ଟକୁ ୩୨ ପ୍ରତିଶତ ଭୋଟ୍ ମିଳିବା ନେଇ ସମ୍ଭାବନା ରହିଛି । ଚିରାଗ ପାଶଓ୍ବାନଙ୍କୁ ୬ ପ୍ରତିଶତ ଭୋଟ୍ ମିଳିପାରେ ।

ଟାଇମ୍ସ ନାଓ ଏବଂ ସି ଭୋଟର ଓପିନିଅନ ପୋଲ୍‌ରୁ ମଧ୍ୟ ସମାନ ଆକଳନ କରାଯାଇଛି । ବିହାରର ମୋଟ୍ ୨୪୩ ବିଧାନସଭା ଆସନରୁ ୧୬୦ ଆସନରେ ଏନଡିଏ ବିଜୟୀ ହେବା ନେଇ ଆକଳନ କରାଯାଉଛି । ଯେଉଁଠି ଆରଜେଡି ନେତୃତ୍ବାଧିନ ମହାମେଣ୍ଟକୁ ୭୬ ଆସନ ମିଳିପାରେ । ଏଲଜେପି ୫ଟି ଆସନ ଏବଂ ଅନ୍ୟଦଳ ୭ଟି ଆସନରେ ବିଜୟୀ ହେବା ନେଇ ଆକଳନ କରାଯାଉଛି ।

ଏବିପି ନ୍ୟୁଜ୍ ଏବଂ ସି ଭୋଟର ଓପିନିଅନ ପୋଲ୍ ଅନୁସାରେ ପୁଣି ଥରେ ଏନଡିଏ ଶାସନ ଗାଦିରେ ବସିବା ନେଇ ସମ୍ଭାବନା ରହିଛି । ଆରଜେଡି ନେତୃତ୍ବାଧିନ ମହାମେଣ୍ଟ ପଛରେ ପଡିଥିବା ଦେଖିବାକୁ ମିଳିଛି । ଏନଡିଏକୁ ୧୪୧ରୁ ୧୬୧ ଆସନ ମିଳିପାରେ । ୟୁପିଏକୁ ୬୪ରୁ ୮୪ ଆସନ ମିଳିପାରେ । ଅନ୍ୟ ଦଳକୁ ୧୩ରୁ ୨୩ ଆସନ ମିଳିବା ନେଇ ଅନୁମାନ କରାଯାଉଛି । ଏବିପି ନ୍ୟୁଜ୍ ର ଏହି ସର୍ଭେ ସେପ୍ଟେମ୍ବର ମାସରେ କରାଯାଇଥିଲା ।

ତିନି ଓପିନିଅନ ପୋଲ୍ ଆକଳନରୁ ଏହା ଜଣାପଡୁଛି ଯେ, ବିହାରରେ ନୀତିଶ କୁମାର ସରକାର ଗଠନ କରିବାର ଅଧିକ ସମ୍ଭାବନା ରହିଛି । ମାତ୍ର ମହାମେଣ୍ଟ ମଧ୍ୟ ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମଳିଛି ।

   Related Posts