ବିହାର ରାଜନୀତିରେ ରୋଚକ ମୁକାବିଲା: ଭୋଟ ଲଢ଼େଇରେ ତିନି ଶ୍ବଶୂର ତିନି ଜ୍ବାଇଁ, ଭାଗ୍ୟପରୀକ୍ଷା କରୁଛନ୍ତି ସମୁଦି-ସମୁଦୁଣୀ, ସବୁ ଦଳରେ ପରିବାରବାଦ

Published By : Prameya-News7 Bureau | October 09, 2020 IST

ପାଟନା ୦୯/୧୦: ବିହାର ରାଜନୀତିରେ ପରିବାରବାଦର ନୂଆ ଛବି ସାମ୍ନାକୁ ଆସିଛି। ଏଥର ରାଜନୀତିରେ ଲଢ଼େଇ ଏକଦମ ନିଆାରା ଓ ରୋଚକମୟ ରହିବ। ବିହାର ବିଧାନସଭା ନିର୍ବାଚନରେ ତିନି ଶ୍ବଶୂର ତିନି ଜ୍ବାଇଁ ଓହ୍ଲାଇଛନ୍ତି ନିର୍ବାଚନ ମଇଦାନକୁ। ସମସ୍ତେ ଅଲଗା ଅଲଗା ବିଧାନସଭା କ୍ଷେତ୍ରରୁ ନିଜ ନିଜ ଭାଗ୍ୟ ପରୀକ୍ଷା କରିବେ। ଏଥିରୁ ଗୋଟିଏ ଯୋଡି ଗୋଟିଏ ଦଳ ଓ ଗୋଟିଏ ଜିଲ୍ଲାରୁ ନିର୍ବାଚନ ଲଢ଼ିବେ। ସେହିପରି ଜଣେ ଯୋଡି ଗୋଟିଏ ଦଳ ଓ ଦୁଇଟି ଜିଲ୍ଲା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶ୍ବଶୂର ଓ ଜ୍ବାଇଙ୍କ ଯୋଡି ଦୁଇଟି ଦଳ ଓ ଦୁଇଟି ଜିଲ୍ଲା ପାଇଁ ଓହ୍ଲାଇବେ ମଇଦାନକୁ। ତେବେ ଶ୍ବଶୂର ଜ୍ବାଇଁ ଜେଡିୟୁ, ରାଷ୍ଟ୍ରୀୟ ଦଳରୁ ପ୍ରତ୍ୟାଶୀ ରହିଛନ୍ତି। ତେବେ ସମୁଦି ସମୁଦୁଣୀ ମଧ୍ୟ ମଇଦାନକୁ ଓହ୍ଲାଇବା ରାଜନୀତିକୁ ଆହୁରି ସରଗରମ କରିବ।

ଜୀତନ ରାମ ମାଝୀ ଗୟା ଜିଲ୍ଲା ଇମାମଗଞ୍ଜ ଆସନରୁ ନିର୍ବାଚନ ଲଢ଼ିବା ବେଳେ ଜ୍ବାଇଁ ଦେବେନ୍ଦ୍ର ମାଝି ଜହାନାବାଦ ଜିଲ୍ଲା ମଖଦୁମପୁର ଆସନକୁ ଓହ୍ଲାଇଛନ୍ତି। ସେହିପରି ଜିତନ ରାମ ମାଝୀଙ୍କ ସମୁଦୁଣୀ ଜ୍ୟୋତି ଦେବୀ ବାରାଚଟୀରୁ ନିର୍ବାଚନ ଲଢ଼ୁଛନ୍ତି। ୨୫ ବର୍ଷ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିବା ନରେନ୍ଦ୍ର ନାରାୟଣ ଯାଦବ ମଧେପୁରା ଜିଲ୍ଲାର ଅଲଗନଗର ସିଟରୁ ନିର୍ବାଚନ ଲଢ଼ିବେ। ସେହିପରି ତାଙ୍କ ଜ୍ବାଇଁ ନିଖିଳ ମଣ୍ଡଳ ମଧେପୁରରୁ ଜେଡିୟୁରୁ ଆଶାୟୀ ପ୍ରାର୍ଥୀ ଅଛନ୍ତି। ରାଜ୍ୟ ଜେଡିୟରୁ ପ୍ରବକ୍ତା ନିଖିଳ ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଲାଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରିକା ରାୟ ଓ ତାଙ୍କ ଜ୍ବାଇ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ ହେଁ କିନ୍ତୁ ଦୁହେଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି। ଚନ୍ଦ୍ରିକା ତାଙ୍କ ପୁରୁଣା ସିଟ ପରସାରୁ ଜେଡିୟୁ ମଇଦାନରେ ଥିବା ବେଳେ ତାଙ୍କ ଜ୍ବାଇ ତେଜପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଜଳର ସମସତିପୁରର ହସନପୁରରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଅନ୍ୟପଟେ ଗୋଟିଏ ଦଳରୁ ଗୋଟିଏ ଯୋଡି ଭାବେ ସ୍ବାମୀ-ସ୍ତ୍ରୀ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଜେଡିୟୁ ଟିକଟରେ ବିଧାୟକ କୌଶଳ ଯାଦବ ନବାଦା ସିଟ୍ ଓ ତାଙ୍କ ପତ୍ନୀ ପୂଣ୍ଣିମା ଦେବୀ ଗୋବିନ୍ଦପୁର ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୫ରେ ପୂଣ୍ଣିମା କଂଗ୍ରେସ ଟିକେଟ​ରେ ଜିତି ଥିଲେ। ସେହିପରି ଦୁଇ ସମ୍ପର୍କୀୟ ଭାଇ ସୁନୀଲ କୁମାର ଓ ଭୀମ କୁମାର ସିଂହ ମଧ୍ୟ ଦୁଇ ଦଳରୁ ନିର୍ବାଚନ ଲଢ଼ିବେ। ଦେଢ଼ ଡଜନରୁ ଅଧିକ ନେତା ପୁଅ, ଝିଅ, ସ୍ତ୍ରୀ, ପୁଅ, ବୋହୂ ୨୦୨୦ ବିହାର ବିଧାନସଭା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ପ୍ରାୟ ସବୁ ଦଳରୁ ଏମିତି ଆଶାୟୀ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କ ସମ୍ବନ୍ଧ ରାଜନୈତିକ ପରିବାର ସହ ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିର୍ବାଚନୀ ଟିକେଟ୍ ନିଜ ପରିଶ୍ରମ ବଳରେ ନୁହେଁ ରାଜନୈତିକ ପ୍ରଭାବ ଯୋଗୁ ମିଳିଛି।

ଏନଡିଏ ତରଫରୁ ପ୍ରଥମ ପର୍ଯ୍ୟାୟରେ ଅନେକ ପ୍ରାର୍ଥୀଙ୍କ ଝିଅ, ପୁଅ ବୋହୂ ଓ ସ୍ତ୍ରୀଙ୍କୁ ମଇଦାନକୁ ଆସିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କିଛି ଆଇନ ଅନୁସାରେ ବାଧ୍ୟ ହୋଇଛନ୍ତି ତ ଆଉ କିଛି ଅସୁସ୍ଥତା ଓ ବୟସାଧିକ ଯୋଗୁ ରାଜନୀତିରେ ନିଜେ ସକ୍ରିୟ ଥିବା ବେଳେ ପୁହ ବୋହୂଙ୍କ ରାଜନୀତିରେ ଭର୍ତି କରିବାକୁ ଚାହିଁଛନ୍ତି।

କଂଗ୍ରେସର ଦୁଇଜଣ ବରିଷ୍ଠ ବିଧାୟକଙ୍କ ପୁଅ ସଦାନନ୍ଦ ସିଂହ ଓ ଅବଧେଶ କୁମାର ସିଂହଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବ ବିଧାୟକ ଆଦିତ୍ୟ ସିଂହଙ୍କ ବୋହୂ ନୀତୁ କୁମାରୀ ହିସୁଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲକେଶ୍ବର ରାମଙ୍କ ପୁତ୍ର ରାଜେଶ ରାମ କୁଟୁମ୍ବାରୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ପୂର୍ବତନ ସାଂସଦ ଦିବବିଜୟ ସିଂହଙ୍କ ଝିଅ ଶ୍ରେୟସୀ ସିଂହ ଜୁମଇରୁ ଆଶାୟୀ ପ୍ରାର୍ଥୀ କରାଯାଇଛି।

ରାଷ୍ଟ୍ରୀୟ ଜନତା ଦଳ କଥା ଯଦି ଆଲୋଚନା କରାଯାଏ ତେବେ ଏହି ଦଳ ରାଜବଲ୍ଲଭ ଯାଦବ ଓ ପତ୍ନୀ ବିଭି ଦେବୀଙ୍କୁ ନାବାଦା ଓ ଅରୁଣ ଯାଦବଙ୍କ ପତ୍ନୀ କିରଣ ଦେବୀଙ୍କୁ ସନ୍ଦେଶରୁ ଟିକେଟ୍ ଦିଆଯାଇଛି। ଦୁହେଁ ଦୁର୍ଷ୍କର୍ମ ମାମଲାରେ ଅଭିଯୁକ୍ତ । ମାତ୍ର ରାଷ୍ଟ୍ରୀୟ ଜନତା ଦଳରୁ ସେମାନଙ୍କ ପତ୍ନୀ କିନ୍ତୁ ନିର୍ବାଚନ ଲଢ଼ିବାରେ କିଛି ଅସୁବିଧା ହେବ ନାହିଁ। ଜଗଦାନନ୍ଦ ସିଂହଙ୍କ ପୁଅ ସୁଧାକର ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରାନ୍ତି ସିଂହଙ୍କ ପୁଅ ଋଷି ସିଂହ, ପୂର୍ବତନ ସାଂସଦ ଶିବାନନ୍ଦ ତିଓ୍ବାରିଙ୍କ ପୁଅ ରାହୁଲ ତିଓ୍ବାରି, ପୂର୍ବତନ ସାଂସଦ ଜୟପ୍ରକାଶ ଯାଦବଙ୍କ ଝିଅ ଦିବ୍ୟା ପ୍ରକାଶ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.