ବର୍ଷାରେ ବେହାଲ ପାଟନା: ଡେପୁଟି ସିଏମଙ୍କ ଘରେ ପଶିଲା ପାଣି, ଜଳାର୍ଣ୍ଣବ ବିଧାନସଭା ପରିସର

Published By : Prameya-News7 Bureau | June 26, 2021 IST

ପାଟନା ୨୬/୬ : ମୌସୁମୀ ବର୍ଷା ବିହାରର ପାଇଁ ସୃଷ୍ଟି କରିଛି ସମସ୍ୟା । ବିହାର ରାଜଧାନୀ ପାଟନାରେ ବର୍ଷା ପାଇଁ ବେହାଲ ସ୍ଥିତି ସୃଷ୍ଟି ହୋଇଛି । ସାରା ସହର ଜଳମୟ ହୋଇପଡିଛି । ଜୁଆଡେ ଚାହିଁ ଖାଲି ପାଣି ଆଉ ପାଣି । ଏମିତିକି ବିଧାନସଭା ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଜମାହୋଇ ରହିଛି । ସହରର ଅନେକ ସ୍ଥାନରେ ସଡକ ଉପରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବିହାରର ଡେପୁଟି ସିଏମ ଘରେ ବି ପଶିଛି ବର୍ଷା ପାଣି ।

ଗତକାଲି ରାତିରେ ପରିଚାଳନା ମନ୍ତ୍ରୀ ରେଣୁ ଦେବୀଙ୍କ ଘରେ ଦେଢ ଫୁଟର ପାଣି ଜମି ରହିଥିଲା । ହସ୍ପିଟାଲରେ ଅବସ୍ଥା ନକହିବା ଭଲ । ସାମନ୍ୟ ବର୍ଷାରେ ହସ୍ପିଟାଲ ପରିସର ପାଲଟିଛି ନଦୀ । ପାଟନା କହ୍କଡବାଗ, ଅଶୋକନଗର, ରାଜବଂଶୀନଗର, ବେଉର ସହ ଅନ୍ୟ କିଛି ସ୍ଥାନରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରିଛି । ସେପଟେ ଆହୁରି ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର । ବିଭିନ୍ନ ସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.