Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

୧୨ ବର୍ଷ ବୟସରେ ହୋଇଥିଲେ ମା, ବିବାହ ପୂର୍ବରୁ ଦେଇଥିଲେ ୩ ସନ୍ତାନଙ୍କୁ ଜନ୍ମ, ଏଭଳି ଜାଲ କାଗଜପତ୍ରରେ ମହିଳା କରିଛନ୍ତି ସରକାରୀ ଚାକିରୀ, ଜାଣନ୍ତୁ କେଉଁଠି

5/09/2019 at 8:22 PM

ଜମୁଇ :  ବିହାର ଜମୁଇ ଜିଲ୍ଲାରେ ଏବେ ପୁଣି ଏକ ନିଯୁକ୍ତି ଦୁର୍ନୀତି ପଦାକୁ ଆସିଛି। ଜନୈକା ଅଙ୍ଗନୱାଡୀ ସେବିକାଙ୍କ ନିଯୁକ୍ତି ଅନିୟମିତତା ଯାଞ୍ଚ ବେଳେଚାଞ୍ଚଲ୍ୟକର ତଥ୍ୟ ଜଣାପଡିଛି। ଚାକିରୀ କରିବା ଲାଗି ମହିଳା ଯେଉଁ ସବୁ ପ୍ରମାଣପତ୍ର ଦାଖଲ କରିଥିଲେ ସେଥିରେ ତାଙ୍କ ଝିଅର ବୟସରୁ ତାଙ୍କର ବୟସ ମାତ୍ର ୧୧ ବର୍ଷ ୮ ମାସ ଅନ୍ତର ଥିବା ଜାଣିବାକୁ ପାଇଛନ୍ତି ଯାଞ୍ଚକାରୀ ଅଧିକାରୀ। ମହିଳାଙ୍କ ବର୍ତ୍ତମାନ ବୟସ ଓ ପ୍ରଦାନ କରିଥିବା ପ୍ରମାଣପତ୍ରର ଯାଞ୍ଚକଲେ ବିବାହ କରିବା ପୂର୍ବରୁ ହିଁ ୧୨ ବର୍ଷ ବୟସରୁ ସେବିକା ମା ହୋଇ ସାରିଥିବାର ବୁଝାପଡୁଛି। କେବଳ ସେତିକି ନୁହେଁ  ବିବାହ ପୂର୍ବରୁ ତାଙ୍କର ୩ଟି ସନ୍ତାନ ଥିବା ମହିଳାଙ୍କ ନକଲି କାଗଜପତ୍ର କହୁଛି।

ମାମଲା ଝାଝା ବ୍ଲକ୍ ପୈର ଗ୍ରାମପଞ୍ଚାୟତର ଅଙ୍ଗନୱାଡୀ କେନ୍ଦ୍ର ସଂଖ୍ୟା ୨୫୨ ସବୈଜୋରର ସେବିକା ନିତୁ କୁମାରୀଙ୍କ ନିଯୁକ୍ତିରେ ହୋଇଥିବା ଜାଲସାଜି ସମ୍ପର୍କିତ। ନିତୁଙ୍କ ସେବିକା ନିଯୁକ୍ତି ଲାଗି ମୁଖିଆ ଯେଉଁ ପରିତ୍ୟକ୍ତା ପ୍ରମାଣପତ୍ର ପ୍ରଦାନ କରିଥିଲେ ସେଥିରେ ତାଙ୍କର ବିବାହ ୨୦୦୬ ମସିହାରେ ହୋଇଥିବା ଉଲ୍ଲେଖ ରହିଛି। ୨୦୧୨ ମସିହାରେ ତାଙ୍କ ସ୍ୱାମୀ କପିଲଦେବ ପ୍ରସାଦ ବର୍ଣ୍ଣୱାଲ ତାଙ୍କର ପରିତ୍ୟାଗ କରିଥିଲେ। ସେହିପରି ୨୦୧୩ ମସିହାରେ ନିତୁ ସଂସ୍କୃତ ଶିକ୍ଷା ବୋର୍ଡରେ ମଧ୍ୟମା ପରୀକ୍ଷା ଦେଇଥିଲେ। ଏହି ପ୍ରମାଣପତ୍ରକୁ କପିଲଦେବ ପ୍ରସାଦ ବର୍ଣ୍ଣବାଲ ହିଁ ପତି ଭାବରେ ରିସିଭ କରିଥିଲେ। ୨୦୧୫ ଭୋଟର ସୂଚୀରେ ନିତୁଙ୍କ ପତୀ ଭାବେ କପିଲଦେବ ବର୍ଣ୍ଣବାଲ ଉଲ୍ଲେଖ ରହିଛି। ଏତେ ସବୁ ମିଥ୍ୟା ପ୍ରମାଣ ସତ୍ତ୍ୱେ ଗତ ୫ ବର୍ଷ ହେଲା ସେବିକା ଭାବେ କାର୍ଯ୍ୟ କରୁଥିବା ନିତୁଙ୍କ ବିରୋଧରେ ପ୍ରଶାସନ ପଦକ୍ଷେପ ନେଇନାହିଁ । ଏଥିଲାଗି ଏବେ ଗାଁ ମୁଖିଆଙ୍କ ସମେତ ସିଡିପିଓ, ଆଇସିଡିଏସର ତତ୍କାଳୀନ ଡିପିଓ ଏପରିକି ଜିଲ୍ଲା ଅଧିକାରୀ ମଧ୍ୟ ସନ୍ଦେହ ଘେରକୁ ଆସିଛନ୍ତି। ତଥାପି ମାମଲାର ତଦନ୍ତ ଡିପିଓ କରୁଛନ୍ତି।

ଏହି ଅଙ୍ଗନୱାଡୀର ସେବିକା ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ହୋଇଥିବା ଚୟନର ପ୍ରଥମ ସୂଚୀରେ ବିଭା ଦେବୀ ସ୍ୱାମୀ ଲଲ୍ଲନ କୁମାରଙ୍କ ନାମ ଥିଲା। ତେବେ ଦ୍ୱିତୀୟବାର ପ୍ରକାଶିତ ସୂଚୀରେ ପତି ପରିତ୍ୟକ୍ତା ଆଧାରରେ ନିତୁ କୁମାରୀଙ୍କ ନାମ ପ୍ରଥମ ସ୍ଥାନରେ ପ୍ରକାଶିତ ହେବା ସହ ତାଙ୍କୁ ନିଯୁକ୍ତ କରାଯାଇଥିଲା। ଏଣୁ ସେବିକା ପଦବୀ ଲାଗି ଦୁଇ ଥର ଚୟନ ସୂଚୀ ଜାରି କରି ତତ୍କାଳୀନ ସିଡିପିଓ ଦେବ ମୁନୀ ସନ୍ଦେହକୁ ଆସିଛନ୍ତି। ତେବେ ମାମଲା ସମ୍ପର୍କରେ କୌଣସି ସୂଚନା ନଥିବା କହିଛନ୍ତି ଜମୁଇ ଜିଲ୍ଲା ଅଧିକାରୀ। ନିଯୁକ୍ତିରେ ଯଦି କୌଣସି ଅନିୟମିତତା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଜିଲ୍ଲାଧିକାରୀ।

   Related Posts