Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମୁମ୍ବାଇରେ ଆଉ ଜଣେ ବିହାରୀ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

29/09/2020 at 11:48 AM

ମୁଜାଫରପୁର ୨୯/୦୯ : ବିହାର ମିଜାଫରପୁରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମୁମ୍ବାଇରେ ବିହାରର ଜଣେ ନୂଆ କଳାକାରଙ୍କ ମୃତ୍ୟୁ ହୋଇଛି । ମୃତ କଳାକାର ହେଲେ ଅକ୍ଷତ ଉତ୍କର୍ଷ । ସେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଥିଲେ । ଅକ୍ଷତ ବଲିଉଡରେ ନବାଗତା ଥିଲେ । ତାଙ୍କ ଘର ମୁଜାଫରପୁର ସିକନ୍ଦରାବାଦରେ । ଅକ୍ଷତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଛନ୍ତି ।

ମୃତକଙ୍କ ମାମୁଁ ରଞ୍ଜିତ ସିଂହ ବୟାନ ଦେଇ କହିଛନ୍ତି ରବିବାର ରାତି ୯ଟା ସମୟରେ ଅକ୍ଷତଙ୍କ ପିତାଙ୍କ ସହ କଥା ହୋଇଥିଲେ । କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ଅକ୍ଷତଙ୍କ ମୃତ୍ୟୁ ଖବର ପାଇଥିଲେ । ଅକ୍ଷତଙ୍କ ମାମୁଁ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି । ଅକ୍ଷତଙ୍କ ମୃତଦେହ ମୁମ୍ବାଇରୁ କିଛି ସମୟ ପୂର୍ବରୁ ପାଟନା ବିମାନବନ୍ଦରରେ ପହଞ୍ଚିଛି ।

ଅକ୍ଷତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇ ପୋଲିସ ଏହି ମାମଲାରେ କୌଣସି ସହଯୋଗ କରୁନାହିଁ । ଏହାଛଡା କୌଣସି ପ୍ରାଥମିକ ରିପୋର୍ଟ ମଧ୍ୟ ରୁଜ୍ଜୁ କରାଯାଇନାହିଁ । ତେବେ ଘଟଣା ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ । ଏହା ପୂର୍ବରୁ ଜୁନ ୧୪ ତାରିଖରେ ମୁମ୍ବାଇରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ମାମଲାର ସିବିଆଇ ତଦନ୍ତ ଜାରି ରହିଛି ।

   Related Posts