Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

୨ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଲା ୯୬୦ କୋଟି ଟଙ୍କା: ବ୍ୟାଙ୍କ ତରଫରୁ କୁହାଗଲା ଟେକ୍ନିକାଲ୍ ଏରର..

16/09/2021 at 12:56 PM

ନୂଆଦିଲ୍ଲୀ ୧୬/୦୯  : ଯଦି ହଠାତ୍ ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଚାଲିଆସେ, ତେବେ କଣ କରିବେ ? ଠିକ୍ ସେହି ଭଳି ଭାବିବେ ଯେ ଏତେ ଟଙ୍କା କେଉଁଠୁ ଆସିଲା ବା କିଏ ପଠାଇଲା । ମନରେ ଏଭଳି କିଛି ଭାବୁଥିଲେ । କିନ୍ତୁ ସେହିପରି ବିହାର କୋଟିହାରର ଏକ ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ୨ଟି ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରକୁ ହଠାତ୍ ୯୬୦ କୋଟି ଟଙ୍କା ଆସିଛି । ଏତେ ଟଙ୍କା ଆକାଉଣ୍ଟକୁ ଆସିବା ନେଇ ଛାତ୍ରଙ୍କ ସମେତ ବ୍ୟାଙ୍କ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଏହି ମାମଲା ଘଟିବା ହେବା ପରେ ଅନ୍ୟ ଲୋକମାନେ ବି ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଛନ୍ତି । ଏଭଳି ପରିସ୍ଥିତିରେ ବ୍ୟାଙ୍କ ଆଗରେ ଲୋକଙ୍କର ଲମ୍ବା ଲାଇନ୍ ମଧ୍ୟ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ , ବିହାର ଏକ ସରକାରଙ୍କ ଦ୍ୱାରା ସ୍କୁଲ ଡ୍ରେସ୍ ପାଇଁ ପଠାଯାଇଥିବା ଟଙ୍କା ବିଷୟରେ ଚେକ୍ କରିବାକୁ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ସ୍କୁଲ ଛାତ୍ର ଏସବିଆଇର ସିଏସପି ସେଣ୍ଟରରେ ପହଞ୍ଚିଥିଲେ । କିନ୍ତୁ ଦୁହେଁ ନିଜ ଆକାଉଣ୍ଟ ଚେକ୍ କରି ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଦୁହିଁଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଥିଲା ।

ତେବେ ଉଭୟଙ୍କ ଆକାଉଣ୍ଟରେ ପ୍ରାୟ ୯୬୦ କୋଟି ଟଙ୍କା ଆସିଛି । ଗୁରୁଚନ୍ଦ୍ର ନାମକ ଛାତ୍ରଙ୍କ ଆକାଉଣ୍ଟରେ ୬୦ କୋଟି ଓ ଅସିତ କୁମାର ନାମକ ଛାତ୍ରଙ୍କ ଆକାଉଣ୍ଟରେ ସର୍ବାଧିକ ୯୦୦ କୋଟି ଟଙ୍କା ଜମା ହୋଇଛି । ଏହା ଶୁଣି ଦୁଇ ଛାତ୍ରଙ୍କ ସମେଜ ସେଠାରେ ଥିବା ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଘଟଣାକୁ ନେଇ ଏବେ ଯାଞ୍ଚ ଚାଲିଥିବା ବେଳେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ସୂଚନା ଦିଆଯାଇଛି ବୋଲି ବ୍ୟାଙ୍କ କର୍ମଚାରୀ କହିଛନ୍ତି । ତେବେ ପରେ କୁହାଯାଉଛି କି ତାହା ଟେକ୍‌ନ୍ନିକାଲ୍ ଖରାପ୍‌ ଯୋଗୁଁ ହୋଇଥାଇ ପାରେ ।

   Related Posts